Home Left

୧୩ ବ୍ଲକରୁ ୧୧ ବ୍ଲକ ଶିକ୍ଷା ଅଧିକାରୀ ପଦବୀ ଖାଲି

ଏମ୍‌.ରାମପୁର,୨୨ା୬(ଶଶିଭୂଷଣ ପ୍ରହରାଜ)କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ ଜିଲାର ୧୩ଟି ବ୍ଲକରୁ ବର୍ତ୍ତମାନ ୨ଜଣ ନିୟିମିତ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟ କରୁଥିବାବେଳେ ୧୧ଟି ପଦବୀ ଖାଲି ପଡିଛି। ଏଥିଯୋଗୁ ଶିକ୍ଷା ବିଭାଗର ଅନେକ କାର୍ଯ୍ୟ ପ୍ରଭାବିତ ହୋଇଛି। କର୍ଲାମୁଣ୍ଡା ବିଇଓ ଅବସରପ୍ରାପ୍ତ…

ସରକାରୀ ଅର୍ଥ ହଡ଼ପ ଅଭିଯୋଗ

ଲାଞ୍ଜିଗଡ଼,୨୨ା୬(ରମେଶ ଚନ୍ଦ୍ର ନାୟକ)କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଫୁଲଡୁମେର ଗାଁରେ ଛେଳି ଗୃହ ନିର୍ମାଣ ଆରମ୍ଭ ହୋଇ ଏକ ବର୍ଷ ବିତିଛି। କିନ୍ତୁ ଏ ଯାଏଁ ସମ୍ପୂର୍ଣ୍ଣ ନ ହୋଇ ଅଧାପନ୍ତରିଆରେ ପଡ଼ି ରହିଛି। ବ୍ଲକ ପ୍ରଶାସନର ପୋଷ୍ୟ…

ଅଢେଇ ବର୍ଷ ପରେ ବି ପୋଲିସ ହାତ ଖାଲି

ରାଉରକେଲା,୨୨ା୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଏସ୍‌ଟିଆଇ ଓଭରବ୍ରିଜ ଉପରେ ୨୦୨୦ ମସିହା ଡିସେମ୍ବର ୧୮ ତାରିଖ ରାତି ୯ଟା ୪୫ରେ ଘଟିଥିଲା ଗୁଳିକାଣ୍ଡ। ସରୋଜ ସାହୁ ନାମକ ଜନୈକ ଯୁବକଙ୍କ ଉପରକୁ ଗୁଳିକରି ଦୁର୍ବୃତ୍ତ ବାଇକ୍‌ରେ ଫେରାର ହୋଇଯାଇଥିଲେ। ସରୋଜଙ୍କ ଘର ଓ୍ବାଡ…

ଏସ୍‌ଏସ୍‌ସି ମାନ୍ୟତା ପାଇଲେ ମିଳିବ ଘରବାରି ପଟ୍ଟା

ଚିତ୍ରକୋଣ୍ଡା,୨୨ା୬ (କ୍ଷୀରୋଦ ବେହେରା)ମାଲକାନଗିରି ଜିଲା ପ୍ରଶାସନ ଦ୍ୱାରା ୨୦୧୧ରେ ହୋଇଥିବା ଜନଗଣନାରେ ଚିତ୍ରକୋଣ୍ଡା ପଞ୍ଚାୟତର ୭୫୦୦ ଶହରୁ ଊର୍ଦ୍ଧ୍ୱ ଲୋକ ଥିବା ବେଳେ ୧୦ ବର୍ଷ ପରେ ଜନଗଣନାରେ ୧୦ ରୁ ୨୦ ଭାଗ ଲୋକ ସଂଖ୍ୟା ବଢ଼ିବା ସହ ୨୦୨୧ରେ…

କମୁଛି ନାଗାବଳୀ ଜଳସ୍ତର, ଜଳ ଯୋଗାଣ ପ୍ରଭାବିତ ଆଶଙ୍କା

ରାୟଗଡ଼ା,୨୨ା୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ରାୟଗଡ଼ା ଜିଲାରେ ପ୍ରବାହିତ ହେଉଥିବା ୩ଟି ନଦୀ ପ୍ରାୟତଃ ଶୁଖିଲା ପଡ଼ିଛି ା ଜିଲାରେ ଜଳ ଯୋଗାଇ ଲୋକଙ୍କୁ ଜୀବନ ପ୍ରଦାନ କରୁଥିବା ୩ଟି ନଦୀ ନାଗାବଳୀ, ଝଞ୍ଜାବତୀ ଓ ବଂଶଧାରାରେ…

ସୁଧୁରୁନି ସ୍ବାସ୍ଥ୍ୟସେବା

ନୟାଗଡ,୨୨ା୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଅଭିଯୋଗ ହୋଇ ଆସୁଛି। ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ବିଭିନ୍ନ ସମୟରେ ସାଧାରଣରେ ଦାବି ହୋଇ ଆସୁଥିଲେ ମଧ୍ୟ ଏହାର ପ୍ରତିକାର ହେଉ ନାହିଁ । ସ୍ବାସ୍ଥ୍ୟସେବାକୁ ସୁଧାରିବାକୁ…

ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଆବଶ୍ୟକ

ଖଣ୍ଡପଡ଼ା,୨୨ା୬(ଅଜୟ କୁମାର ମହାରଣା)ନୟାଗଡ଼ ଜିଲା ନୀଳମାଧବ ମହାବିଦ୍ୟାଳୟରେ ଗତ ୧୯୯୧-୯୨ ଶିକ୍ଷା ବର୍ଷଠାରୁ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ା ତେବେ ବିଗତ ୩ବର୍ଷ ପୂର୍ବରୁ ବହୁ ଛାତ୍ରୀଛାତ୍ର ଏହି ବିଭାଗରେ ଆଡମିଶନ କରୁଥିବା ବେଳେ ପରବର୍ତ୍ତୀ…

ନୀଳାଚଳ କୋଇଲା କାରଖାନା ଯୋଗୁ ବଢୁଛି ପ୍ରଦୂଷଣ

ଜେନାପୁର,୨୨ା୬(ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ତହସିଲ ସହାଣୀଡିହ ପଞ୍ଚାୟତ ଅଧୀନ ବାରମାଣ ମୁଣ୍ଡାସାହି ଗ୍ରାମ ନିକଟରେ ଦୀର୍ଘବର୍ଷ ହେବ ନୀଳଚଳ କୋଇଲା କାରଖାନା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଛି ା ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରୁଛି…

ବିସ୍ଥାପନକୁ ନେଇ ଆନ୍ଦୋଳନ ତେଜୁଛି

ଯାଜପୁର,୨୨ା୬(ହର୍ଷବର୍ଦ୍ଧନ ବେହେରା)ଶିଳ୍ପାୟନ ପ୍ରକ୍ରିୟାରେ ଅଞ୍ଚଳରେ ଦେଖାଯାଇଥିବା ପ୍ରଦୂଷଣ ସମସ୍ୟା ଓ ଏହାର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବିଫଳତା ଲୋକଙ୍କୁ ଏଭଳି ହତାଶ କରିଛି ଯେ ଆର୍ଥତ୍କ ଅଭିବୃଦ୍ଧିର ସ୍ବାଦ ଚାଖିବେ କ’ଣ ନିଜ ଗଁା ମାଟି ଛାଡି ବିସ୍ଥାପିତ କରିବାକୁ ଦାବି…

ଦଲକ ସନ୍ଧାନରେ କୀଟପତଙ୍ଗଙ୍କ ମୃତ୍ୟୁ

ଯାଜପୁର,୨୨ା୬(ହର୍ଷବର୍ଦ୍ଧନ ବେହେରା) :ଜୈବବିବିଧତା, ପରିବେଶ, କୃଷି, ମାନବ ସ୍ବାସ୍ଥ୍ୟ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷାରେ କୀଟପତଙ୍ଗମାନଙ୍କ ଭୂମିକା ଅପରିହାର୍ଯ୍ୟ। ବିଜ୍ଞାନର ଅନେକ ଅଗ୍ରଗତି ପାଇଁ ମଧ୍ୟ କୀଟପତଙ୍ଗ ବ୍ୟବହାର ହୋଇଆସୁଛନ୍ତି। ସେମାନେ ପୋଷକ ତତ୍ତ୍ବକୁ ରିସାଇକ୍ଲିଂ କରୁଛନ୍ତି। ମଞ୍ଜି ବିସ୍ତାର, ମୃତ୍ତିକାର…

ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣରେ ବିଳମ୍ବ

ଜଗତ୍‌ସିଂହପୁର,୨୨ା୬(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୧୧ ବର୍ଷ ପୂର୍ବରୁ ଚିନ୍ତା କରାଯାଇଥିଲା । ସେତେବେଳେ ଏହି ଖବର ସାଧାରଣରେ ଖୁସି ଭରି ଦେଇଥିଲା। ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଯୋଗଧାରୀ ନିକଟରେ ସ୍ଥାନ ଚିହ୍ନଟ…

ରାତି ପାଠପଢ଼ାରେ ବିଦ୍ୟୁତ୍‌ ବାଧକ

ନାଉଗଁା,୨୨ା୬(ସୁଧା ବେହୁରା) ନାଉଗଁା ବ୍ଲକର ତିରୁଣା ପଞ୍ଚାୟତ ଦହିପାଳ(ବେଲକନ୍ଦା)ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇଛି। ୯ କୋଟି ୯୯ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟ ବରାଦ କରାଯାଇ ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ସରିଛି। ହେଲେ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?