ଏସ୍‌ଏସ୍‌ସି ମାନ୍ୟତା ପାଇଲେ ମିଳିବ ଘରବାରି ପଟ୍ଟା

ଚିତ୍ରକୋଣ୍ଡା,୨୨ା୬ (କ୍ଷୀରୋଦ ବେହେରା)ମାଲକାନଗିରି ଜିଲା ପ୍ରଶାସନ ଦ୍ୱାରା ୨୦୧୧ରେ ହୋଇଥିବା ଜନଗଣନାରେ ଚିତ୍ରକୋଣ୍ଡା ପଞ୍ଚାୟତର ୭୫୦୦ ଶହରୁ ଊର୍ଦ୍ଧ୍ୱ ଲୋକ ଥିବା ବେଳେ ୧୦ ବର୍ଷ ପରେ ଜନଗଣନାରେ ୧୦ ରୁ ୨୦ ଭାଗ ଲୋକ ସଂଖ୍ୟା ବଢ଼ିବା ସହ ୨୦୨୧ରେ ଜନଗଣନା ହେବା କଥା। ମାତ୍ର କରୋନା କଟକଣା ପାଇଁ ଜନଗଣନା ଆଜି ଯାଏ ହୋଇ ପାରିଲା ନାହିଁ। ଜନସଂଖ୍ୟା କମ୍‌ ଥିବାରୁ ଏନ୍‌ଏସି ଘୋଷଣା ହୋଇପାରୁନି। ଫଳରେ ନିରୀହ ଓ ଗରିବ ଜନସାଧାରଣ ଘରବାରି ପଟ୍ଟା ପାଇପାରୁ ନାହାନ୍ତି। ଚିତ୍ରକୋଣ୍ଡାଠାରେ ବାଲିମେଳା ମାଟିବନ୍ଧ ଯୋଜନା କାମ ୧୯୬୨ରେ ଆରମ୍ଭ ହେଲା। ବହୁ ସ୍ଥାନ ବୁଡିଅଞ୍ଚଳ ଭାବେ ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ସେହିଦିନଠାରୁ ବହୁ ଲୋକ ଚିତ୍ରକୋଣ୍ଡାରେ ବସବାସ କରି ରହିଲେ। କିନ୍ତୁ ସେମାନେ ଜମି ପଟ୍ଟା ପାଇଲେ ନାହିଁ କିମ୍ବା ପିଲାଙ୍କ ପାଠ ପଢିବା ପାଇଁ ସାର୍ଟିଫିକେଟ ପାଇଲେ ନାହିଁ। ସରକାରୀ ଜାଗାରେ ଜବରଦଖଲ କରି ବନ୍ଦୋବସ୍ତରେ ସରକାରଙ୍କୁ ଜରିମାନା ବାନ୍ଧି ଆବଶ୍ୟକ ଘର ବାନ୍ଧି ଆଜିଯାଏ ଚଳି ଆସିଲେ। ୧୮ପଞ୍ଚାୟତ କେନ୍ଦ୍ରସ୍ଥଳୀ ଚିତ୍ରକୋଣ୍ଡା ବ୍ଲକ ପାଲଟିଗଲା। ଗୋଟିଏ ପଞ୍ଚାୟତ ଚିତ୍ରକୋଣ୍ଡାକୁ ଛାଡ଼ିଦେଲେ ଆଉ ୧୭ ପଞ୍ଚାୟତର ଜନସାଧାରଣଙ୍କୁ ବହୁ କ୍ଷେତ୍ରରେ ଚାଷ ଜମି ଓ ଜଙ୍ଗଲ ଜମି ମିଳିଛି। ମାତ୍ର ଚିତ୍ରକୋଣ୍ଡା ଗ୍ରାମବାସୀ ସେଥିରୁ ବଞ୍ଚିତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ରାଜନେତା ଓ ବୁଦ୍ଧିଜୀବୀଙ୍କ ମତରେ ଏନ୍‌ଏସି ହେଲେ ଏଠାରେ ବସବାସ କରୁଥିବା ଜନସାଧାରଣଙ୍କୁ ୪ସେଣ୍ଟ ଘର ବାରି ପଟ୍ଟା ମିଳିବ। କିନ୍ତୁ ଚିତ୍ରକୋଣ୍ଡା ଜନସାଧାରଣଙ୍କ ଆଶା ମଉଳି ଯାଉଛି।
ପଞ୍ଚାୟତ ସମିତିର ୧୬ୱାର୍ଡରୁ ୨ଟି ୱାର୍ଡ ରାଜଲକୋଣ୍ଡା ଓ ଆର୍‌ଏସ୍‌ସି-୧୬ ନମ୍ବରକୁ ଛାଡି ଦେଲେ, ଅବଶିଷ୍ଟ ୧୪ ୱାର୍ଡର ୮୦୦୦ରୁ ଊର୍ଦ୍ଧ୍ୱ ପରିବାର ବିଶିଷ୍ଟ ଏହି ପଞ୍ଚାୟତ ଅଧୀନରେ ୨୦ରୁ ଊର୍ଦ୍ଧ୍ୱ ଗାଁ ତଥା ବସ୍ତି ରହଛି। ଏଠାକାର ଲୋକେ ମଜୁରି କରି କେତେକ ବେପାର ବଣିଜ, ମାଛ ଧରି ଜୀବନ ଜୀବିବା କରି ସ୍ଥାୟୀ ବାସିନ୍ଦା ଭାବେ ଜୀବନ ବିତାଉଛନ୍ତି। ମାତ୍ର ସମସ୍ତ ଜନସାଧାରଣ ଦୀର୍ଘ ବର୍ଷ ହେଲା ବସତି ସ୍ଥାପନ କରିଥିଲେ ମଧ୍ୟ ସ୍ବାଧୀନତାର ୭୦ ବର୍ଷ ପରେ ବି ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଏ ଅଞ୍ଚଳକୁ ଜିଲା ପ୍ରଶାସନ ତଥା ସରକାର ବୁଡି ଅଞ୍ଚଳ ଦର୍ଶାଇ ଜମି ଯୋଗାଇଦେବା ଦୂରର କଥା, କିନ୍ତୁ ଆଜି ପର୍ଯ୍ୟନ୍ତ ଘରବାରି ପଟ୍ଟା ମିଳିଲାନାହିଁ। ଫଳରେ ଏମାନଙ୍କ ପାଇଁ ଘରବାରି ପଟ୍ଟା ପାଇବା ସାତସପନ ହୋଇଛି। ଚିତ୍ରକୋଣ୍ଡା ସହର ତଥା ବସ୍ତି ବାସିନ୍ଦାଙ୍କର ଘରବାରି ପଟ୍ଟା ନ ଥିବାରୁ ୫ ବର୍ଷ ହେଲା ଇନ୍ଦିରା ଆବାସ ପାଇବାରୁ ବଞ୍ଚିତ ହୋଇଛନ୍ତି। ପିଲାଙ୍କ ଉଚ୍ଚ ଶିକ୍ଷା ଏବଂ ଚାକିର ପାଇଁ ଘରବାରି ପଟ୍ଟା ନ ଥିବାରୁ ଜାତିଗତ ପ୍ରମାଣ ପତ୍ର ପାଇଁ ହନ୍ତସନ୍ତ ହେବାକୁ ପଡୁଛି।
ସମ୍ପର୍କରେ ଜିଲା ପ୍ରଶାସନ ତଥା ସରକାର ଅଧିକାରୀ ଏବଂ ନେତା ମନ୍ତ୍ରୀଙ୍କୁ ଏ ସମସ୍ୟା ସମ୍ପର୍କରେ ଜଣାଇ ଆସୁଥିଲେ ମଧ୍ୟ ଆଜି ସୁଦ୍ଧା କିଛି ସୁଫଳ ମିଳିନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା
ପ୍ରକାଶଯେ, ୨୦୧୦ ନଭେମ୍ବରରେ ଚିତ୍ରକୋଣ୍ଡାକୁ ଏନ୍‌ଏସି ଦାବିରେ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ, କିନ୍ତୁ ଆଜି ସୁଦ୍ଧା କିଛି ହୋଇନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri