ଜଗତ୍‌ସିଂହପୁର-କାଳଖ ରାସ୍ତା ପ୍ରଶସ୍ତୀକରଣ ଦାବି

ଜଗତ୍‌ସିଂହପୁର,୧୭ା୬(ପ୍ରମୋଦ କୁମାର ନାୟକ) ଜଗତ୍‌ସିଂହପୁର ଜିଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ପ୍ରଶସ୍ତୀକରଣ ସାଙ୍ଗକୁ ନବୀକରଣ ଚାଲିଛି । ଜଗତ୍‌ସିଂହପୁରରୁ ପୁରୀ ଓ ଭୁବନେଶ୍ୱର ଦୂରତା କମାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ ପାରିନାହିଁ। ଜଗତ୍‌ସିଂହପୁର-ଆଳିପିଙ୍ଗଳ ଓ ବଛ ସାଇଲୋ ନିକଟରୁ କାଳଖ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ପ୍ରଶସ୍ତୀକରଣ ହେଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଯୁକ୍ତି କରାଯାଇଛି । ଏହା ଉପରେ ଜଗତ୍‌ସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ପଚାରିବାରୁ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବାକୁ ଯାଉଛନ୍ତି। ଜଗତ୍‌ସିଂହପୁର-ଆଳିପିଙ୍ଗଳ ରାସ୍ତା ପ୍ରଶସ୍ତୀକରଣ ପାଇଁ ସର୍ବେକ୍ଷଣ ଚାଲିଛି। କାଳଖ ପାଖରେ ଦେବୀ ନଦୀରେ ପୋଲ ହେବା ପରେ ବଛସାଇଲୋ-କାଳଖ ନଦୀବନ୍ଧ ରାସ୍ତାର ଗୁରୁତ୍ୱ ବଢ଼ିଯାଇଛି। ଏହା ଖରାପ ଅବସ୍ଥାରେ ଥିଲା। ନିକଟରେ ପିଚୁ କାମ ଚାଲିଛି। ଖୁବ୍‌ଶୀଘ୍ର ଏହି କାମ ସରିଯିବ। ତା’ପରେ ଏହି ନଦୀବନ୍ଧ ରାସ୍ତା ପ୍ରଶସ୍ତୀକରଣ କରାଯିବ ବୋଲି ବିଧାୟକ କହିଛନ୍ତି ।
କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ଜଲାରପୁର ନିକଟରୁ ଜଗତ୍‌ସିଂହପୁର ଜିଲା ଅରଖକୁଦ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ଓ ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା ଓ ନିକଟରେ ଅର୍ଥ ଅନୁମୋଦନ କରିଛନ୍ତି । ଏହି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। କିନ୍ତୁ ଏହାର ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଜଗତ୍‌ସିଂହପୁରରୁ ଆଳିପିଙ୍ଗଳ ଓ ସେଠାରୁ କାଳଖ ପର୍ଯ୍ୟନ୍ତ ରାସ୍ତାରେ ସେଭଳି କିଛି ପରିବର୍ତ୍ତନ ଆସିନାହିଁ। ଜଗତ୍‌ସିଂହପୁରରୁ ଆଳିପିଙ୍ଗଳ ପର୍ଯ୍ୟନ୍ତ ରାସ୍ତାର ବଢ଼େଇବାଙ୍କ ସମେତ କେତେକ ସ୍ଥାନରେ ଓସାର କମ୍‌ ରହିଛି। ରାସ୍ତା ଅବସ୍ଥା ମଧ୍ୟ ଭଲ ନାହିଁ । ଏହାକୁ ପ୍ରଶସ୍ତ ସହ ନବୀକରଣ କରାଯିବା ଆବଶ୍ୟକ। ଆବଶ୍ୟକସ୍ଥଳେ ସରକାର ଜମି ଅଧିଗ୍ରହଣ କରିବା ଜରୁରୀ। ସେହିପରି ଆଳିପିଙ୍ଗଳ ପୋଲ ପାରି ହୋଇଗଲେ ବଛସାଇଲୋ ପଡ଼େ। ବଛସାଇଲୋ ନିକଟରୁ କାଳଖ ପୋଲ ପର୍ଯ୍ୟନ୍ତ ନଦୀ ବନ୍ଧ ରାସ୍ତା ଓସାର ଯଥେଷ୍ଟ କମ୍‌ ରହିଛି। ଏପରିକି ୨ଟି ଚାରି ଚକିଆ ଯାନ ପରସ୍ପର ଅତିକ୍ରମ କରିବା ସମ୍ଭବ ନୁହେଁ। ଏହି ରାସ୍ତା ଦୀର୍ଘ ବର୍ଷ ଧରି ଖରାପ ଥିଲେ ସୁଦ୍ଧା ନିକଟରେ ପିଚୁ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହାଦ୍ୱାରା ବାଇକ୍‌ ଯାତାୟାତରେ ସୁବିଧା ହେବ। କିନ୍ତୁ ୪ ଚକିଆ ଯାନ ଚଳାଚଳ ପାଇଁ ରାସ୍ତା ପ୍ରଶସ୍ତୀକରଣ ହେବା ନିହାତି ଦରକାର । ଏଥିପ୍ରତି ସରକାର ବିଶେଷ ଦାୟିତ୍ୱବାନ ହେଲେ କେବଳ ଜଗତ୍‌ସିଂହପୁର ନୁହେଁ ପୁରୀ, କଟକ ଓ ଖୋର୍ଦ୍ଧା ଜିଲାର ଲୋକେ ମଧ୍ୟ ଉପକୃତ ହେବେ।
ଅତୀତରେ ଚାରିଛକ-ଜଗତ୍‌ସିଂହପୁର ଭାୟା ପହଙ୍ଗା-କାଳଖ ରାସ୍ତା ୨ ଲେନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପକୂଳ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା। ଏହି ରାସ୍ତା ରାଜ୍ୟ ରାଜପଥରେ ଅନ୍ତର୍ଭୁକ୍ତ କରାଗଲେ ଉଭୟ ଜଗତ୍‌ସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲାର ଲକ୍ଷାଧିକ ଲୋକ ଉପକୃତ ହେବା ସହ ରାଜ୍ୟ ସରକାର ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ବୋଲି ଯୁକ୍ତି କରାଯାଇଥିଲା। ଏ ସମ୍ପର୍କରେ ୨୦୦୪ରୁ କାଳଖ ପୋଲ ନିର୍ମାଣ ଆନ୍ଦୋଳନ କରି ସଫଳ ହୋଇଥିବା ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନାଗରିକ ବିଦ୍ୟାଧର ରାଉତ, ବିପିନ ବିହାରୀ ବାରିକ, ପ୍ରଭାସ କୁମାର ସ୍ବାଇଁ, ବଟକୃଷ୍ଣ ମଲ୍ଲିକ, ଏକବେରୁଆ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ, ସିଠାଳୋ ସରପଞ୍ଚ କବିତା ମହାପାତ୍ର ପ୍ରମୁଖ କହିଛନ୍ତି, ଦେବୀ ନଦୀର ଏରଡ଼ା-କାଳଖଠାରେ ପୋଲ ନିର୍ମାଣ ହେଲା ପରେ ଏହି ରାସ୍ତାର ଗୁରୁତ୍ୱ ବଢ଼ିଯାଇଛି । କାରଣ ପୁରୀରୁ ଜଗତ୍‌ସିଂହପୁର ଯାତାୟାତ ପାଇଁ ଦୂରତା କମିଯାଇଛି। ଏଥିସହ ଶତାଧିକ ଗ୍ରାମର ଲୋକେ ଉପକୃତ ହେବେ। ଆଳିପିଙ୍ଗଳରୁ କାଳଖ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତାରେ କମ୍‌ ସଂଖ୍ୟକ ଗ୍ରାମର ଲୋକ ଯାତାୟାତ କରୁଥିଲେ। ତେଣୁ ଏହି ରାସ୍ତା ସଙ୍କୁଚିତ ସାଙ୍ଗକୁ ଖାଲଖମାରେ ପରିପୂର୍ଣ୍ଣ ଥିଲା। ଏରଡ଼ା-କାଳଖ ପୋଲ ହୋଇଯିବା ଦ୍ୱାରା ଏହି ରାସ୍ତାର ଗୁରୁତ୍ୱ ବଢିଯାଇଛି। ୨୫ କିଲୋମିଟର ଏହି ରାସ୍ତାରେ ଏବେ ପ୍ରତ୍ୟହ ବହୁ ସଂଖ୍ୟକ ଲୋକଙ୍କ ଯାତାୟାତ ହେଉଛି। ନିଆଳି ବ୍ଲକ ସମେତ ଖୋର୍ଦ୍ଧା ଜିଲାର ବାଲିପାଟଣା ଓ ପୁରୀ ଜିଲାର ଅନେକ ଲୋକ ଜଗତ୍‌ସିଂହପୁର, ପାରାଦୀପ, ମା’ଶାରଳା ପୀଠ, ଗୋରେଖନାଥ ପୀଠ ସମେତ ଜଗତ୍‌ସିଂହପୁର ଜିଲାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତାୟାତ କରୁଛନ୍ତି। ଅନୁରୂପ ଭାବେ ଜଗତ୍‌ସିଂହପୁର ଜିଲାର ଲୋକେ ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିର, ମାଧବ ଓ ଶୋଭନେଶ୍ୱର ମନ୍ଦିର ସମେତ କଟକ, ପୁରୀ ଓ ଖୋର୍ଦ୍ଧା ଜିଲାର ଅନେକ ପର୍ଯ୍ୟଟନସ୍ଥଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତାୟାତ କରୁଛନ୍ତି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାକୁ ରାଜ୍ୟ ରାଜପଥ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨ ଲେନ୍‌ କରାଯିବା ଆବଶ୍ୟକ ବୋଲି ଦାବି ହୋଇଛି। ଜଗତ୍‌ସିଂହପୁର-ଆଳିପିଙ୍ଗଳ ରାସ୍ତା ପ୍ରଶସ୍ତୀକରଣ ଉପରେ ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସ କହିଛନ୍ତି, ଏବେ ସ୍ଥାନୀୟ ହାଟ ପୋଲ ପ୍ରଶସ୍ତ ପାଇଁ କାମ ଆରମ୍ଭ ହୋଇଛି। ଆଳିପିଙ୍ଗଳ ନିକଟରେ ଦେବୀ ନଦୀରେ ମଧ୍ୟ ନୂଆ ପୋଲ ହେଉଛି। ରାସ୍ତା ଓସାର ଅଧିକ ନ ଥିବାରୁ ଗମନାଗମନରେ ଅସୁବିଧା ହେଉଛି। ଜମି ଅଧିଗ୍ରହଣ କରାଗଲେ ସମସ୍ୟାର ସମାଧାନ ହୋଇପାରିବ। ତଥାପି ଯାତାୟାତ ସରଳୀକରଣ ପାଇଁ ରାସ୍ତା କାମ ଖୁବ୍‌ଶୀଘ୍ର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?