Posted inଖେଳ

କେରଳ-ବେଙ୍ଗାଲୁରୁ ଉଦ୍‌ଘାଟନୀ ମୁକାବିଲା

କୋଚି, ୨୧।୯: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୧୦ମ ସଂସ୍କରଣ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ କେରଳ ବ୍ଲାଷ୍ଟର୍ସ ଓ ବେଙ୍ଗାଲୁରୁ ଏଫ୍‌ସି ଉଦ୍‌ଘାଟନୀ ମ୍ୟାଚରେ ପରସ୍ପରକୁ ଭେଟିବେ। ୨୦୨୩-୨୪ ସିଜନ ପାଇଁ ବେଙ୍ଗାଲୁରୁ ଏଫ୍‌ସି କେତେଜଣ ହାଇପ୍ରୋଫାଇଲ ଖେଳାଳିଙ୍କୁ ରିଲିଜ କରିଛି। ସେମାନଙ୍କ ମଧ୍ୟରେ ଉଦାନ୍ତ ସିଂ, ସନ୍ଦେଶ ଝିଙ୍ଗାନ ଓ ରୟ କ୍ରିଷ୍ଣାଙ୍କ ପରି ତାରକା ଖେଳାଳି ସାମିଲ। ତେବେ ସେଟ୍‌ଅପ୍‌କୁ ଅନେକ ନୂଆ ଖେଳାଳି ଆସିଥିବାରୁ ଦଳ ଭଲ ପ୍ରଦର୍ଶନ ସହ ଅଭିଯାନ ଆରମ୍ଭ କରିବ ବୋଲି କୋଚ୍‌ ସିମନ ଗ୍ରେସନ ଆଶା ରଖିଛନ୍ତି।

ସେହିପରି ଆଗାମୀ ସିଜନରେ କେରଳ ବ୍ଲାଷ୍ଟର୍ସ ତାରକା ମିଡ୍‌ଫିଲ୍ଡର ସହଲ ଅବଦୁଲ ସମଦଙ୍କ ଅନୁପସ୍ଥିତି ଅନୁଭବ କରିବ। ସମଦ ଏବେ ମୋହନ ବାଗାନ ଜାଏଣ୍ଟ ପକ୍ଷରୁ ଖେଳୁଛନ୍ତି। ତେବେ ଭାରତର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଖେଳାଳି ପ୍ରୀତମ କୋଟାଲ, ପ୍ରବୀର ଦାସଙ୍କ ସମେତ କେତେକ ଖେଳାଳି ଆସିଥିବାରୁ ଏହି ଦଳର ରକ୍ଷଣଭାଗ ଦୃଢ଼ ହୋଇଛି। ସର୍ବିୟାର ଇଭାନ ଭୁକୋମାନୋଭିଚ୍‌ ଦଳର କୋଚ୍‌ ଅଛନ୍ତି।

ନଜରରେ ରହିବେ

ଆଗାମୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସର ହର୍ମିପାନ ରୁଇଭା ଓ ବେଙ୍ଗାଲୁରୁ ଏଫ୍‌ସିର ଗୁର୍‌ପ୍ରୀତ ସିଂ ସାନ୍ଧୁଙ୍କ ଉପରେ ନଜର ରହିବ। କେରଳର ୨୨ ବର୍ଷୀୟ ହର୍ମିପାନ ଜଣେ ଚମତ୍କାରୀ ସେଣ୍ଟରବ୍ୟାକ୍‌ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଆଇଏସ୍‌ଏଲ୍‌ ୨୦୨୨-୨୩ରେ ତାଙ୍କର ଟ୍ୟାକ୍‌ଲ ସକ୍ସେସ ରେଟ୍‌ ଥିଲା ୮୬ ପ୍ରତିଶତ। ଭୁକୋମାନୋଭିଚ୍‌ଙ୍କ ଡିଫେନ୍ସିଭ ଯୋଜନାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସେହିପରି ଗୁର୍‌ପ୍ରୀତ ସିଂ ସାନ୍ଧୁ ହେଉଛନ୍ତି ଆଇଏସ୍‌ଏଲ୍‌ରେ ବେଙ୍ଗାଲୁରୁ ଦଳର ଦ୍ୱିତୀୟ ସର୍ବାଧିକ ସଫଳ ଖେଳାଳି। ଦଳର ୫୬ ମ୍ୟାଚ ବିଜୟରେ ସେ ଅଂଶୀଦାର ଅଛନ୍ତି। ସୁନୀଲ ଛେତ୍ରୀ ୫୭ ବିଜୟରେ ସାମିଲ ଥିବାରୁ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଛେତ୍ରୀଙ୍କ ଅନୁପସ୍ଥିତିରେ ସେ ଏହି ରେକର୍ଡର ସମକକ୍ଷ ହେବାକୁ ଲକ୍ଷ୍ୟ ରଖିଛନ୍ତି।

”ଚଳିତ ବର୍ଷ ଗଠିତ ଦଳକୁ ନେଇ ମୁଁ ସନ୍ତୁଷ୍ଟ। ଗତବର୍ଷଠାରୁ ଏହା ଭିନ୍ନ। ଆମେ କେତେଜଣ ଖେଳାଳିଙ୍କୁ ଛାଡ଼ିଛୁ ଏବଂ କେତେକ ନୂଆ ମୁହଁ ସାମିଲ କରିଛୁ। ଏହା ମଧ୍ୟରେ ବିଦେଶୀ ଓ ଭାରତୀୟ ଖେଳାଳି ସାମିଲ। ତେଣୁ ଆମେ ଏଥର ଭିନ୍ନ ଗ୍ରୁପ୍‌କୁ ନେଇ ଖେଳିବାକୁ ଯାଉଛୁ। ଆମେ ୬ ଜଣ ବିଦେଶୀ ଖେଳାଳିଙ୍କୁ ନେଇଛୁ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପରିସ୍ଥିତି ଅନୁସାରେ ଖେଳାଇବୁ। କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଭଲ ଫଳାଫଳ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ“ ବୋଲି ବେଙ୍ଗାଲୁରୁ ଏଫ୍‌ସି କୋଚ୍‌ ଗ୍ରେସନ ପ୍ରକାଶ କରିଛନ୍ତି। ସେହିପରି କେରଳ ବ୍ଲାଷ୍ଟର୍ସ ଖେଳାଳି ପ୍ରୀତମ କୋଟାଲ କହିଛନ୍ତି ଯେ, ”ଉତ୍ସାହୀ ଦର୍ଶକଙ୍କ ସମ୍ମୁଖରେ ମୁଁ ପ୍ରଥମଥର ପାଇଁ ହଳଦିଆ ଜର୍ସିରେ ଖେଳିବାକୁ ଯାଉଛି। ତେଣୁ ଆଗାମୀ ମ୍ୟାଚକୁ ନେଇ ମୁଁ ଖୁବ୍‌ ଉତ୍ସାହିତ। ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମ ଦଳ ପ୍ରସ୍ତୁତ। ଟ୍ରଫି ବିଜୟ ଲକ୍ଷ୍ୟରେ ମୁଁ ମୋ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛି“।

 


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?