ବାହାଘରରେ ମାର୍କଣ୍ଡି ସାଜିଲା ବାଛୁରୀ

ଭୁବନେଶ୍ୱର,୨୬।୬(ଶର୍ମିଷ୍ଠା ପାଣିଗ୍ରାହୀ): ମାର୍କଣ୍ଡି ସାଜିଛି ବାଛୁରୀ। କଥାଟି ବିଶ୍ୱାସ ହେଉ ନ ଥିଲେ ବି ସତ। ଭୁବନେଶ୍ୱର ଉପକଣ୍ଠ ପଥରଗାଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୁକୁଟ ପିନ୍ଧି ମାର୍କଣ୍ଡି ବେଶରେ ସଜେଇ ହୋଇଛି ବାଛୁରୀ। ଆଉ ବର ସହିତ ଫୁଲରେ ସଜା ହୋଇଥିବା କାର୍‌ରେ କନିଆଁ ଘରକୁ ଯାଉଛି। ଗୋ’ ସେବା ଓ ସୁରକ୍ଷାର ବାର୍ତ୍ତା ଦେଇ ନିଜ ବାହାଘରକୁ ନିଆରା ଭାବେ କରିଛନ୍ତି ସମାଜସେବୀ ତଥା ଶିକ୍ଷକ ତାରାକାନ୍ତ ବେହେରା। ରବିବାର ଥିଲା ତାଙ୍କର ବାହାଘର। ବାଜା ବାଣରେ କମ୍ପି ଉଠିଥିଲା ଅଞ୍ଚଳ। ଡିଜେ ତାଳେ ତାଳେ ନାଚିଥିଲେ ବରଯାତ୍ରୀ। ଆଉ ସମସ୍ତଙ୍କ ଆକର୍ଷଣ ସାଜିଥିଲା ମାର୍କଣ୍ଡି ବାଛୁରୀ। ତାରାକାନ୍ତ ବାଛୁରୀ ଦେହରେ ହଳଦୀ ମାରିଥିଲେ। ଚାନ୍ଦୁଆ ପିନ୍ଧାଇବା ସହ ମସ୍ତକରେ ସିନ୍ଦୂର ଓ ବେକରେ ଫୁଲ ମାଳ ପକାଇଥିଲେ। ବାଛୁରୀ ମାର୍କଣ୍ଡିକୁ ନିଜ କାରରେ ବସାଇ କନିଆ ରଶ୍ମିତାଙ୍କ ହାତ ଧରିବାକୁ ବାହାରିଥିଲେ। ବାଛୁରୀ ମଧ୍ୟ ବେଶ୍‌ ଆଦରରେ ତାଙ୍କ କୋଳରେ ସେମିତି ବସି ରହିଥିଲେ। ଏହାକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିଥିଲା। ବିବାହରେ ଗୋ’ ପୂଜା ଓ କୁନି ବାଛୁରୀ ପୂଜା କରିବାର ପରମ୍ପରା ରହିଛି। ହେଲେ ବର୍ତ୍ତମାନର ଆଧୁନିକ ଯୁଗରେ ମାର୍କଣ୍ଡି ଭାବେ କୁନି ବାଛୁରୀକୁ ନେବା ଘଟଣା ସମସ୍ତଙ୍କୁ ଅନୁପ୍ରାଣିତ କରିଛି। କେବଳ ଏତିକି ନୁହେଁ ଗୋ’ ମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ କନ୍ୟା ଘର ପକ୍ଷରୁ ଏକ ‘ଗାଈ’କୁ ଉପହାର ରୂପେ ଦିଆଯାଇଛି। ତାରାକାନ୍ତଙ୍କ ଏଭଳି ପଦକ୍ଷେପ ପାଇଁ ପ୍ରଶଂସାର ସୁଅ ଛୁଟିଛି। ଏ ନେଇ ତାରାକାନ୍ତ କହିଛନ୍ତି, ପ୍ରକୃତିର ମହାନ ଦାନ ହେଉଛି ଗୋ ମାତା। ସମସ୍ତେ ସେମାନଙ୍କୁ ଉପଯୁକ୍ତ ସମାନ ଦେବା ସହ ଆଦର କରିବା ଉଚିତ। ଆଜାକାଲି ସେମାନଙ୍କୁ ବହୁ ହତାଦାର କରାଯାଉଥିବାରୁ ଦୁଃଖ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?