ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଆବଶ୍ୟକ

ଖଣ୍ଡପଡ଼ା,୨୨ା୬(ଅଜୟ କୁମାର ମହାରଣା)ନୟାଗଡ଼ ଜିଲା ନୀଳମାଧବ ମହାବିଦ୍ୟାଳୟରେ ଗତ ୧୯୯୧-୯୨ ଶିକ୍ଷା ବର୍ଷଠାରୁ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ା ତେବେ ବିଗତ ୩ବର୍ଷ ପୂର୍ବରୁ ବହୁ ଛାତ୍ରୀଛାତ୍ର ଏହି ବିଭାଗରେ ଆଡମିଶନ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସଂପୃକ୍ତ ଶ୍ରେଣୀରେ କିପରି ନାମଲେଖା ହୋଇପାରିବ ସେ ସମ୍ପର୍କରେ ଛାତ୍ରୀଛାତ୍ର ତଥା ଅଭିଭାବକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁ ଗତ୨ବର୍ଷ ହେଲା ଅନେକ ଛାତ୍ରୀଛାତ୍ର ଏଥିରେ ନାମ ଲେଖାଇବାରୁ ବଞ୍ଚତ୍ତ ହେଉଥିବା ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଅଧ୍ୟାପିକା କଲ୍ୟାଣୀ ପଣ୍ଡା ପ୍ରକାଶ କରିଥିଲେ ା ତେବେ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ କିପରି ଧନ୍ଦା ମୂଳକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହେବ ସେ ନେଇ ବିଭାଗୀୟ ଅଧ୍ୟାପିକା କଲ୍ୟାଣୀ ପଣ୍ଡା ସାମ୍‌ କେନ୍ଦ୍ରରେ ଉପସ୍ଥିତ ରହି ସଚେତନ କରିବା ସହ ଠିକ ଭାବେ ଆବେଦନ କରିବା ନିମନ୍ତେ ସାହାଯ୍ୟ କରିଥିବା ଜଣାଯାଇଛି ା
ଏବେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଉଥିବାରୁ ଏହି ମହାବିଦ୍ୟାଳୟରେ ଶିଶୁ ଯନତ୍ କେନ୍ଦ୍ର ଓ ପ୍ରାକ୍‌ ବିଦ୍ୟାଳୟ ପରିଚାଳନା(ସିପିଏମ୍‌) ଏବଂ ପର୍ଯ୍ୟଟନ ପରିଚାଳନା(ଟିଟିଟି) ବିଷୟ ଖୋଲା ଯାଇଛି ା କଣ୍ଟିଲୋ ନୀଳମାଧବ କ୍ଷେତ୍ର ଏକ ପଯର୍‌ୟଟନସ୍ଥଳୀ ହୋଇଥିବାରୁ ଏଠାରେ ଏହି ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଉପଲବ୍ଧି ହେଉଛି ା ଏହି ଦୁଇ ବିଷୟରେ ରାଜ୍ୟ ସରକାର ନୀଳମାଧବ ମହାବିଦ୍ୟାଳୟରେ ମାତ୍ର ୨୪ଟି ଲେଖାଏଁ ସମୁଦାୟ ୪୮ଟି ସିଟ୍‌ ପ୍ରଦାନ କରିଥିବାରୁ ଅନେକ ଆଗ୍ରହୀ ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରିବାରୁ ବଞ୍ଚତ୍ତ ହେଉଥିଲେ ା ପୁଣି ଏହି ଧନ୍ଦାମୂଳକ ବିଭାଗ ଦୁଇଟିର ଚାହିଦା ଥିବା ସତ୍ତ୍ୱେ ସିଟ୍‌ ଅଭାବରୁ ଇଚ୍ଛୁକ ଛାତ୍ରୀଛାତ୍ର ଏହି ପାଠ ପଢିପାରୁ ବଞ୍ଚତ୍ତ ହେଉଥିଲେ ା ଅପରପକ୍ଷେ ଯେତେବେଳେ ସମାଜରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି ସେଭଳି ସ୍ଥିତିରେ ଏହି ଧନ୍ଦାମୂଳକ ଶିକ୍ଷାର ବିକାଶ ଘଟିଲେ ଏହା କର୍ମ ସଂସ୍ଥାନ ଯୋଗାଇବାରେ ସହାୟକ ହେବ ା ପୂର୍ବରୁ ପିଲାମାନେ ନାମ ଲେଖାଇବା ପାଇଁ ମହାବିଦ୍ୟାଳୟକୁ ଆସିବା ସମୟରେ ମହାବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ଅବା କର୍ତ୍ତୃପକ୍ଷ ଧନ୍ଦା ମୂଳକ ଶିକ୍ଷା ସମ୍ପର୍କରେ ପିଲାମାନଙ୍କୁ ବୁଝାଇ ଏହି ବିଭାଗରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଉଥିଲେ ା ପିଲାମାନେ ଅବା ଅଭିଭାକମାନେ ଏହି ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଅବଗତ ହୋଇ ସେମାନଙ୍କ ପିଲାମାନଙ୍କୁ ଏହି ଧନ୍ଦା ମୂଳକ ଶିକ୍ଷା ଶ୍ରେଣୀରେ ନାମ ଲେଖାଉଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବିଭିନ୍ନ ଶ୍ରେଣୀରେ ନାମ ଲେଖାଇବା ପଦ୍ଧତି ସାମ୍‌ (ଅନଲାଇନ) ଦ୍ୱାରା ହେଉଥିବାରୁ ବିଭାଗୀୟ କତ୍ତୃପକ୍ଷ, ଅଧ୍ୟାପିକା, ଅଧ୍ୟାପକ କିମ୍ବା କର୍ମଚାରୀ ପିଲାମାନଙ୍କ ସଂସ୍ପର୍ଶରେ ଆସିପାରୁ ନ ଥିବାରୁ ଛାତ୍ରୀଛାତ୍ରମାନେ ଧନ୍ଦା ମୂଳକ ବିଭାଗରେ ଅଧ୍ୟୟନ କରିବାକୁ ଆଗ୍ରହୀ ଥିବା ସତ୍ତ୍ୱେ ପ୍ରଥମ (ପ୍ରାଥମିକତା)ଚୟନରେ କଳା, ବିଜ୍ଞାନ କିମ୍ବା ବାଣିଜ୍ୟ ବିଭାଗରେ ନାମ ଲେଖାଇବାକୁ ସୂଚିତ କରୁଥିବା ବେଳେ ୨ୟ (ପ୍ରାଥମିକତା)ଚୟନରେ ଧନ୍ଦା ମୂଳକ ବିଭାଗ ପାଇଁ ସୂଚନା ଦେଉଛନ୍ତି ା ଫଳରେ ପ୍ରଥମ ଚୟନରେ ପିଲାମାନେ କଳା ବିଭାଗ ହେଉ କି ବିଜ୍ଞାନ କିମ୍ବା ବାଣିଜ୍ୟ ବିଭାଗରେ ସିଲେକ୍ସନ ହୋଇଯାଉଛନ୍ତି ା ଫଳରେ ଧନ୍ଦାମୂଳକ ସିଟ ଖାଲି ପଡିଯାଉଛି ା ତେଣୁ ଏ ଦିଗରେ ମହାବିଦ୍ୟାଳୟ ପକ୍ଷରୁ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ବାସ୍ତବରେ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ଭଳି ଏକ ବିକାଶଶୀଳ ଅନୁଷ୍ଠାନରେ ଅଧିକ ଧନ୍ଦାମୂଳକ ଶିକ୍ଷା ଖୋଲାଯିବା ପାଇଁ ସର୍ବସାଧାରଣରେ ଦାବି ହେଉଛି ା
ସୂଚନାଯୋଗ୍ୟ, ସମ୍ପୃକ୍ତ ବିଭାଗରେ କିପରି ଶିକ୍ଷାର୍ଥୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ସେ ନେଇ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ବିଭିନ୍ନ ସମୟରେ ସଭା ସମିତି କରାଯାଇ ସଚେତନତା ସୃଷ୍ଟି କରାଯାଉଥିଲା ା ବର୍ତ୍ତମାନର ସମାଜରେ ବହୁ ଶିକ୍ଷିତ ବେକାର ଯୁବତୀ ଯୁବକ ଚାକିରୀ ନ ପାଇ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି ା ମାତ୍ର ଧନ୍ଦା ମୂଳକ ଶିକ୍ଷାରେ ଯଦି ପିଲାମାନେ ଶିକ୍ଷା ଗ୍ରହଣ କରୁଥାନ୍ତେ ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଅନୁଷ୍ଠାନରେ ନିଯୁକ୍ତି ପାଇ ପାରନ୍ତେ ବୋଲି ଜଣାପଡିଛି ା ତେବେ ଏହି ଧନ୍ଦା ମୂଳକ ଶିକ୍ଷା ସମ୍ପର୍କରେ ଅଧ୍ୟାପିକା ପଣ୍ଡା ସଚେତନତା ସୃଷ୍ଟିକରିବା ପରେ ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?