Posted inଜାତୀୟ

ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶାହା, ମଣିପୁର ସ୍ଥିତି ସମ୍ପର୍କରେ ଦେଲେ ସୂଚନା

ନୂଆଦିଲ୍ଲୀ,୨୬।୬: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସାକୁ ନେଇ ବିରୋଧୀ ମୋଦୀ ସରକାରଙ୍କ ଉପରେ କ୍ରମାଗତ ଆକ୍ରମଣ କରୁଛନ୍ତି। ଇତି ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଣିପୁର ସ୍ଥିତିକୁ ନେଇ ଏକ ସର୍ବଦଳୀୟ ବୈଠକ ଡାକିଥିଲେ, ଯେଉଁଥିରେ ମଣିପୁରରେ ହୋଇଥିବା ହିଂସା ସମ୍ପର୍କରେ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ଏହି ବୈଠକ ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। କୁହାଯାଇଛି ଯେ ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ମଣିପୁର ହିଂସା ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରିଥିବା ବୈଠକରେ ମଣିପୁର ହିଂସା ସମ୍ପର୍କରେ ସମସ୍ତ ଦଳ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ, ଯେଉଁଥିରେ ଅମିତ ଶାହା ସମସ୍ତଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛନ୍ତି ତାଙ୍କ ନିର୍ଦ୍ଦେଶନାରେ ପୁରା କାର୍ଯ୍ୟ ଚାଲିଛ। ଏହି ବୈଠକରେ ୧୮ ଟି ରାଜନୈତିକ ଦଳ ସାମିଲ ହୋଇଥିଲେ। ଏହା ବ୍ୟତୀତ ଅମିତ ଶାହା ମଧ୍ୟ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ମଧ୍ୟ ଦିଲ୍ଲୀରେ ଭେଟିଛନ୍ତି। ଦୀର୍ଘ ସମୟ ଧରି ଚାଲିଥିବା ଏହି ବୈଠକରେ ମଣିପୁରର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା।

ବୈଠକ ପରେ ମୁଖ୍ୟମନ୍ତ୍ରୀ ବିରେନ ସିଂ ଟୁଇଟ କରି କହିଛନ୍ତି ଯେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କ ତତ୍ତ୍ୱାବଧାନରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉଦ୍ୟମ ପରେ ହିଂସାକୁ ବହୁ ପରିମାଣରେ ନିୟନ୍ତ୍ରଣକୁ ନିଆଯାଇଛି। ସିଏମ ସିଂ ଦାବି କରିଛନ୍ତି ଯେ ଜୁନ ୧୩ରୁ ରାଜ୍ୟରେ ହିଂସା ହେତୁ କାହାର ମୃତ୍ୟୁ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ବାଇକ୍‌ରେ ଗଲା ମୃତଦେହ

ଲଇକେରା, ୫।୭ (ରଞ୍ଜନ କୁମାର ମେହେର): ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଉଡ଼ିଆପାଲି ଗ୍ରାମରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ହୃଦୟବିଦାରକ ଓ ଲଜ୍ଜାଜନକ…

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

ଦାରିଙ୍ଗବାଡି, ୫।୭ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା…

ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ଖବର! ବଦଳିଲା ସପ୍ଲାଇ ନିୟମ, ସରକାର ହଟାଇଲେ ଜରୁରୀକାଳୀନ ନିୟନ୍ତ୍ରଣ

ନୂଆଦିଲ୍ଲୀ,୫/୭: ମିଡିଲ୍ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଯୁଦ୍ଧବିରତି ଏବଂ ହୋର୍ମୁଜ୍ ଷ୍ଟ୍ରେଟ୍‌ (Strait of Hormuz) ଦେଇ ସାମୁଦ୍ରିକ ଜାହାଜ ଚଳାଚଳ ପୁଣି ଥରେ ଆରମ୍ଭ ହେବା…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri