ହଂକଂକୁ ୯ ଉଇକେଟରେ ହରାଇଲା ଭାରତ
ମଙ୍ଗ କକ୍ (ହଂକଂ), ୧୪ା୬(ପି.ଟି.): ୨୩ ବର୍ଷରୁ କମ୍ ମହିଳା ଏମର୍ଜିଂ ଏସିଆ କପ୍ କ୍ରିକେଟରେ ହଂକଂକୁ ୯ ଉଇକେଟରେ ପରାସ୍ତ କରିଛି ଭାରତ। ୧୯ ବର୍ଷରୁ କମ୍ ବିଶ୍ୱକପ ବିଜୟୀ ଦଳ ତଥା ଓମେନ୍ସ ପ୍ରିମିୟର ଲିଗ୍ର ଏକାଧିକ ଖେଳାଳିଙ୍କୁ…
ମା’ବାପାଙ୍କୁ ସ୍ମାର୍ଟଫୋନ୍ ଉପହାର ଦେବେ ଅନୁ
ନୂଆଦିଲ୍ଳୀ, ୧୪ା୬(ପି.ଟି): ଜୁନିୟର ମହିଳା ଏସିଆ କପ୍ ହକି ଚାମ୍ପିୟନ ଭାରତୀୟ ଦଳର ଫରଓ୍ବାର୍ଡ ଅନୁ ନିଜ ମାତାପିତାଙ୍କୁ ସ୍ମାର୍ଟଫୋନ୍ ଗିଫ୍ଟ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟରେ ଡବଲ୍ ହ୍ୟାଟ୍ରିକ୍ ଅର୍ଜନ କରିବା ସହିତ ଅନୁ ୯ଟି ଗୋଲ…
କଫିନ୍ ଭିତରୁ ଜିଇଉଠିଲେ ମହିଳା
କ୍ୱିଟୋ: ଇକୁଏଡୋରରେ ଏକ ବିସ୍ମୟକର ଘଟଣା ସାମ୍ନାକୁ ଆସିଛି। ୭୬ ବର୍ଷୀୟା ବେଲା ମୋଣ୍ଟୋୟାଙ୍କୁ ଡାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ସେ ଜୀବିତ ଥିବା ଜଣାପଡ଼ିଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଲାଙ୍କ ମୃତ୍ୟୁ ପରେ ତାଙ୍କ…
୪୧୯ ମିଟର ତଳେ ‘ଦି ଡିପ୍ ସ୍ଲିପ୍’
ଲଣ୍ଡନ: ଆମେ ବାହାରକୁ ଗଲେ ସେଠାରେ ହୋଟେଲରେ ରହିବାକୁ ପଡେ। ଏପରି ଏକ ହୋଟେଲ ଅଛି, ଯେଉଁଠାରେ କି ବହୁତ ଭଲ ସୁବିଧା ରହିଛି। ହୋଟେଲର ଫଟୋ ଏବଂ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ…
ସବୁଠୁ ଛୋଟ ନଦୀ ‘ରୋଏ’
ୱାଶିଂଟନ: ଭାରତରେ ଅନେକ ନଦୀ ବହିଛି। ହେଲେ ଆମେ ସେହି ନଦୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅତିକ୍ରମ କରିବାକୁ ଆମକୁ ବହୁ ମାସ ସମୟ ଲାଗିଯିବ। ବିଶ୍ୱରେ ସବୁଠାରୁ ଦୀର୍ଘତମ ନଦୀ ଭାବେ ଆଫ୍ରିକାରେ ଥିବା ନୀଳ ନଦୀକୁ ବୁଝାଏ। ତେବେ…
ମଣିପୁର ଶାନ୍ତି କମିଟିରେ ସାମିଲ ହେବନି ମେଇତି ଗ୍ରୁପ୍
ପାଟନା, ୧୪ା୬: ହିଂସାପ୍ରବଣ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଗଠନ କରିଥିବା କମିଟିରେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂଙ୍କୁ ସାମିଲ କରାଯାଇଥିବାରୁ କୁକି ସମ୍ପ୍ରଦାୟ ଅସନ୍ତୋଷ ବ୍ୟକ୍ତ କରିଛି। ମେଇତି ସିଭିଲ ସୋସାଇଟି ଗ୍ରୁପ୍ର ଅନ୍ୟତମ ସଂଗଠନ…
ମା’ଙ୍କୁ ହତ୍ୟା, ସୁଟ୍କେସରେ ମୃତଦେହ ନେଇ ଆତ୍ମସମର୍ପଣ
ବେଙ୍ଗାଲୁରୁ, ୧୪।୬: ବେଙ୍ଗାଲୁରୁରେ ଜଣେ ଯୁବତୀ ମା’ଙ୍କ ମୃତଦେହକୁ ଶୁଟ୍କେସରେ ନେଇ ଥାନାରେ ଆତ୍ମସମର୍ପଣ କରିଛନ୍ତି। ୭୦ ବର୍ଷୀୟା ବିଭା ପାଲଙ୍କୁ ହତ୍ୟା ନେଇ ଝିଅ ସେନାଲି ସେନ(୩୯)ଙ୍କୁ ପୋଲିସ ଗିରଫ କରିଛି। ବେଙ୍ଗାଲୁରୁ ବେଲାକାହାଲିସ୍ଥିତ ଏକ ଆପାର୍ଟମେଣ୍ଟରେ ସେନାଲିଙ୍କ ସହ…
ସ୍ବାମୀଙ୍କୁ ହତ୍ୟା ପରେ ଗୁଗଲରେ ଧନୀଙ୍କ ପାଇଁ ବିଳାସପୂର୍ଣ୍ଣ ଜେଲ ଖୋଜିଲେ
ଓ୍ବାଶିଂଟନ୍,୧୪ା୬: ଆମେରିକୀୟ ମହିଳା କୋଉରି ରିଚିନ୍ସଙ୍କ ବିରୋଧରେ ସ୍ବାମୀ ହତ୍ୟା ଅଭିଯୋଗ ରହିଛି। ୩୩ ବର୍ଷୀୟା କୋଉରି ହେଉଛନ୍ତି ୩ ସନ୍ତାନଙ୍କ ଜନନୀ ଏବଂ ଜଣେ ଲେଖିକା। ୨୦୨୨ ମାର୍ଚ୍ଚରେ ସେ ନିଜ ସ୍ବାମୀ ଏରିକ୍ ରିଚିନ୍ସଙ୍କୁ ମାତ୍ରାଧିକ ଫେଣ୍ଟାନିଲ (ମସ୍ତିଷ୍କ…
ନିୟମ ନ ମାନିଲେ ପରିଣାମ ଭୋଗିବେ ବାବୁ
ନୂଆଦିଲ୍ଲୀ,୧୪ା୬: ସର୍ବଭାରତୀୟ ସେବା (ଏଆଇଏସ୍) ଅଧୀନରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୋଲିସ ସେବା (ଆଇପିଏସ୍) ଏବଂ ଭାରତୀୟ ଜଙ୍ଗଲ ସେବା (ଆଇଏଫ୍ଓଏସ୍) ରହିଛି। ଏହି ୩ ସେବାରେ ନିୟୋଜିତ ଅଧିକାରୀମାନଙ୍କ ଷ୍ଟଡି ଲିଭ୍ ସକାଶେ କେନ୍ଦ୍ର ସରକାର ନୂଆ…
ନାଇଜେରିଆରେ ବୋଟ୍ ବୁଡ଼ି ୧୦୦ ମୃତ
ଅବୁଜା,୧୪।୬: ନର୍ଦ୍ଦର୍ନ ନାଇଜେରିଆରେ ବୋଟ୍ ବୁଡ଼ି ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ସୋମବାର ଉସ୍ମାନ ଇବ୍ରାହିମ୍ର ୨ଟି ଗ୍ରାମର ଲୋକେ ନାଇଜର ଷ୍ଟେଟ୍ର ଇଗବୋଟିରେ ଏକ ବିବାହ ସମାରୋହ ଯୋଗଦେଇ ବୋଟ୍ ଯୋଗେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବୋଟ୍ଟି…
କାଜାନ ଖାନ୍ଙ୍କ ପରଲୋକ
ନୂଆଦିଲ୍ଲୀ, ୧୪।୬: ଖ୍ୟାତନାମା ଦକ୍ଷିଣଭାରତୀୟ ଚଳଚ୍ଚିତ୍ର ଅଭିନେତା କାଜାନ ଖାନ୍ଙ୍କ ମଙ୍ଗଳବାର ହୃଦ୍ଘାତରେ ପରଲୋକ ଘଟିଛି। ମାଲୟାଲମ, ତାମିଲ ଏବଂ କନ୍ନଡ଼ର ଭାଷାଭାଷୀ ଫିଲ୍ମରେ ତାଙ୍କ ଅଭିନୟ ଦେଖିବାକୁ ମିଳିଛି। ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ସେ କାର୍ଯ୍ୟ କରିଛନ୍ତି। ଫିଲ୍ମ…
ମୋଦିଙ୍କୁ ପ୍ରଶଂସା କରିବାରୁ ଯାତ୍ରୀଙ୍କ ଉପରେ ଟ୍ୟାକ୍ସି ମଡ଼ାଇଦେଲେ ଡ୍ରାଇଭର
ବାରାଣସୀ, ୧୪ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ଜଣେ ୫୦ ବର୍ଷୀୟ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଟ୍ୟାକ୍ସି ଡ୍ରାଇଭର ଉତ୍କ୍ଷିପ୍ତ ହୋଇ ଉକ୍ତ ଯାତ୍ରୀଙ୍କ ଉପରେ ଗାଡ଼ି ମଡାଇ ହତ୍ୟା କରିଛନ୍ତି।…
Archives


