ଭୁବନେଶ୍ୱର,୧୭ା୬(ଅନୁରାଧା ମହାରଣା) ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଦଶମ ବୋର୍ଡ ପରୀକ୍ଷା ପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାରେ ଏକକ ପ୍ରଶ୍ନପତ୍ର ରହିବ। ଏଥିସହ ଖାତା ମୂଲ୍ୟାୟନ ଢ଼ାଞ୍ଚା ବି ବଦଳିବ। ରାଜ୍ୟର ସମସ୍ତ ୬୫ ହଜାର ୨୭୯ଟି ସରକାରୀ ବିଦ୍ୟାଳୟରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଏହି ପ୍ରଶ୍ନପତ୍ର ପ୍ରସ୍ତୁତି କାର୍ଯ୍ୟ ଏସ୍ସିଇଆର୍ଟି ମାଧ୍ୟମରେ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ, ସରକାରୀ ବିଦ୍ୟାଳୟଗୁଡିକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ଲାଗି ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ନାହିଁ। ଭିନ୍ନ ଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ପରୀକ୍ଷାରେ ଭିନ୍ନ ଭିନ୍ନ ପ୍ରଶ୍ନ ଆସୁଥବାରୁ ଛାତ୍ରୀଛାତ୍ରଙ୍କ ଦକ୍ଷତା ସ୍ପଷ୍ଟ ହୋଇପାରୁ ନାହିଁ। ସ୍କୁଲୱାରି ପ୍ରଶ୍ନପତ୍ର ପ୍ରସ୍ତୁତି ଲାଗି ନିର୍ଦ୍ଦିଷ୍ଟ ନିୟମ ରହିଥିଲେ ମଧ୍ୟ କେତେକ ବିଦ୍ୟାଳୟରେ ପରୀକ୍ଷାରେ ସରଳ ପ୍ରଶ୍ନ ଆସୁଥିବାବେଳେ କେତେକ ପରୀକ୍ଷାରେ ଜଟିଳ ପ୍ରଶ୍ନ ଆସୁଛି। ତେଣୁ ବିଭିନ୍ନ ସମୟରେ ଉପୁଜୁଥିବା ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଏପରି ବ୍ୟବସ୍ଥା କରାଯାଉଛି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ଲାଗୁ ଦ୍ୱାରା ଦଶମ ପରୀକ୍ଷାରେ ପାସ୍ ହାର ବୃଦ୍ଧି ପାଇବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଦକ୍ଷତା ମଧ୍ୟ ସ୍ପଷ୍ଟ ହୋଇପାରିବ ବୋଲି ଆଶା କରାଯାଉଛି।
ଷଷ୍ଟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ଏକ ପ୍ରକାର ଥିବାବେଳେ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଏକକ ନ ଥିଲା। ଆସନ୍ତା ଶିକ୍ଷା ବର୍ଷରୁ ଉଭୟ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର ସବୁ ବିଦ୍ୟାଳୟରେ ସମାନ ରହିବ। ସେହିପରି ପରୀକ୍ଷା ଶେଷ ହେବା ପରେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ମୂଲ୍ୟାୟନ କରୁଥିବାବେଳେ ନୂତନ ବ୍ୟବସ୍ଥାରେ ଦଶମ ବୋର୍ଡ ପରୀକ୍ଷା ପରି ନିଜ ସ୍କୁଲର ପରୀକ୍ଷା ଖାତା ସେହି ସ୍କୁଲର ଶିକ୍ଷକମାନେ ଦେଖିପାରିବେ ନାହିଁ। ଏନେଇ ଏକ ଜୋନ୍ ଗଠନ ହେବ। ଯେଉଁଥିରେ ଜିଲ୍ଲାୱାରି ମୂଲ୍ୟାୟନ କେନ୍ଦ୍ର ଚୟନ କରାଯିବ। ସେହି ଜୋନ୍କେନ୍ଦ୍ରରେ ଜିଲାର ସବୁ ଉତ୍ତରଖାତା ଦାଖଲ ହେବା ପରେ ମନୋନୀତ ଶିକ୍ଷକମାନେ ମୂଲ୍ୟାୟନ କରିବେ। ଯଦି କୌଣସି ପିଲାଙ୍କ ଉତ୍ତର ଖାତା ମୂଲ୍ୟାୟନରେ ତ୍ରୁଟି ରହେ ତେବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରୁଟି ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରିବେ। ସମ୍ପୃକ୍ତ ବିଷୟର ଶିକ୍ଷକଙ୍କ ଉପସ୍ଥିତିରେ ପୁଣି ମୂଲ୍ୟାୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଏକ ସମୟରେ ସବୁ ପିଲାଙ୍କ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ। ତେବେ ବିଷୟଭିତ୍ତିିକ ଶିକ୍ଷକଙ୍କୁ ଅଧିକ ଦକ୍ଷ କରିବା ଲାଗି ବର୍ଷକୁ ୨ଥର ରାଜ୍ୟ ବାହାରର ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ରହିଛି।
ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…
ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

