Home Left

୧.୧୯ କୋଟି ଖର୍ଚ୍ଚ ପରେ ବି ପାଣି ମିଳୁନି

କୋରେଇ,୧୯ା୬(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ରଣପୁର ପିଡବ୍ଲ୍ୟୁଏସ୍‌ ପ୍ରକଳ୍ପ ନିର୍ମାଣ ଶେଷ ହେବାର ଇତି ମଧ୍ୟରେ ୫ ବର୍ଷ ଅତିକ୍ରମ କରିଛି। ମାତ୍ର ବିଡ଼ମ୍ବନାର ବିଷୟ ଏହି ପ୍ରକଳ୍ପ ଉପରେ ଆଶା ବାନ୍ଧିଥିବା ରଣପୁର ପଞ୍ଚାୟତର ୧୧…

ଆକ୍ରୋଶମୂଳକ ରାଜନୀତିକୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି: ଭାଜପା

ଭୁବନେଶ୍ବର, ୧୯ା୬(ସୁନିତ୍‌ ମିଶ୍ର): ଦୀର୍ଘ ୨୩ ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ବିଜେଡି ସରକାର ଅମଳରେ ରାଜ୍ୟର ଜମି, ପାଣି, ଜଙ୍ଗଲ, ଖଣିଜକୁ ବେଆଇନ ଭାବେ ବିକ୍ରି କରିଦେଇ ବିଜେଡିର ମନ୍ତ୍ରୀ ଓ ନେତାମାନେ ଓଡ଼ିଶାକୁ ଖାଇଗଲେଣି। ରାଜ୍ୟର ଶାସନ…

ଆଜି କଂଗ୍ରେସର ଗ୍ରୀଡ୍‌କୋ ଅଫିସ୍‌ ଘେରାଉ, ରାଜ୍ୟପାଳଙ୍କୁ ଦାବିପତ୍ର ଦେବ ଭାଜପା

ଭୁବନେଶ୍ବର, ୧୯ା୬(ସୁନିତ୍‌ ମିଶ୍ର): ବାରମ୍ବାର ବିଦ୍ୟୁତ୍‌ କାଟ ଏବଂ ଅହେତୁକ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ରାଜ୍ୟ ଗ୍ରୀଡ୍‌କୋ ଅଫିସ ଘେରାଉ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି…

ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ବନ କର୍ମଚାରୀ

ଭୁବନେଶ୍ୱର,୧୯।୬(ଅଭିଜିତ ଦାସ): ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ବନ କର୍ମଚାରୀମାନେ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି। କେତେବେଳେ ଶିକାରୀ ତ ଆଉ କେତେବେଳେ କାଠ ଚୋରଙ୍କ ଆକ୍ରମଣ ଓ ହତ୍ୟାର ଶିକାର ହେଉଛନ୍ତି। ବିଶେଷକରି ଶିମିଳିପାଳରେ ଗତ ମେ’ ୨୪ରେ ବନରକ୍ଷୀ…

ନିଯୁକ୍ତି ପାଇବେ ୧୬୦ ଓଡ଼ିଶା ଶିକ୍ଷା ସେବା ଅଧିକାରୀ

ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୧୬୦ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀ ନିଯୁକ୍ତି ପାଇବେ। ରବିବାର ଭୁବନେଶ୍ୱରସ୍ଥିତ କୃଷିଭବନ ସମ୍ମିଳନୀ କକ୍ଷରେ ଏମାନଙ୍କ ପାଇଁ ଏକ କାଉନ୍‌ସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓପିଏସ୍‌ସି ଦ୍ୱାରା ମନୋନୀତ ୧୬୦…

ଚୋରି କରି ବନ୍ଧା ହେଲେ

ରେଢାଖୋଲ ୧୮।୬(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ପୋଲିସ ୩ ବାଇକ୍‌ ଲୁଟେରାଙ୍କୁ ଗିରଫ କରିଛି। ଲୁଟେରାମାନେ ରେଢାଖୋଲ ଥାନା ଅଧୀନ ହିନ୍ତରାଇ ଛକରୁ ସୁନିଲ ତିର୍କୀ ନାମକ ଜଣେ ଯୁବକଙ୍କ ବାଇକ୍‌ ନଂ. ଓଡି ୧୫ଡି ୧୨୦୭କୁ ଧରି ଫେରାର୍‌ ହୋଇଥିବା ନେଇ…

ଗଛରେ ବାନ୍ଧି ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ

ମୀରଟ, ୧୮ା୬: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲାରେ ଜଣେ ମୁସଲମାନ ଯୁବକଙ୍କୁ ଚୋରି ଅଭିଯୋଗରେ ଗଛରେ ବାନ୍ଧି ମାଡ଼ ମାରିବା ସହ ତାଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୧୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ…

ରାଜ୍ୟସ୍ତରୀୟ ସନ୍ତରଣରେ ସମ୍ବଲପୁରକୁ ୨୯ ସ୍ବର୍ଣ୍ଣ

ସମ୍ବଲପୁର, ୧୮ା୬(ଶୁଭାଶୀଷ ପାଢୀ): ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସମ୍ବଲପୁର ସନ୍ତରଣକାରୀ ଜିଲା ପାଇଁ ସୁନାମ ଆଣିଛନ୍ତି। ବିଭିନ୍ନ ବର୍ଗରେ ୨୯ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୨୭ଟି ବ୍ରୋଞ୍ଜ ପଦକ ପାଇଛନ୍ତି। ସମ୍ବଲପୁରକୁ ଫେରିବା ପରେ ଜିଲାପାଳ…

ଲାଞ୍ଚ ନେବା କୁଳପତିଙ୍କୁ ମହଙ୍ଗା ପଡିଲା

ହାଇଦ୍ରାବାଦ,୧୮ା୬: ୫୦ ହଜାର ଟଙ୍କା ଲାଞ୍ଚ ହେଉଥିବା ବେଳେ ତେଲଙ୍ଗାନା ୟୁନିଭର୍ସିଟିର କୁଳପତି (ଭିସି) ଦାଚେପାଲ୍ଲି ରବୀନ୍ଦର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ହାତରେ ଧରାପଡ଼ିଛନ୍ତି। ଏକ ଶିକ୍ଷାନୁଷ୍ଠାନକୁ ପରୀକ୍ଷା କେନ୍ଦ୍ର ଭାବେ ମଞ୍ଜୁରୀ ଦେବା ପାଇଁ କୁଳପତି ଶିରିଡ଼ି ସାଇ…

ଟଙ୍କା ଖର୍ଚ୍ଚ ପରେ ବି ମିଳୁନି ପାଣି

କର୍ଲାମୁଣ୍ଡା,୧୮।୬(ପ୍ରଦୀପ ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇଦେବା ନେଇ ବସୁଧା ଯୋଜନାରେ ବିଭନ୍ନ ସ୍ଥାନରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ବ୍ୟବସ୍ଥା କରିଛନ୍ତି। ହେଲେ ଠିକ୍‌ ସମୟରେ ଟାଙ୍କି ନିର୍ମାଣ ହୋଇପାରୁ ନ ଥିବାରୁ ସାଧାରଣ ଲୋକଙ୍କ ପାଇଁ…

ହାଇ ଭୋଲ୍‌ଟେଜରୁ ପୋଡ଼ିଗଲା ଟିଭି, କୁଲର

ତେନ୍ତୁଳିଖୁଣ୍ଟି, ୧୭।୬(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପଞ୍ଚାୟତରେ ହଠାତ୍‌ ୪୪୦ ହାଇ ଭୋଲ୍‌ଟେଜ ଆସିଯିବାରୁ ଲୋକଙ୍କ ଟିଭି, କୁଲର, ଫ୍ରିଜ୍‌, ଘରର ସମସ୍ତ ବଲ୍‌ବ୍‌, କମ୍ପ୍ୟୁଟର, ମଟର, ଇନ୍‌ଭୋଟର ଓ ଇଣ୍ଡକ୍‌ଶନ ଚୁଲା ଆଦି ବିଭିନ୍ନ ସରଞ୍ଜାମ…

ସ୍ବାମୀ ହତ୍ୟା ଅଭିଯୋଗରେ ସ୍ତ୍ରୀ, ଝିଅଙ୍କୁ ଉଠାଇନେଲା ଗୁଜରାଟ ପୋଲିସ

ଜି.ଉଦୟଗିରି,୧୮ା୬(ଶିଶିର ପଟ୍ଟନାୟକ): ଗୁଜରାଟ ସୁରଟ ସହରର ଟିପୋଦ୍ରାଠାରେ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୁରଟ ପୋଲିସ ରବିବାର ଜି.ଉଦୟଗିରି ପୋଲିସ ସହାୟତାରେ ଡକେଡି ଗ୍ରାମରୁ ଅଭିଯୁକ୍ତ ସ୍ତ୍ରୀ ଓ ତାଙ୍କର ଗୋଟିଏ ଝିଅଙ୍କୁ ଉଠାଇ ନେଇଛି। ମିଳିଥିବା ସୂଚନା ମୁତାବକ, ଗୁଜୁରାଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri