ଆବର୍ଜନା କୁଣ୍ଡ ପାଲଟିଛି ଗାଁ ଶୁଦ୍ଧତୁଠ

ଭୁବନେଶ୍ୱର,୨୬।୬(ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ଜଳାଶୟର ପୁନରୁଦ୍ଧାର ଦାୟିତ୍ୱ ନେଇଛି ବିଏମ୍‌ସି। ଏହି କ୍ରମରେ ପ୍ରାୟ ୪୭ଟି ପୋଖରୀର ଉନ୍ନତୀକରଣ କରିବା ପାଇଁ ବିଏମ୍‌ସି ତାଲିକା ପ୍ରଦାନ କରିଥିବାବେଳେ ସେଥିରୁ କେତେକର ପୁନରୁଦ୍ଧାର ହୋଇଛି, ମାତ୍ର ଏବେ ବି ଅନେକ ପୋଖରୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଏହା ଉପରେ ବିଏମ୍‌ସି, ସ୍ଥାନୀୟ କର୍ପୋରେଟର କିମ୍ବା ଅନ୍ୟ କାହାର ନଜର ପଡୁନାହିଁ। ଓ୍ବାର୍ଡ ନଂ. ୫୦ ଅନ୍ତର୍ଗତ ଓୟୁଏଟି କ୍ୟାମ୍ପସ ନିକଟରେ ରହିଛି ଏହି ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀ। ୨୦୨୧-୨୨ରେ ପ୍ରାୟ ୫ ହଜାର ବର୍ଗଫୁଟରେ ନିର୍ମିତ ହୋଇଥିବା ଏହି ପୋଖରୀ ଏବେ ଜରାଜୀର୍ଣ୍ଣ ହୋଇ ପଡିଛି। ଏହାର ପାଣି ବ୍ୟବହାର ଯୋଗ୍ୟ ହୋଇ ନ ଥିବାବେଳେ ପାଖରେ କୁଢ କୁଢ ପଲିଥିନ୍‌ ସହ ବିଭିନ୍ନ ଆବର୍ଜନା ପଡି ରହିଛି। ୪୫ଲକ୍ଷ ଟଙ୍କା ବ୍ୟୟରେ ପୋଖରୀ ନିର୍ମାଣ ହୋଇଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ମାତ୍ର ବର୍ଷକ ଭିତରେ ଏବେ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ନୀଳକଣ୍ଠେଶ୍ୱର ପୋଖରୀରେ ମୁଖ୍ୟତଃ ଦଶାହ କର୍ମ କରାଯାଇ ଥାଏ। ଆଖପାଖରେ ଦଶାହ କର୍ମ ପାଇଁ ଏହି ଗୋଟିଏ ପୋଖରୀ ଥିବାରୁ ଏହା ଉପରେ ଓ୍ବାର୍ଡ ନଂ. ୫୦ ସମେତ ବରବାରୀ ବସ୍ତି, ୟୁନିଟ-୮ ଏବଂ ୬୩, ୨୪, ୪୮ ଓ ୫୧ ନଂ. ଓ୍ବାର୍ଡବାସୀ ସମ୍ପୂର୍ଣ୍ଣରୂପେ ନିର୍ଭର କରୁଛନ୍ତି। ତେବେ କାମ ସରିବା ପରେ ପୋଖରୀ ନିକଟରେ ପରିତ୍ୟକ୍ତ ଲୁଗାପଟା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୂଜା ସାମଗ୍ରୀ ମଧ୍ୟ ଫୋପାଡ଼ି ଦିଆଯାଇଛି, ଯାହା ଫଳରେ ଏବେ ପୋଖରୀ ଏବଂ ତାହାର ଚାରି ପାଖରେ ଆବର୍ଜନା ଗଦା ହୋଇ ରହିଲାଣି। ଅପରପକ୍ଷେ ପରିତ୍ୟକ୍ତ ଜିନିଷ ପଡି ପୋଖରୀ ପାଣି ମଧ୍ୟ ନଷ୍ଟ ହେବାରେ ଲାଗିଛି। ମାତ୍ର ଅନ୍ୟ କୌଣସି ଉପାୟ ନ ଥିବାରୁ ବାଧ୍ୟ ହୋଇ ଲୋକେ ସେହି ପାଣିକୁ ବ୍ୟବହାର କରୁଛନ୍ତି।
ଏନେଇ ସ୍ଥାନୀୟ କର୍ପୋରେଟର ରାମଚନ୍ଦ୍ର ରଣସିଂହ କହିଛନ୍ତି, ଠିକ୍‌ ଭାବେ କାମ ହୋଇ ନ ଥିବାରୁ ପୋଖରୀ ଏବେ ଭଗ୍ନ ଅବସ୍ଥାରେ ପଡି ରହିଛି। ୬ମାସ ନ ପୂରୁଣୁ ସେଠାରେ ଲଗାଯାଇଥିବା ଜାଲି ଭାଙ୍ଗି ଯାଇଛି। ୭/୮ମାସ ହେବ ଓ୍ବାଟର ରିସୋର୍ସ ଡିପାର୍ଟମେଣ୍ଟକୁ ଏହାର ପୁନରୁଦ୍ଧାର କରିବା ପାଇଁ ଚିଠି ଦିଆଯାଇଛି। ଏଥିସହ ‘ଆମ ପୋଖରୀ’ ଯୋଜନାରେ ଏହାର ଉନ୍ନତି କାର୍ଯ୍ୟ କରିବା ପାଇଁ ବିଏମ୍‌ସିକୁ ଅବଗତ କରାଯାଇଛି। ମାତ୍ର କାହା ତରଫରୁ ବି ଏଯାଏ ଉତ୍ତର ଆସିନାହିଁ। ୫ ଟି ଓ୍ବାର୍ଡର ଲୋକ ଏହି ପୋଖରୀ ଉପରେ ନିର୍ଭର କରୁଥିବାବେଳେ ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ସେହିପରି ଆମ ପୋଖରୀ ଯୋଜନାରେ ବରମୁଣ୍ଡା ଏନ୍‌ଏଚ୍‌ ସ୍ଥିତ ଏକ ବଡ଼ ପୋଖରୀର ପୁନରୁଦ୍ଧାର କରାଯାଇଛି। ୨୦୧୯-୨୦ ମସିହାରେ ୫୦ଲକ୍ଷ ଟଙ୍କା ବ୍ୟୟରେ ଏହି ପୋଖରୀର କାମ ହୋଇଥିଲେ ବି ତାହା ମଧ୍ୟ ଏବେ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ଏହାର ପାଣି ପରିଷ୍କାର ନ ଥିବାରୁ ଲୋକମାନେ ସେଠାରେ ଗାଧୋଇବାକୁ ରାଜି ହେଉନାହାନ୍ତି। ଅପରପକ୍ଷେ ଲୋକମାନେ ମଧ୍ୟ ନିଜେ ସଚେତନ ହେଉ ନାହାନ୍ତି। ପୋଖରୀରେ ପରିତ୍ୟକ୍ତ ଜିନିଷ ଆଣି ପକାଉଛନ୍ତି। ଫଳରେ ସେମାନେ ନିଜେ ହିଁ ହଇରାଣ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?