ଜିଲାରେ ଚକ୍ରାକାର ଧଳାମାଛି ଆତଙ୍କ

କେନ୍ଦ୍ରାପଡ଼ା, ୨୧ା୯(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଧଳା ମାଛି ଓ ଗଛରେ ଧଳା ଫିମ୍ପି ଚାଷୀଙ୍କ ପାଇଁ ଆଶଙ୍କାର କାରଣ ସାଜିଛି। ପ୍ରଥମେ ନଡ଼ିଆ ଗଛ ପତ୍ରରେ ଧଳା ଫିମ୍ପି ଦେଖାଦେଉଥିଲା। ଏବେ କଦଳୀ ଗଛଠାରୁ ଆରମ୍ଭକରି ପନିପରିବା ଗଛରେ ଏହି ରୋଗ ଦେଖାଯାଇଛି। ଧଳା ଫିମ୍ପି ଗଛକୁ ଦୁର୍ବଳ କରୁଥିବା ବେଳେ ଉପତ୍ାଦକୁ କମ୍‌ କରୁଛି। ଅସନ୍ତୁଳିତ ପରିବେଶ ପାଇଁ ଏହି ରୋଗ ବ୍ୟାପୁଥିବା ଚାଷୀ ଓ ସ୍ଥାନୀୟ ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏହାକୁ ନେଇ ଏକ ପ୍ରକାର ଆତଙ୍କ ଦେଖାଦେଇଛି। ତେବେ ଏହା ଚକ୍ରାକାର ମାଛି ପାଇଁ ବ୍ୟାପୁଥିବା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ନିରାକରଣ ପାଇଁ ଚାଷୀଙ୍କ ସଚେତନତା ସହ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ନଡ଼ିଆଗଛ ପରି ଲମ୍ବା ଗଛରେ ଔଷଧ ସିଞ୍ଚନ ପାଇଁ ଜିଲାରେ ଫୁଟ୍‌ ପ୍ରେସର ପମ୍ପ୍‌ କୌଣସିଠାରେ ନାହିଁ। ଏହା ବ୍ୟତୀତ ଏହି ରୋଗ ବ୍ୟାପକ ହେଉଥିବାରୁ ସାମୂହିକ ନିରାକରଣ ପାଇଁ ଦାବି ହୋଇଛି।

ଏ ନେଇ ଉଦୟନଗରର ପ୍ରଭାତ କୁମାର ପରିଡ଼ା, ଅଯୋଧ୍ୟା ନଗରର ପ୍ରଶାନ୍ତ କୁମାର ନାୟକ, ଗୁଲନଗରର ଲକ୍ଷ୍ମୀକାନ୍ତ ନାୟକ, ଡେରାବିଶର କରୁଣାକର କର, ଚଉଦକୁଲାଟର ଜୟନ୍ତ କୁମାର ପାତ୍ର ପ୍ରମୁଖ କହିଛନ୍ତି, କିଛିଦିନ ଧରି ଗଛର ପତ୍ରଗୁଡ଼ିକ ଧଳା ରଙ୍ଗରେ ଆଚ୍ଛାଦିତ ହୋଇଯାଉଛି। ପରେ ଏହି ପତ୍ର ସାମୟିକ ଭାବେ ମୋଡି ହେବା ସହିତ ଫିମ୍ପି ମାରୁଛି। ଏହି ଫିମ୍ପିରେ ପିମ୍ପୁଡ଼ି ଲାଗୁଥିବାରୁ ଏହା ମିଠା ବୋଲି ଅନୁମାନ କରାଯାଉଛି। ପରେ ପତ୍ର ନଷ୍ଟହେବା ସହ ଫଳ ଉପତ୍ାଦନ କମ୍‌ ହେଉଛି। ପୂର୍ବରୁ ଏହି ରୋଗ ନଡ଼ିଆଗଛରେ ଦେଖାଯାଉଥିବା ବେଳେ ଏବେ କଦଳୀଗଛ ଓ କେତେକ ପନିପରିବା ଚାଷ ସମୟରେ ଦେଖିବାକୁ ମିଳୁଛି। ପରିବେଶ ସନ୍ତୁଳନ ଏବେ ବିଗିଡ଼ିଯାଇଛି। ବିଶ୍ୱତାପନ ସହ ଶିଳ୍ପ, ଜଳ ଓ ବାୟୁ ପ୍ରଦୂଷଣ ବଢ଼ୁଛି। ଏହାଦ୍ୱାରା ଏହି ରୋଗ ବ୍ୟାପୁଛି। ଏହାର ନିରାକରଣ ପାଇଁ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଅଥବା ଉଦ୍ୟାନ କୃଷି ବିଭାଗକୁ ଜଣାଇଲେ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଉଛନ୍ତି। ତେବେ ଔଷଧ ସିଞ୍ଚନରେ ବିଭିନ୍ନ ସମସ୍ୟା ଅଛି। ନଡ଼ିଆ ଚାଷରେ ଏହି ରୋଗ ବ୍ୟାପକ ଭାବେ ଦେଖାଦେଇଥିଲା ବେଳେ ଔଷଧ ସିଞ୍ଚନ ଏକ ପ୍ରକାର ଅସମ୍ଭବ ହୋଇଛି। ଜିଲାରେ କୌଣସିଠାରେ ଫୁଟ୍‌ ପ୍ରେସର ପମ୍ପ୍‌ ନାହିଁ। ଏହା ବ୍ୟତୀତ ରୋଗର ବ୍ୟାପକତା ଦୃଷ୍ଟିରୁ ସାମୂହିକ ସିଞ୍ଚନ କିମ୍ବା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ପାଇଁ ଚାଷୀ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ର କହିଛନ୍ତି, ଏହି ରୋଗ ବ୍ୟାପିବାର ମୁଖ୍ୟ କାରଣ ହେଉଛି ଚକ୍ରାକାର ଧଳା ମାଛି। ଏହାର ଉତ୍ପତ୍ତିସ୍ଥଳ ସେଣ୍ଟ୍ରାଲ ଆମେରିକା। ୨୦୧୬ ଅଗଷ୍ଟରେ ଏହି ବିଦେଶୀ କୀଟ ଭାରତରେ ଦେଖିବାକୁ ମିଳିଛି। ଛୋଟ ଓ ବୟସ୍କ ମାଛି ପତ୍ରର କୋମଳ ଅଂଶରୁ ରସ ଶୋଷି ଖାଇଥାନ୍ତି, ଯାହାଦ୍ୱାରା ଗଛ ଉପରେ ବିଭିନ୍ନ ଚାପ ସୃଷ୍ଟି ହେଉଛି। ରୋଗର ବ୍ୟାପକତାରୁ ନିସ୍ତାର ପାଇଁ ଫ୍ଲୁବେନଡ଼ିଆମାଇଡ଼ଦ ୪୮୦ ଏସ୍‌ସିର ୫ ମି.ଲି. ସହିତ ୧୦ ଲିଟର ପାଣିରେ ମିଶାଇ ରୋଗଗ୍ରସ୍ତ ଗଛ ଉପରେ ପକାଇପାରିବା। ସେହିପରି ୧୦ ଲିଟର ପାଣି ସହିତ ଇମାମେକଟିନ ବେନଜୋଏଟ ୫ ଏସ୍‌ଜିର ୫ ମି.ଲି. କିମ୍ବା ସ୍ପିନୋସାଡ୍‌ ୪୫ ଏସ୍‌ସିର ୫ ମି.ଲି. ପରିମାଣର ଔଷଧ ସହ ମିଶାଇ ସିଞ୍ଚନ କରିବା ଆବଶ୍ୟକ। ଏହା ବ୍ୟତୀତ ଜୈବିକ ପ୍ରଣାଳୀରେ ଏହି କୀଟକୁ ରୋକିବା ପାଇଁ ନିମ୍ବତେଲ ବ୍ୟବହାର କରାଯାଉଛି। କେତେକ ପ୍ରଜାତିର ଗୋବର ପୋକ ଓ ବିରୁଡ଼ି ଏହି କୀଟକୁ ନଷ୍ଟ କରିଥାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?