କମୁଛି ନାଗାବଳୀ ଜଳସ୍ତର, ଜଳ ଯୋଗାଣ ପ୍ରଭାବିତ ଆଶଙ୍କା

ରାୟଗଡ଼ା,୨୨ା୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ରାୟଗଡ଼ା ଜିଲାରେ ପ୍ରବାହିତ ହେଉଥିବା ୩ଟି ନଦୀ ପ୍ରାୟତଃ ଶୁଖିଲା ପଡ଼ିଛି ା ଜିଲାରେ ଜଳ ଯୋଗାଇ ଲୋକଙ୍କୁ ଜୀବନ ପ୍ରଦାନ କରୁଥିବା ୩ଟି ନଦୀ ନାଗାବଳୀ, ଝଞ୍ଜାବତୀ ଓ ବଂଶଧାରାରେ ପାଣି ନ ଥିବାରୁ ଆଗାମୀ ଦିନରେ ଏହା ଚାଷ ଏବଂ ପାନୀୟ ଜଳ ଯୋଗାଣ ଉପରେ ପ୍ରଭାବ ପକାଇବା ନେଇ ଜିଲାର ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କରିଛନ୍ତି ା ଏଥିସହିତ ବର୍ଷା ଅଭାବ ଯୋଗୁ ଭୂତଳ ଜଳ ମଧ୍ୟ ପ୍ରଭାବିତ ହେବାରେ ଲାଗିଛି ା ଅପରପକ୍ଷେ ବେଆଇନ ବାଲି ଚାଲାଣ ନଦୀର ଦୁଇ ପାର୍ଶ୍ୱକୁ ଅଧିକ ପ୍ରଶସ୍ତ କରିଦେଉଥିରୁ ନଦୀରେ ଥିବା କମ୍‌ ପରିମାଣ ଜଳ ଦୁଇ ପାର୍ଶ୍ୱକୁ ବିସ୍ତାର ହୋଇ ଖରା ଯୋଗୁ ଏକପ୍ରକାର ଶୁଷ୍କ ପରିଲକ୍ଷିତ ହୋଇଛି ା ଫଳରେ ନଦୀରୁ ସହରବାସୀଙ୍କୁ ହେଉଥିବା ଜଳଯୋଗାଣ ବ୍ୟାଘାତ ହେଉଛି।
କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଜୁନ୍‌ ୧ରୁ ୨୦ ତାରିଖ ମଧ୍ୟରେ ଜିଲାରେ ୧୯୫.୩ ମି.ମି. ବର୍ଷାର ଆବଶ୍ୟକତା ରହିଥିବା ବେଳେ ୨୧.୩ ମି.ମି. ବର୍ଷା ହୋଇଛି। ଏହାର ସିଧା ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ା ଜିଲାରେ ପାନୀୟ ଜଳ ଅଭାବ ଦେଖାଦେଇଥିବା ବେଳେ ନଦୀ ଜଳସ୍ତର କମୁଥିବା କାରଣରୁ ଆଗାମୀ ଦିନରେ ଲୋକେ ପାଣି ପାଇଁ ଆହୁରି ଅଧିକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ପରିବେଶବିତ୍‌ମାନେ କହିଛନ୍ତି ା ରାୟଗଡ଼ା ଜିଲାର ୧୧ଟି ବ୍ଲକକୁ ଅନୁଧ୍ୟାନ କଲେ ଚଳିତ ଜୁନ୍‌ ୧ରୁ ୨୦ ତାରିଖ ମଧ୍ୟରେ ରାୟଗଡ଼ା ବ୍ଲକରେ ସର୍ବାଧିକ ୫୪.୮ମିଲିମିଟର ବର୍ଷା ହୋଇଛି, ଯାହା କେବଳ ପାହାଡ଼ିଆ ଅଞ୍ଚଳରେ ହୋଇଥିବା ବେଳେ ଜନବସତି ସ୍ଥାନରେ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ ା କୋଲନରା ବ୍ଲକରେ ୯.୪ ମିଲି ମିଟର, କଲ୍ୟାଣସିଂହପୁର ବ୍ଲକରେ ସର୍ବନିମ୍ନ ୩.୬ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ତେବେ କାଶୀପୁର ବ୍ଲକରେ ଚଳିତ ବର୍ଷ ଆବଶ୍ୟକ ପରିମାଣ ବର୍ଷାହୋଇ ନ ଥିବା ବେଳେ କୃଷି ବିଭାଗ ଅନୁଯାୟୀ ଏହା ଶୂନ ମିଲିମିଟର ରେକର୍ଡ ହୋଇଛି ା
ଥାଉକି, ନାଗାବଳୀ ନଦୀ ପଡ଼ୋଶୀ କଳାହାଣ୍ଡି ଜିଲା ବେଲବାହାଲି ଅଞ୍ଚଳରୁ ଉପତ୍ତ୍ତି ହୋଇଥିବା ବେଳେ କଲ୍ୟାଣସିଂହପୁର ବ୍ଲକ ଓ କୋଲନରା ବ୍ଲକ ଦେଇ ରାୟଗଡ଼ାକୁ ପ୍ରବେଶ କରିଛି ା ରାୟଗଡ଼ା ବ୍ଲକ ଦେଇ ଏହା ଆନ୍ଧ୍ରପ୍ରଦେଶକୁ ପ୍ରବାହିତ ହୋଇଛି ା ସେହିଭଳି ଜିଲାର ସର୍ବାଧିକ ବର୍ଷା ବିଷମକଟକ ବ୍ଲକରେ ୮୨.୬ ମିଲିମିଟର, ମୁନିଗୁଡ଼ା ବ୍ଲକରେ ୧୩.୯ ମିଲିମିଟର, ପଦ୍ମପୁର ବ୍ଲକରେ ୧୪.୨ ମିଲିମିଟର ଏବଂ ରାମନାଗୁଡ଼ା ବ୍ଲକରେ ୫.୮ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି ା ଚନ୍ଦ୍ରପୁର ଏବଂ ଗୁଡ଼ାରି ବ୍ଲକରେ ଚଳିତ ବର୍ଷ ଆବଶ୍ୟକ ପରିମାଣରେ ବର୍ଷା ହୋଇ ନ ଥିବା ବେଳେ କୃଷି ବିଭାଗ ପକ୍ଷରୁ ଶୂନ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିବା ଜଣାପଡ଼ିଛି ା ଆଷାଢ଼ ମାସର ୨୦ଦିନ ବିତିଯାଇଥିଲେ ମଧ୍ୟ ବର୍ଷା ହୋଇନାହିଁ ା ବର୍ତ୍ତମାନ ପରିସ୍ଥିତିରେ ଉପଯୁକ୍ତ ପରିମାଣର ବର୍ଷା ନ ହେଲେ ନଦୀର ଜଳ ସ୍ତର କମିବା ସହ ଜିଲାରେ ଜଳାଭାବ ଦେଖାଯିବ ଏଥିରେ ସନ୍ଦେହ ନାହିଁ ବୋଲି ପରିବେଶବିତ୍‌ ମତ ପ୍ରକାଶ କରିଛନ୍ତି ା ଅପରପକ୍ଷେ ଜିଲାରେ ଭୂତଳ ଜଳ ଓ ନଦୀ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ଜିଲା ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନ ଥିବାରୁ ଜିଲାରେ ଜଳ ସଙ୍କଟ ବଢ଼ିବାରେ ଲାଗିଛି ା ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri