ରାତି ପାଠପଢ଼ାରେ ବିଦ୍ୟୁତ୍‌ ବାଧକ

ନାଉଗଁା,୨୨ା୬(ସୁଧା ବେହୁରା) ନାଉଗଁା ବ୍ଲକର ତିରୁଣା ପଞ୍ଚାୟତ ଦହିପାଳ(ବେଲକନ୍ଦା)ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇଛି। ୯ କୋଟି ୯୯ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟ ବରାଦ କରାଯାଇ ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ସରିଛି। ହେଲେ ଏପର୍ଯ୍ୟନ୍ତ ବିଦ୍ୟାଳୟରେ ପିଲା ପାଠ ପଢ଼ି ପାରୁନାହାନ୍ତି। ୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷା ବର୍ଷରେ ଉକ୍ତ ବିଦ୍ୟାଳୟରେ ନାମ ଲେଖା ହୋଇ ପିଲାମାନେ ଅସ୍ଥାୟୀ ଭାବେ ନାଉଗଁା ହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଛନ୍ତି। ବର୍ତ୍ତମାନ ଆଦର୍ଶ ବିଦ୍ୟାଳୟରେ ୨ଟି ଶ୍ରେଣୀ ଯଥା ୬ଷ୍ଠ ଓ ୭ମ ଶ୍ରେଣୀ ରହିଥିବା ବେଳେ ଉଭୟ ଶ୍ରେଣୀରେ ୧୬୦ରୁ ଊର୍ଦ୍ଧ୍ୱ ପିଲା ପଢୁଛନ୍ତି।
ନାଉଗଁା ହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକତା ଶ୍ରେଣୀ ଗୃହ ନ ଥିବାରୁ ୭ ଟାରୁ ୧୧ଟା ସପ୍ତମ ଶ୍ରେଣୀ ଓ ୧୧ଟାରୁ ୪ଟା ପର୍ଯ୍ୟନ୍ତ ୬ଷ୍ଠ ଶ୍ରେଣୀର ପିଲା ପାଠ ପଢୁଛନ୍ତି। ଏହି ବିଦ୍ୟାଳୟ କାର୍ଯ୍ୟ ସରିଥିଲେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ନ ହେବାରୁ ତାହା ଏବେ ପିଲାଙ୍କ ପାଠପଢ଼ା କାର୍ଯ୍ୟରେ ଆସୁ ନ ଥିବା ଜଣାଯାଇଛି। ଶ୍ରେଣୀ ଗୃହର ଅଭାବ ଯୋଗୁ ପିଲାମାନେ ଠିକ୍‌ ଭାବେ ପାଠ ମଧ୍ୟ ପଢ଼ି ପାରୁନାହାନ୍ତି। ଏହି ବିଦ୍ୟାଳୟରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପିଲା ନାମ ଲେଖାଇ ଥିବା ବେଳେ ଆଉ କେତେଗୋଟି ପଞ୍ଚାୟତ ନାଉଗଁା ହାଟ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ଦୂରରେ ରହିଛି। ଫଳରେ ଖରା, ବର୍ଷାରେ ଦୂର ଦୂରାନ୍ତର ପିଲାମାନେ ବିଦ୍ୟାଳୟକୁ ଆସିବାକୁ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଯଥାଶୀଘ୍ର ବିଦ୍ୟୁତ୍‌ ସଂଯୋଗ କରି ବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବାକୁ ଅଭିଭାବକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ ଗୃହ ନିର୍ମାଣ ସରିବା ପରେ ଜିଲା ଶିକ୍ଷାଧିକାରୀଙ୍କୁ ଉକ୍ତ ବିଦ୍ୟାଳୟକୁ ହ୍ୟାଣ୍ଡଓଭର କରାଯାଇଛି। ବିଦ୍ୟୁତ୍‌ ସଂଯୋଗ ସରିବା ପରେ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ି ପାରିବେ ବୋଲି ସେ କହିଥିଲେ। ବିଦ୍ୟୁତ୍‌ ସଂଯୋଗ ବିଷୟରେ ଟାଟା ପାଓ୍ବାରର ଲିଡ ମ୍ୟାନେଜର ଦୀପକ ଭୂଇଁଙ୍କୁ ପଚାରିବାରେ ଦାୟିତ୍ୱରେ ଥିବା ଠିକାଦାର ସମସ୍ତ ବିଦ୍ୟୁତ୍‌ କାର୍ଯ୍ୟ ସାରିଛନ୍ତି। ପରୀକ୍ଷା କରାଯିବା ପରେ ବିଦ୍ୟୁତ୍‌ କାର୍ଯ୍ୟକ୍ଷମ ହେବ। ସପ୍ତାହକ ମଧ୍ୟରେ ସମସ୍ତ କାର୍ଯ୍ୟ ସରିଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?