୪ ବର୍ଷ ପରେ ବି ବହୁ ଚାଷୀ ଉପେକ୍ଷିତ

ନୟାଗଡ,୨୧।୯(ଲୋକନାଥ ମିଶ୍ର) କାଳିଆ ଯୋଜନା ହେବାର ଇତିମଧ୍ୟରେ ବିତି ଯାଇଛି ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ । ହେଲେ ସବୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ଯୋଜନାରେ ସାମିଲ ହୋଇ ପାରି ନ ଥିବା ଅଭିଯୋଗ ହୋଇ ଆସୁଛି । ସରକାରୀସ୍ତରରେ ନୂଆ ଚାଷୀଙ୍କୁ ଅଭିଯୋଗ ମାଧ୍ୟମରେ ପୁଣି ଯୋଜନାରେ ସାମିଲ କରି କାଳିଆ ସହାୟତା ଯୋଗାଇ ଦିଆଯାଉଛି । ହେଲେ କୃଷି ବିଭାଗ ପକ୍ଷରୁ ସଚେତନତା ନ ଥିବାରୁ ନୟାଗଡ ଜିଲାରେ ଅନେକ ଚାଷୀ ଯୋଜନାରେ ସାମିଲ ହେବାକୁ ଆବେଦନ କରି ପାରୁ ନ ଥିବା ଅଭିଯୋଗ ହୋଇଛି ।
ଏଣୁ ଦଳେ ଚାଷୀ ସରକାରୀ ଅନୁଦାନ ପାଉଥିବାବେଳେ ଅନ୍ୟ କେତେଜଣ ଚାଷୀ ସରକାରୀ ସହାୟତା ନ ପାଇ ଦୁଃଖଦ ଜୀବନଯାପନ କରୁଛନ୍ତି । ନୂଆ ଚାଷୀ କାଳିଆ ଯୋଜନାରେ ସାମିଲ ହେବାକୁ ହେଲେ ଜମିପଟା, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ରାଶନ କାର୍ଡର କପି ସାମିଲ କରି ଦରଖାସ୍ତ କରିବାକୁ ପଡିବ। ଏହାର ଯାଞ୍ଚ ପରେ ଜିଲାସ୍ତରରେ ଅଭିଯୋଗକାରୀ ଚାଷୀ ଯୋଗ୍ୟ କି ଅଯୋଗ୍ୟ ଚୟନ କରାଯାଇ ଯୋଜନାରେ ସାମିଲ କରାଯିବ ।
ଅଯୋଗ୍ୟ ଥିଲେ ଯୋଜନାରୁ ବାଦ୍‌ ପଡିବ । ଏନେଇ କରଡା ରଘୁନାଥପୁର ଶାସନର ଚାଷୀ ଋଷିଆ ପ୍ରଧାନ କୁହନ୍ତି, ମୁଁ କାଳିଆ ଯୋଜନାରେ ସହାୟତା ପାଇଛି । ତେବେ ମୋତେ ଅଯୋଗ୍ୟ ଦର୍ଶାଇ ବାଦ୍‌ ପକାଯାଇଥିଲା । ମୋର ୧ମାଣ ପଦା ଜମି ଅଛି । ଯେଉଁଥିରେ ଫସଲ ହୁଏ ନାହିଁ । ମୁଁ ଭାଗଚାଷୀ ହୋଇଥିବାବେଳେ ମୋତେ ବାଦ୍‌ ପକାଇବା କେତେଦୂର ଠିକ୍‌ ବୋଲି କ୍ଷୋଭ ପ୍ରକାଶ କରିଥିଲେ ।
ମୋତେ ଅଯୋଗ୍ୟ କରାଯିବା ପରେ ପୁଣି ମୋତେ ଯୋଜନାରେ ସାମିଲ କରିବାକୁ ଆବେଦନ କରିଥିବା କହିଛନ୍ତି ।

୯୮୨ ଅଭିଯୋଗ ପଡି ରହିଛି
କାଳିଆ ଯୋଜନାରେ ସାମିଲ ହେବା ପାଇଁ ୨୩ ହଜାର ୭୩୨ ଚାଷୀ ଅଭିଯୋଗ କରିଥିଲେ । ଜିଲାସ୍ତରରେ ୨ ହଜାର ୭୫୦ ଚାଷୀଙ୍କ ଅଭିଯୋଗ ସମାଧାନ କରାଯାଇ ସେମାନଙ୍କୁ କାଳିଆ ଯୋଜନାରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ତେବେ ଜିଲାର ୯୮୨ ଚାଷୀଙ୍କ ଅଭିଯୋଗ ପଡି ରହିଛି । ୯୮୨ ଅଭିଯୋଗରୁ ୯୩ ଜଣ ଚାଷୀଙ୍କର ଜିଲାସ୍ତର ଅଭିଯୋଗରେ ପଡି ନାହିଁ । ଅବଶିଷ୍ଟ ୮୮୯ ଚାଷୀଙ୍କ କାଗଜପତ୍ର ଅସମ୍ପୂର୍ଣ୍ଣ ରହିଥିବାରୁ ସେମାନଙ୍କ ଫାଇଲ ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀକୁ ଆସି ପାରୁ ନାହିଁ । ଯେଉଁମାନଙ୍କ କାଗଜପତ୍ର ଦାଖଲରେ ଭୁଲ ରହିଛି ସେମାନେ ସଂଶୋଧନ କରି ନେବାକୁ କୃଷି ବିଭାଗ ପକ୍ଷରୁ କୁହାଯାଇଛି । ହେଲେ ଚାଷୀଙ୍କ ପାଖରେ କୃଷି ବିଭାଗର ନିର୍ଦ୍ଦେଶ, ପରାମର୍ଶ ଅପହଞ୍ଚ ହୋଇ ରହୁଥିବାରୁ ଚାଷୀ ଉପକୃତ ହୋଇ ପାରୁ ନାହାନ୍ତି ।

ଚାଷୀଙ୍କ ଆକାଉଣ୍ଟକୁ ଗଲା ସହାୟତା
ଜିଲାର ୧ଲକ୍ଷ ୩ ହଜାର ୨୮୦ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୨୩୨୬ ଭୂମିହୀନ ଏପରି ମୋଟ୍‌ ୧ଲକ୍ଷ ୫ହଜାର ୬୦୬ ଚାଷୀ ରବି ଋତୁରେ କାଳିଆ ସହାୟତା ପାଇଛନ୍ତି । ସମ୍ପକ୍ତ ଚାଷୀଙ୍କ ଆକାଉଣ୍ଟକୁ ରବି ଋତୁ ସହାୟତା କାଳିଆ ଯୋଜନାର ୨ ହଜାର ଟଙ୍କା ଲେଖାଏଁ ୨୧ କୋଟି ୧୨ ଲକ୍ଷ ୧୨ ହଜାର ଟଙ୍କା ଡିବିଟିରେ ପଠା ଯାଇଛି । ଆକାଉଣ୍ଟକୁ କାଳିଆ ସହାୟତା ଯାଇଥିବା ନୟାଗଡ଼ ଆଖପାଖ ଅଞ୍ଚଳର ୧୦ ଚାଷୀଙ୍କୁ ଉତ୍ତରୀୟ ଦେଇ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ସମ୍ମାନିତ କରିଛନ୍ତି । ଖରିଫ ଋତୁରେ ଜିଲାର ୧ ଲକ୍ଷ ୫୨୧ ଚାଷୀଙ୍କ ଆକାଉଣ୍ଟକୁ ୨୦ କୋଟି ୩୦ ଲକ୍ଷ ୪୨ ହଜାର ଟଙ୍କା ଯାଇଥିଲା । ଖରିଫ ଓ ରବି ଋତୁର ଚାଷୀ ସହାୟତାକୁ ଦେଖିଲେ ରବି ଋତୁରେ ୫ ହଜାର ୮୫ ଚାଷୀ ଅଧିକ ସହାୟତା ପାଇଛନ୍ତି ।

ତଥ୍ୟ ଦେଇ ନ ପାରି ଅପଦସ୍ଥ
କାଳିଆ ଟଙ୍କା ରାଜ୍ୟ ସରକାର ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ପଠାଇବା ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା ।
ଏଥିରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ, ଉଦ୍ୟାନବିତ୍‌ ଲଳିତ କୁମାର ପଣ୍ଡା, ସହକାରୀ ମୁଖ୍ୟ କୃଷି ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, କାଳିଆ ଯୋଜନାର ସ୍କିମ୍‌ ଅଫିସର ତୀର୍ଥ ପଟ୍ଟନାୟକ ଯୋଗ ଦେଇଥିଲେ ।
ଜିଲାରେ ରବି ଋତୁ ସହାୟତା ୧ଲକ୍ଷ ୫ ହଜାର ୬୦୬ ଚାଷୀଙ୍କ ଆକାଉଣ୍ଟକୁ ୨୧ କୋଟି ୧୨ ଲକ୍ଷ ୧୨ ହଜାର ଟଙ୍କା ସରକାର ପଠାଇଲେ ବୋଲିି ସୂଚନା ଦିଆଯାଇଥିଲା । ତେବେ ଜିଲାରେ କାଳିଆ ଯୋଜନାରେ କେତେ ଚାଷୀ ସହାୟତା ପାଉଛନ୍ତି, ଏଥିରୁ କେତେ ଭୂମିହୀନ ଓ ନାମ ମାତ୍ର ଚାଷୀ, କେତେ ଚାଷୀ ଅଯୋଗ୍ୟ ଘୋଷଣା ହୋଇଛନ୍ତି ଏପରି କିଛି ତଥ୍ୟ ଖବରଦାତାଙ୍କୁ ଦେଇ ନପାରି କୃଷି ବିଭାଗ ହଟହଟା ହୋଇଥିଲା ।ତେବେ ଜିଲାପାଳ ଏହାକୁ ଚତୁରତାର ସହ ଏଡାଇ ନେଇ ଖବରଦାତାଙ୍କୁ ପଛରେ ତଥ୍ୟ ଦେବାର ବ୍ୟବସ୍ଥା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?