Posted inଖେଳ

କେରଳ-ବେଙ୍ଗାଲୁରୁ ଉଦ୍‌ଘାଟନୀ ମୁକାବିଲା

କୋଚି, ୨୧।୯: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୧୦ମ ସଂସ୍କରଣ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ କେରଳ ବ୍ଲାଷ୍ଟର୍ସ ଓ ବେଙ୍ଗାଲୁରୁ ଏଫ୍‌ସି ଉଦ୍‌ଘାଟନୀ ମ୍ୟାଚରେ ପରସ୍ପରକୁ ଭେଟିବେ। ୨୦୨୩-୨୪ ସିଜନ ପାଇଁ ବେଙ୍ଗାଲୁରୁ ଏଫ୍‌ସି କେତେଜଣ ହାଇପ୍ରୋଫାଇଲ ଖେଳାଳିଙ୍କୁ ରିଲିଜ କରିଛି। ସେମାନଙ୍କ ମଧ୍ୟରେ ଉଦାନ୍ତ ସିଂ, ସନ୍ଦେଶ ଝିଙ୍ଗାନ ଓ ରୟ କ୍ରିଷ୍ଣାଙ୍କ ପରି ତାରକା ଖେଳାଳି ସାମିଲ। ତେବେ ସେଟ୍‌ଅପ୍‌କୁ ଅନେକ ନୂଆ ଖେଳାଳି ଆସିଥିବାରୁ ଦଳ ଭଲ ପ୍ରଦର୍ଶନ ସହ ଅଭିଯାନ ଆରମ୍ଭ କରିବ ବୋଲି କୋଚ୍‌ ସିମନ ଗ୍ରେସନ ଆଶା ରଖିଛନ୍ତି।

ସେହିପରି ଆଗାମୀ ସିଜନରେ କେରଳ ବ୍ଲାଷ୍ଟର୍ସ ତାରକା ମିଡ୍‌ଫିଲ୍ଡର ସହଲ ଅବଦୁଲ ସମଦଙ୍କ ଅନୁପସ୍ଥିତି ଅନୁଭବ କରିବ। ସମଦ ଏବେ ମୋହନ ବାଗାନ ଜାଏଣ୍ଟ ପକ୍ଷରୁ ଖେଳୁଛନ୍ତି। ତେବେ ଭାରତର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଖେଳାଳି ପ୍ରୀତମ କୋଟାଲ, ପ୍ରବୀର ଦାସଙ୍କ ସମେତ କେତେକ ଖେଳାଳି ଆସିଥିବାରୁ ଏହି ଦଳର ରକ୍ଷଣଭାଗ ଦୃଢ଼ ହୋଇଛି। ସର୍ବିୟାର ଇଭାନ ଭୁକୋମାନୋଭିଚ୍‌ ଦଳର କୋଚ୍‌ ଅଛନ୍ତି।

ନଜରରେ ରହିବେ

ଆଗାମୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସର ହର୍ମିପାନ ରୁଇଭା ଓ ବେଙ୍ଗାଲୁରୁ ଏଫ୍‌ସିର ଗୁର୍‌ପ୍ରୀତ ସିଂ ସାନ୍ଧୁଙ୍କ ଉପରେ ନଜର ରହିବ। କେରଳର ୨୨ ବର୍ଷୀୟ ହର୍ମିପାନ ଜଣେ ଚମତ୍କାରୀ ସେଣ୍ଟରବ୍ୟାକ୍‌ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଆଇଏସ୍‌ଏଲ୍‌ ୨୦୨୨-୨୩ରେ ତାଙ୍କର ଟ୍ୟାକ୍‌ଲ ସକ୍ସେସ ରେଟ୍‌ ଥିଲା ୮୬ ପ୍ରତିଶତ। ଭୁକୋମାନୋଭିଚ୍‌ଙ୍କ ଡିଫେନ୍ସିଭ ଯୋଜନାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସେହିପରି ଗୁର୍‌ପ୍ରୀତ ସିଂ ସାନ୍ଧୁ ହେଉଛନ୍ତି ଆଇଏସ୍‌ଏଲ୍‌ରେ ବେଙ୍ଗାଲୁରୁ ଦଳର ଦ୍ୱିତୀୟ ସର୍ବାଧିକ ସଫଳ ଖେଳାଳି। ଦଳର ୫୬ ମ୍ୟାଚ ବିଜୟରେ ସେ ଅଂଶୀଦାର ଅଛନ୍ତି। ସୁନୀଲ ଛେତ୍ରୀ ୫୭ ବିଜୟରେ ସାମିଲ ଥିବାରୁ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଛେତ୍ରୀଙ୍କ ଅନୁପସ୍ଥିତିରେ ସେ ଏହି ରେକର୍ଡର ସମକକ୍ଷ ହେବାକୁ ଲକ୍ଷ୍ୟ ରଖିଛନ୍ତି।

”ଚଳିତ ବର୍ଷ ଗଠିତ ଦଳକୁ ନେଇ ମୁଁ ସନ୍ତୁଷ୍ଟ। ଗତବର୍ଷଠାରୁ ଏହା ଭିନ୍ନ। ଆମେ କେତେଜଣ ଖେଳାଳିଙ୍କୁ ଛାଡ଼ିଛୁ ଏବଂ କେତେକ ନୂଆ ମୁହଁ ସାମିଲ କରିଛୁ। ଏହା ମଧ୍ୟରେ ବିଦେଶୀ ଓ ଭାରତୀୟ ଖେଳାଳି ସାମିଲ। ତେଣୁ ଆମେ ଏଥର ଭିନ୍ନ ଗ୍ରୁପ୍‌କୁ ନେଇ ଖେଳିବାକୁ ଯାଉଛୁ। ଆମେ ୬ ଜଣ ବିଦେଶୀ ଖେଳାଳିଙ୍କୁ ନେଇଛୁ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପରିସ୍ଥିତି ଅନୁସାରେ ଖେଳାଇବୁ। କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଭଲ ଫଳାଫଳ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ“ ବୋଲି ବେଙ୍ଗାଲୁରୁ ଏଫ୍‌ସି କୋଚ୍‌ ଗ୍ରେସନ ପ୍ରକାଶ କରିଛନ୍ତି। ସେହିପରି କେରଳ ବ୍ଲାଷ୍ଟର୍ସ ଖେଳାଳି ପ୍ରୀତମ କୋଟାଲ କହିଛନ୍ତି ଯେ, ”ଉତ୍ସାହୀ ଦର୍ଶକଙ୍କ ସମ୍ମୁଖରେ ମୁଁ ପ୍ରଥମଥର ପାଇଁ ହଳଦିଆ ଜର୍ସିରେ ଖେଳିବାକୁ ଯାଉଛି। ତେଣୁ ଆଗାମୀ ମ୍ୟାଚକୁ ନେଇ ମୁଁ ଖୁବ୍‌ ଉତ୍ସାହିତ। ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମ ଦଳ ପ୍ରସ୍ତୁତ। ଟ୍ରଫି ବିଜୟ ଲକ୍ଷ୍ୟରେ ମୁଁ ମୋ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛି“।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଏଣ୍ଟ୍ରି ମାରିଲେ ୭ଟିମ୍‌, ୮ ନମ଼୍ବରରେ କିଏ?

ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍‌ ୨୦୨୪ରେ ସୁପର ୮ ପାଇଁ ୭ଟି ଟିମ୍‌ ସ୍ଥାନ ପକ୍କା କରିଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକା, ଭାରତ, ୱେଷ୍ଟ-ଇଣ୍ଡିଜ୍‌, ଇଂଲଣ୍ଡ,...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ

ନୂଆଦିଲ୍ଲୀ, ୧୬।୬: ରବିବାର ୩ ମ୍ୟାଚ୍‌ ସିରିଜ୍‌ ବିଶିଷ୍ଟ ୱାନ୍‌ଡେ ଇଣ୍ଟରନ୍ୟାସନାଲର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରର ଏମ୍‌ ଚିନ୍ନାସ଼୍ବାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ଭାରତ...

ବର୍ଷା ଆଶଙ୍କାରେ ଭାରତ-କାନାଡା

ଲୌଡରହିଲ, ୧୫।୬ (ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସୁପର-୮ରେ ପ୍ରବେଶ କରିସାରିଥିବା ଭାରତ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ଶନିବାର କାନାଡାକୁ ଭେଟିବ। ପୂର୍ବ...

ଓମାନକୁ ୮ ଉଇକେଟରେ ହରାଇଲା ଇଂଲଣ୍ଡ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫ା୬ (ଏପି): ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ‘ବି’ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଆଦିଲ ରଶିଦ୍‌ (୪/୧୧)ଙ୍କ...

ପୁଣି ଆୟୋଜିତ ହେବ ହକି ଇଣ୍ଡିଆ ଲିଗ୍‌: ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୧୪ା୬: ଦୀର୍ଘ ୮ ବର୍ଷ ପରେ ଆୟୋଜିତ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)। ଏଥିରେ ୮ ପୁରୁଷ ଓ ୬ ମହିଳା ଦଳ...

ଟି-୨୦ ବିଶ୍ୱକପ୍‌ ଅଧାରୁ ଭାରତ ଫେରିବେ ୨ ଖେଳାଳି

ଫ୍ଲୋରିଡା,୧୪।୬: ଜୁନ ୧୪ରେ ଫ୍ଲୋରିଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଦଳର ଅଭ୍ୟାସ ଅଧିବେଶନ ବର୍ଷା ଯୋଗୁ ବାତିଲ ହୋଇଛି। ଟିମ ଇଣ୍ଡିଆ ଶନିବାର...

ଟିଏମସି ଏମପି ୟୁସୁଫ ପଠାନଙ୍କୁ ଝଟ୍‌କା

ଭଦୋଦରା,୧୪।୬: ଗୁଜରାଟରେ ଭାଜପା ଶାସିତ ଭଦୋଦରା ମ୍ୟୁନିସିପାଲ କର୍ପୋରେସନ (ଭିଏମସି) ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିଏମସି ଏମପି ୟୁସୁଫ ପଠାନଙ୍କ ସମସ୍ୟାକୁ ବଢାଇ ଦେଇଛି।...

ଟି୨୦ ବିଶ୍ୱକପ: ସୁପର୍ ୮ରେ ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟରୁ ବିଦା

ନୂଆଦିଲ୍ଲୀ,୧୪ା୬: ଆଫଗାନିସ୍ତାନ ପପୁଆ ନ୍ୟୁ ଗିନିକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ର ସୁପର୍ ୮ରେ ପହଞ୍ଚିଥିଲା ବେଳେ ନ୍ୟୁଜିଲ୍ୟାଣ୍ଡକୁ ଟୁର୍ନାମେଣ୍ଟରୁ ବିଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri