କମୁଛି ନାଗାବଳୀ ଜଳସ୍ତର, ଜଳ ଯୋଗାଣ ପ୍ରଭାବିତ ଆଶଙ୍କା

ରାୟଗଡ଼ା,୨୨ା୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ରାୟଗଡ଼ା ଜିଲାରେ ପ୍ରବାହିତ ହେଉଥିବା ୩ଟି ନଦୀ ପ୍ରାୟତଃ ଶୁଖିଲା ପଡ଼ିଛି ା ଜିଲାରେ ଜଳ ଯୋଗାଇ ଲୋକଙ୍କୁ ଜୀବନ ପ୍ରଦାନ କରୁଥିବା ୩ଟି ନଦୀ ନାଗାବଳୀ, ଝଞ୍ଜାବତୀ ଓ ବଂଶଧାରାରେ ପାଣି ନ ଥିବାରୁ ଆଗାମୀ ଦିନରେ ଏହା ଚାଷ ଏବଂ ପାନୀୟ ଜଳ ଯୋଗାଣ ଉପରେ ପ୍ରଭାବ ପକାଇବା ନେଇ ଜିଲାର ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କରିଛନ୍ତି ା ଏଥିସହିତ ବର୍ଷା ଅଭାବ ଯୋଗୁ ଭୂତଳ ଜଳ ମଧ୍ୟ ପ୍ରଭାବିତ ହେବାରେ ଲାଗିଛି ା ଅପରପକ୍ଷେ ବେଆଇନ ବାଲି ଚାଲାଣ ନଦୀର ଦୁଇ ପାର୍ଶ୍ୱକୁ ଅଧିକ ପ୍ରଶସ୍ତ କରିଦେଉଥିରୁ ନଦୀରେ ଥିବା କମ୍‌ ପରିମାଣ ଜଳ ଦୁଇ ପାର୍ଶ୍ୱକୁ ବିସ୍ତାର ହୋଇ ଖରା ଯୋଗୁ ଏକପ୍ରକାର ଶୁଷ୍କ ପରିଲକ୍ଷିତ ହୋଇଛି ା ଫଳରେ ନଦୀରୁ ସହରବାସୀଙ୍କୁ ହେଉଥିବା ଜଳଯୋଗାଣ ବ୍ୟାଘାତ ହେଉଛି।
କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଜୁନ୍‌ ୧ରୁ ୨୦ ତାରିଖ ମଧ୍ୟରେ ଜିଲାରେ ୧୯୫.୩ ମି.ମି. ବର୍ଷାର ଆବଶ୍ୟକତା ରହିଥିବା ବେଳେ ୨୧.୩ ମି.ମି. ବର୍ଷା ହୋଇଛି। ଏହାର ସିଧା ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ା ଜିଲାରେ ପାନୀୟ ଜଳ ଅଭାବ ଦେଖାଦେଇଥିବା ବେଳେ ନଦୀ ଜଳସ୍ତର କମୁଥିବା କାରଣରୁ ଆଗାମୀ ଦିନରେ ଲୋକେ ପାଣି ପାଇଁ ଆହୁରି ଅଧିକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ପରିବେଶବିତ୍‌ମାନେ କହିଛନ୍ତି ା ରାୟଗଡ଼ା ଜିଲାର ୧୧ଟି ବ୍ଲକକୁ ଅନୁଧ୍ୟାନ କଲେ ଚଳିତ ଜୁନ୍‌ ୧ରୁ ୨୦ ତାରିଖ ମଧ୍ୟରେ ରାୟଗଡ଼ା ବ୍ଲକରେ ସର୍ବାଧିକ ୫୪.୮ମିଲିମିଟର ବର୍ଷା ହୋଇଛି, ଯାହା କେବଳ ପାହାଡ଼ିଆ ଅଞ୍ଚଳରେ ହୋଇଥିବା ବେଳେ ଜନବସତି ସ୍ଥାନରେ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ ା କୋଲନରା ବ୍ଲକରେ ୯.୪ ମିଲି ମିଟର, କଲ୍ୟାଣସିଂହପୁର ବ୍ଲକରେ ସର୍ବନିମ୍ନ ୩.୬ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ତେବେ କାଶୀପୁର ବ୍ଲକରେ ଚଳିତ ବର୍ଷ ଆବଶ୍ୟକ ପରିମାଣ ବର୍ଷାହୋଇ ନ ଥିବା ବେଳେ କୃଷି ବିଭାଗ ଅନୁଯାୟୀ ଏହା ଶୂନ ମିଲିମିଟର ରେକର୍ଡ ହୋଇଛି ା
ଥାଉକି, ନାଗାବଳୀ ନଦୀ ପଡ଼ୋଶୀ କଳାହାଣ୍ଡି ଜିଲା ବେଲବାହାଲି ଅଞ୍ଚଳରୁ ଉପତ୍ତ୍ତି ହୋଇଥିବା ବେଳେ କଲ୍ୟାଣସିଂହପୁର ବ୍ଲକ ଓ କୋଲନରା ବ୍ଲକ ଦେଇ ରାୟଗଡ଼ାକୁ ପ୍ରବେଶ କରିଛି ା ରାୟଗଡ଼ା ବ୍ଲକ ଦେଇ ଏହା ଆନ୍ଧ୍ରପ୍ରଦେଶକୁ ପ୍ରବାହିତ ହୋଇଛି ା ସେହିଭଳି ଜିଲାର ସର୍ବାଧିକ ବର୍ଷା ବିଷମକଟକ ବ୍ଲକରେ ୮୨.୬ ମିଲିମିଟର, ମୁନିଗୁଡ଼ା ବ୍ଲକରେ ୧୩.୯ ମିଲିମିଟର, ପଦ୍ମପୁର ବ୍ଲକରେ ୧୪.୨ ମିଲିମିଟର ଏବଂ ରାମନାଗୁଡ଼ା ବ୍ଲକରେ ୫.୮ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି ା ଚନ୍ଦ୍ରପୁର ଏବଂ ଗୁଡ଼ାରି ବ୍ଲକରେ ଚଳିତ ବର୍ଷ ଆବଶ୍ୟକ ପରିମାଣରେ ବର୍ଷା ହୋଇ ନ ଥିବା ବେଳେ କୃଷି ବିଭାଗ ପକ୍ଷରୁ ଶୂନ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିବା ଜଣାପଡ଼ିଛି ା ଆଷାଢ଼ ମାସର ୨୦ଦିନ ବିତିଯାଇଥିଲେ ମଧ୍ୟ ବର୍ଷା ହୋଇନାହିଁ ା ବର୍ତ୍ତମାନ ପରିସ୍ଥିତିରେ ଉପଯୁକ୍ତ ପରିମାଣର ବର୍ଷା ନ ହେଲେ ନଦୀର ଜଳ ସ୍ତର କମିବା ସହ ଜିଲାରେ ଜଳାଭାବ ଦେଖାଯିବ ଏଥିରେ ସନ୍ଦେହ ନାହିଁ ବୋଲି ପରିବେଶବିତ୍‌ ମତ ପ୍ରକାଶ କରିଛନ୍ତି ା ଅପରପକ୍ଷେ ଜିଲାରେ ଭୂତଳ ଜଳ ଓ ନଦୀ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ଜିଲା ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନ ଥିବାରୁ ଜିଲାରେ ଜଳ ସଙ୍କଟ ବଢ଼ିବାରେ ଲାଗିଛି ା ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?