୨୪ ଘଣ୍ଟା ପରେ ୩ ମତ୍ସ୍ୟଜୀବୀଙ୍କ ମିଳିନି ସନ୍ଧାନ

ପାରାଦୀପ, ୨୧ା୯(ଶରତ ରାଉତ)ପାରାଦୀପ ମାଛଧରା ବନ୍ଦର ପାଖ ମହାନଦୀ ମୁହାଣରେ ମଙ୍ଗଳବାର ବୋଟ୍‌ ବୁଡ଼ି ଘଟଣାରେ ନିଖୋଜ ଥିବା ୩ ମତ୍ସ୍ୟଜୀବୀଙ୍କ ସନ୍ଧାନ ବୁଧବାର ସା ସୁଦ୍ଧା ମିଳିନାହିଁ। ସେହି ନିଖୋଜଙ୍କୁ ଖୋଜିବା ପାଇଁ ବୁଧବାର ସମୁଦ୍ରରେ କୋଷ୍ଟଗାର୍ଡ ପକ୍ଷରୁ ହେଲିକପ୍ଟର ଓ ପାଟ୍ରୋଲିଂ ଜାହାଜ ଯୋଗେ ଉଦ୍ୟମ ଜାରି ରହିଛି। ନିଖୋଜର ୭୨ ଘଣ୍ଟା ପର୍ଯ୍ୟନ୍ତ ଏପରି କରାଯିବ ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି। ବୋଟ୍‌ ବୁଡ଼ି ଘଟଣାର ୨୪ ଘଣ୍ଟା ଅତିକ୍ରାନ୍ତ ହୋଇଥିବାରୁ ନିଖୋଜଙ୍କ ମିଳିବା ଆଶା କ୍ଷୀଣ ହୋଇଛି ବୋଲି କେତେଜଣ ମତ୍ସ୍ୟଜୀବୀ କହିଛନ୍ତି। ଅପରପକ୍ଷେ ଅନ୍ୟ ୩ ଜଣ ଉଦ୍ଧାର ମତ୍ସ୍ୟଜୀବୀ ବୁଧବାର କୂଳକୁ ଫେରିଛନ୍ତି। ସେମାନଙ୍କୁ ବିଜୁ ମେମୋରିଆଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଅନ୍ୟ ଉଦ୍ଧାର ୨ ଜଣ ମତ୍ସ୍ୟଜୀବୀ ପୋର୍ଟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ବୋଟ୍‌ ବୁଡ଼ିଲା ପରେ ପ୍ରାୟ ୫ ଘଣ୍ଟା ଉପରକୁ ଦୃଶ୍ୟମାନ ହେଉଥିଲା। ବୁଧବାର ବୋଟ୍‌ ସମୁଦ୍ରରେ ଲୀନ ହୋଇଯାଇଛି।
ସୂଚନାଯୋଗ୍ୟ, ମଙ୍ଗଳବାର ମା’ ବାସୁଳେଇ ୨ ନାମକ ବୋଟ୍‌ ପଞ୍ଜୀକୃତ ନଂ. ଆଇଏନ୍‌ଡି-ଓଆର୦୪ଏମ୍‌ଏମ୍‌୧୬୦ ସମୁଦ୍ରରୁ ମାଛ ଧରି ପୋତାଶ୍ରୟକୁ ଫେରିବା ବେଳେ ମୁହାଣରେ ବୁଡ଼ି ଯାଇଥିଲା। ସେଥିରେ ଥିବା ୮ ଜଣ ମତ୍ସ୍ୟଜୀବୀ ସମୁଦ୍ର ପାଣିରେ ଭାସି ଯାଇଥିଲେ। ପ୍ରଥମେ ଦୁଇଜଣଙ୍କୁ ପାରାଦୀପ ବନ୍ଦର ଟଗ୍‌ ବୋଟ୍‌ ସମୁଦ୍ରର ବ୍ରେକ୍‌ ୱାଟର ପାଖରୁ ଉଦ୍ଧାର କରିଥିଲେ। ସେତେବେଳକୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କୁ ପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୩ ଜଣଙ୍କୁ ଆଉ ଏକ ମାଛଧରା ବୋଟ୍‌ ସାଇ ଚନ୍ଦ୍ରିକା ସମୁଦ୍ରରୁ ଉଦ୍ଧାର କରିଥିଲା। କିନ୍ତୁ ମୁହାଣ ଅଶାନ୍ତ ଥିବାରୁ ସେମାନଙ୍କୁ କୂଳକୁ ନ ଆଣି ସମୁଦ୍ର ଭିତରେ ରହିଥିଲେ। ବୁଧବାର ପୂର୍ବାହ୍ନ ୧୧ଟାରେ ଜୁଆର ହେବାରୁ ସମ୍ପୃକ୍ତ ବୋଟ୍‌ କୂଳକୁ ଆସିଥିଲା। ସମ୍ପୃକ୍ତ ୮ ଜଣ ମତ୍ସ୍ୟଜୀବୀଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ମନ୍ଦାରୀ ଗ୍ରାମରେ ବୋଲି ଜଣାପଡ଼ିଛି। ନିଖୋଜ ମତ୍ସ୍ୟଜୀବୀ ହେଲେ ସୁନୀଲ ମଲ୍ଲିକ (୩୦), ସୁରେନ୍ଦ୍ର ମଲ୍ଲିକ (୬୦) ଓ ବିଜୟ ମଲ୍ଲିକ ୫୭। ଉଦ୍ଧାର ମତ୍ସ୍ୟଜୀଜୀବମାନେ ହେଲେ ନିର୍ମଳ ମଲ୍ଲିକ (୩୬), ଭାନୁ ମଲ୍ଲିକ (୩୫), ଜୟକୃଷ୍ଣ ମଲ୍ଲିକ (୫୫), ହରିହର ମଲ୍ଲିକ (୩୫) ଓ କମଳା ମଲ୍ଲିକ (୩୮)।
ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କ ପାଇଁ ସରକାର ମାଗଣା ବୀମା ଯୋଜନା କରିଛନ୍ତି। କିନ୍ତୁ ଏହି ନିଖୋଜ ମତ୍ସ୍ୟଜୀବୀଙ୍କ ବୀମା ହୋଇଛି କି ନାହିଁ ସେ ପ୍ରସଙ୍ଗରେ ମତ୍ସ୍ୟ ଅଧିକାରୀ ବିଜୟ କରଙ୍କୁ ପଚାରିବାରେ ସେମାନଙ୍କ ଆଧାରକାର୍ଡ ବୋଟରେ ଥିଲା। ତାହା ନଷ୍ଟ ହୋଇଛି। ବାଲେଶ୍ୱର ମତ୍ସ୍ୟ ବିଭାଗ ପାଖରେ ଥାଇପାରେ ବୋଲି ସେ କହିଛନ୍ତି। ମୁହାଣ ଅଞ୍ଚଳ ପୋତି ହୋଇଯିବା ଯୋଗୁ ସେଠାରେ ପାଣି ଛାଡ ସମୟରେ ବୋଟ୍‌ ଯିବା ଆସିବା କରିବା କଷ୍ଟକର ହେଉଛି ବୋଲି ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡା କହିଛନ୍ତି। ୨ବର୍ଷ ତଳେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ମୁହାଣ ଖନନ କରାଯାଇଥିଲା। ଏବେ ପୁଣି ପୋତି ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri