Home Left

ଭାଜପା ବିଧାୟକଙ୍କ ମାନସିକ ସନ୍ତୁଳନ ଠିକ୍‌ ନାହିଁ, ସହରରେ ଲାଗିଲା ପୋଷ୍ଟର: ପଛରେ ରହିଛି ଏମିତି କାରଣ

ଜୟପୁର,୧୭।୩: ଭାଜପା ଓ କଂଗ୍ରେସ ମଧ୍ୟରେ ରାଜନୀତି ଚରମ ସୀମାରେ ରହିଛି। ପ୍ରତିଦିନ ନୂଆ ବିବାଦ ସାମ୍ନାକୁ ଆସୁଛି। ନିଜଟରେ ରାଜସ୍ଥାନରେ ଭାଜପାର ରାମଗଞ୍ଜମାଣ୍ଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମଦନ ଦିଲାୱାର ରାଜସ୍ଥାନ କଂଗ୍ରେସ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ…

ଟିସିଏସ୍‌ର ସିଇଓ ପଦରୁ ଇସ୍ତଫା ଦେଲେ ରାଜେଶ ଗୋପୀନାଥନ

ନୂଆଦିଲ୍ଲୀ,୧୭।୩: ଦେଶର ବୃହତ୍ତମ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସର ଏମଡି ତଥା ସିଇଓ ରାଜେଶ ଗୋପୀନାଥନ ଇସ୍ତଫା ଦେଇଛନ୍ତି। କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି। ରାଜେଶ ଗୋପୀନାଥନଙ୍କ ଇସ୍ତଫା ପରେ ମାର୍ଚ୍ଚ ୧୬,…

ହାଇଦ୍ରାବାଦର ଏକ ମାର୍କେଟ କମ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

ହାଇଦ୍ରାବାଦ,୧୭ ।୩: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦରେ ଏକ ବହୁ ମହଲା ବିଶିଷ୍ଟ କମର୍ସିଆଲ କମ୍ଲେକ୍ସରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ହୋଇଛି । ଏହି ଘଟଣାରେ ଅତିକମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ମହିଳା…

ଦିଗପହଣ୍ଡିରେ ଝଡ଼ବର୍ଷା

ଦିଗପହଣ୍ଡି,୧୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ବିଜୁଳି ଘଡ଼ ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଦିନସାରା ପାଗ ମେଘୁଆ ରହିଥିବା ବେଳେ ସକାଳେ ସାମାନ୍ୟ ବର୍ଷା ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଗତ…

ଯାତ୍ରା ଦେଖି ଫେରୁଥିବା ବେଳେ ଝାମ୍ପି ନେଲେ ମୋବାଇଲ: ୨ ଗିରଫ

ରାଇରଙ୍ଗପୁର,୧୬।୩(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ କୁସୁମି ବ୍ଳକର ମୟୂଦର ପଞ୍ଚାୟତ ବାଲିଆଢିପା-ସୁଲାଇପାଟ ରାସ୍ତାରେ ୨ସାଙ୍ଗଙ୍କ ମୋବାଇଲ ଫୋନ ଲୁଟ୍‌ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଜିଲାର…

କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତିଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭର ଗିରଫ

ବେଙ୍ଗାଲୁରୁ,୧୬।୩: କର୍ନାଟକର ବିଜୟପୁରା ଜିଲାରେ କେନ୍ଦ୍ର ଖାଦ୍ୟ ଓ ବଣ୍ଟନ ରାଜ୍ୟ ମନ୍ତ୍ରୀ ନିରଞ୍ଜନ ଜ୍ୟୋତି ଗୁରୁବାର ରାତିରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ କାର୍‌କୁ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ପଛପଟୁ ଧକ୍କା ଦେଇଛି। ଏହି…

ମୁମ୍ବାଇରେ ପୁଣି ବଢ଼ୁଛି କରୋନା ମାମଲା: ମହାରାଷ୍ଟ୍ରକୁ ଚିଠି ଲେଖିଲା କେନ୍ଦ୍ର

ମୁମ୍ବାଇ,୧୬।୩: ସମଗ୍ର ଦେଶରେ ଏଚ୍‌୨ଏନ୍‌୩ ଇନ୍‌ଫ୍ଲୁଏଞ୍ଜା ଫ୍ଲୁ ବୃଦ୍ଧି ମଧ୍ୟରେ କରୋନା ଭାଇରସ୍‌ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ଲୋକଙ୍କୁ କରୋନା ଭୟ ଘାରିଲାଣି। ମଙ୍ଗଳବାର ଏଠାରେ କୋଭିଡର ୩୬ଟି ମାମଲା ସାମ୍ନାକୁ…

ଡ୍ରାଇଭର-ପୋଲିସ୍‌ ମୁହାଁମୁହିଁ

ଗୋପାଳପୁର,୧୬ା୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନର ଗୁରୁବାର ଦ୍ୱିତୀୟ ଦିନ ସନ୍ଧ୍ୟାରେ ଗଞ୍ଜାମ ଜିଲା ପୁକୁଡ଼ିବନ୍ଧଠାରେ ପୋଲିସ ଓ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଜାତୀୟ ରାଜପଥ ରଣକ୍ଷେତ୍ର ପାଲଟି…

ବାଇଡେନ୍‌ଙ୍କ ଘନିଷ୍ଠ ଏରିକ୍‌ ହେବେ ଭାରତର ରାଷ୍ଟ୍ରଦୂତ

ଓ୍ବାଶିଂଟନ, ୧୬ା୩ : ଏରିକ୍‌ ଗାର୍‌ସେଟ୍ଟୀ ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ ହେବାସ୍ପଷ୍ଟ ହୋଇଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଏରିକ୍‌ଙ୍କ ଘନିଷ୍ଠ ସମ୍ପର୍କ ଥିବାରୁ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ଦୁଇବର୍ଷର…

ଆମେରିକା ଡ୍ରୋନ୍‌ ଉପରେ ଇନ୍ଧନ ଫିଙ୍ଗିଥିଲା ରୁଷିଆ ଯୁଦ୍ଧବିମାନ: ଭିଡିଓ ଜାରି କଲା ଓ୍ବାଶିଂଟନ୍‌

ଓ୍ବାଶିଂଟନ,୧୬ା୩: ରୁଷିଆ ଯୁଦ୍ଧବିମାନ ସୁଖୋଇ-୨୭ ଗତ ୧୪ ତାରିଖରେ କୃଷ୍ଣ ସାଗର ଉପର ଅନ୍ତର୍ଜାତୀୟ ବାୟୀସୁମାରେ ଅସୁରକ୍ଷିତ ତଥା ଅଣପେସାଦାରି ଢଙ୍ଗରେ ଆମେରିକାର ବାୟୁସେନାର ଏମ୍‌କବ୍ୟୁ-୯ ଡ୍ରୋନ୍‌କୁ ପିଛା କରିବା ସହ ଏହା ଉପରକୁ ଇନ୍ଧନ ଛାଡ଼ିଥିଲା। ଇନ୍ଧନ ଛାଡ଼ୁଥିବା ଦୃଶ୍ୟର…

କାନାଡା ଛାଡ଼ିବେ ୭୦୦ ଭାରତୀୟ ଛାତ୍ରୀଛାତ୍ର

ଚଣ୍ଡିଗଡ,୧୬। ୩: ପାଠପଢ଼ା ପାଇଁ ଭାରତରୁ କାନାଡା ଯାଇଥିବା ୭୦୦ ଛାତ୍ରୀଛାତ୍ରଙ୍କୁ ଦେଶ ଛାଡ଼ିବା ପାଇଁ କାନାଡିଆନ୍‌ ବର୍ଡର୍‌ ସିକ୍ୟୁରିଟି ଏଜେନ୍ସି (ସିବିଏସ୍‌ଏ) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଛାତ୍ରୀଛାତ୍ର ନାମଲେଖା ପାଇଁ ଦେଇଥିବା ଷ୍ଟଡି ଭିଜା ନକଲି ବୋଲି ଜଣାପଡ଼ିବା…

ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ପଛରେ ରୁଷୀୟ ହ୍ୟାକରର ହାତ

ନୂଆଦିଲ୍ଲୀ, ୧୬। ୩: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ୍ବେବ୍‌ ସାଇଟ୍‌ ହ୍ୟାକ୍‌ ପଛରେ ରୁଷୀୟ ହ୍ୟାକର୍‌ ଗ୍ରୁପ୍‌ର ସମ୍ପୃକ୍ତି ଥିବା ଭାରତୀୟ ସାଇବର ସିକ୍ୟୁରିଟି କମ୍ପାନୀ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି। ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ୍‌ରୁ ହେଲ୍‌ଥ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେଶନ୍‌ ସିଷ୍ଟମ୍‌ (ଏଚ୍‌ଏମ୍‌ଆଇଏସ୍‌)କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri