ଗଞ୍ଜାମରେ ୩୦ ପ୍ରତିଶତ ଧାନରୁଆ ହୋଇନି

ଛତ୍ରପୁର,୨୧ା୯(ସନ୍ତୋଷ ପାଢୀ)ଗଞ୍ଜାମ ଜିଲାରେ ଗତ ୨ଦିନ ହେଲା ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଚାଷକାର୍ଯ୍ୟ ପାଇଁ ଏହା ଭଲ ବୋଲି ଚାଷୀମାନେ କହୁଛନ୍ତି। ମାତ୍ର ଧାନଚାଷ ପାଇଁ ଯେଉଁ ସମୟରେ ବର୍ଷା ଓ ଜଳସେଚନର ଆବଶ୍ୟକତା ଥିଲା ତାହା ଅଭାବ ଦେଖାଦେଇଥିଲା। ଫଳରେ ଧାନଚାଷ ଜିଲାରେ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଧାନରୁଆ ପାଇଁ ଶ୍ରାବଣ ମାସରେ ବର୍ଷା ଆବଶ୍ୟକ ଥାଏ। ହେଲେ ଭାଦ୍ରବରେ ଏହି ବର୍ଷା ହେଉଛି। ବର୍ଷା ଓ ଜଳସଚେନ ଅଭାବରୁ ଜିଲାର ୩୦ ପ୍ରତିଶତ ଜମିରେ ଧାନରୁଆ ହୋଇ ନ ଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି।

ଜିଲାର ଛତ୍ରପୁର, ଦିଗପହଣ୍ଡି, ଚିକିଟି, ସୋରଡା, ଭଞ୍ଜନଗର, ପାତ୍ରପୁର, ଶେରଗଡ ବ୍ଲକର କେତେକ ଅଞ୍ଚଳରେ ଏବେ ଚାଷ ଜମି ପଡିଆ ପଡିଥିବା କୁହାଯାଇଛି। ୧୫ ନଂ କେନାଲରେ ବର୍ଷାପାଣି ଆସିଲେ ଛତ୍ରପୁର ବ୍ଲକର ଚିକଲଖଣ୍ଡି, ଭିକାରୀପଲ୍ଳୀ ଓ ପୋଡାପଦର ପଞ୍ଚାୟତରେ ଧାନରୁଆ କାର୍ଯ୍ୟ ହୋଇଥାଏ। ଚଳିତବର୍ଷ ଗତ ମାସରେ ବର୍ଷା ଅଭାବ କାରଣରୁ ଉକ୍ତ କେନାଲରେ ପାଣି ଆସି ନଥିଲା। ତେଣୁ ଉକ୍ତ ଅଞ୍ଚଳରେ ହଜାର ହଜାର ଏକର ଜମି ପଡିଆ ପଡିଥିବା ଦେଖିବାକୁ ମିଳିଛି। ବର୍ଷା ଓ ଜଳସେଚନ ଅଭାବ ଲାଗି ଚଳିତବର୍ଷ ଜିଲାରେ ଧାନ ଉପତ୍ାଦନ କମିବା ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି। ଧାନଚାଷ କମିବା ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ବୋଲି କୁହାଯାଇଛି। ଚଳିତବର୍ଷ ଧାନ ବିକିବା ପାଇଁ ଜିଲାର ୧ ଲକ୍ଷ ୪୬ ହଜାର ୫୪୧ ଜଣ ଚାଷୀ ଅନଲାଇନ୍‌ରେ ପଞ୍ଜୀକରଣ କରିଛନ୍ତି। ଜିଲାର ୧୦୩ ପ୍ରାଥମିକ ସମବାୟ ସମିତି, ୧୦୩ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ଓ ଗୋଟିଏ ପାଣି ପଞ୍ଚାୟତ ଏହି ପଞ୍ଜୀକରଣ କରାଇଛନ୍ତି। ଏବେ ପଞ୍ଜୀକୃତ ଚାଷୀମାନଙ୍କ ଯାଞ୍ଚ ପ୍ରକ୍ରିୟା ଚାଲିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀ ପଞ୍ଜୀକରଣ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ଖରିଫ୍‌ ଧାନ ବିକିବା ପାଇଁ ଜିଲାର ୧ ଲକ୍ଷ ୩୧ ହଜାର ଚାଷୀ ପଞ୍ଜୀକୃତ ହୋଇଥିଲେ। ସେଥିରୁ ୨୦ ହଜାର ଚାଷୀ ଧାନ ବିକି ପାରି ନ ଥିଲେ। ଠିକ୍‌ ସମୟରେ ସମିତିଗୁଡିକ ଧାନ କିଣି ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିଲା। ଧାନକିଣା ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଉପରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଜୁଲାଇ ୧୫ରୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଧାନ ବିକିବା ପାଇଁ ଚାଷୀ ପଞ୍ଜୀକରଣ ଚାଲିଥିଲା। ଅନ୍ୟପକ୍ଷରେ ଗତବର୍ଷ ଧାନ ବିିକିଥିବା ଆହୁରି ୩୪ ଜଣଙ୍କୁ ତାଙ୍କର ପ୍ରାପ୍ୟ ମିଳି ନ ଥିବା ମହାସଭା ପକ୍ଷରୁ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?