Home Left

ଶୁଣିଲାନି କ୍ଷୁଦ୍ର ଜଳସେଚନ ବିଭାଗ, ନିଜସ୍ବ ଉଦ୍ୟମରେ ଭଙ୍ଗା କେନାଲକୁ ମରାମତି କରି ଜଳସେଚନ କରୁଛନ୍ତି ଚାଷୀ

କୋକସରା,୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)ଜଳସେଚନର ସୁବ୍ୟବସ୍ଥା ଓ ଚାଷୀଙ୍କ ଚାଷଜମିକୁ ଜଳସେଚନ ପାଇଁ କୋଟି କୋଟି ଟଙ୍କା ଅନୁଦାନରେ କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ପକ୍ଷରୁ ଚେକ ଡ୍ୟାମ ନିର୍ମାଣ କରାଯାଇଛି । ହେଲେ…

ଆନ୍ଦୋଳନରୁ ଓହରିଲା ଆଉଟସୋର୍ସିଙ୍ଗ ସଂଘ

ଭୁବନେଶ୍ୱର,୧।୮(ଅସମାପିକା ସାହୁ)ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ପରେ ସେମାନଙ୍କ ଦାବି ସଂପର୍କରେ ବିସ୍କୃତ ଆଲୋଚନା କରାଯାଇଥିଲା। ଏହାପରେ ସେମାନେ ଆନ୍ଦୋଳନରେ…

ଶ୍ରେଣୀ ଗୃହରେ ପଶିଲା ପାଣି

ଏମ. ରାମପୁର,୧।୮(ଶଶିଭୂଷଣ ପ୍ରହରାଜ ): କଳାହାଣ୍ଡି ଜ଼ିଲାର ସବୁଠୁ ପୁରୁଣା ନୋଡାଲ ୟୁପି ସ୍କୁଲ ପରିସରରେ ବର୍ଷା ପାଣି ପଶିଛି। ସ୍କୁଲ ଖାଲୁଆ ସ୍ଥାନରେ ଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇପାରି ନାହିଁ। ସ୍ଥାନ ଅଭାବ ହେତୁ କ୍ଲାସ ପରିଚାଳନା ବାଧା…

କେନ୍ଦୁଝରରେ ପ୍ରବଳ ବର୍ଷା: ବନ୍ୟା ଆଶଙ୍କା, ସତର୍କତା ଜାରିକଲା ପ୍ରଶାସନ

କେନ୍ଦୁଝର, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ା ଜିଲାରେ ଆଜି ପୂର୍ବାହ୍ନରୁ ବର୍ଷା ଆରମ୍ଭ ହୋଇଛି ା ପ୍ରବଳ ବର୍ଷାକୁ ଆଖିରେ ରଖି ପ୍ରଶାସନ…

ନିର୍ବାଚନୀ ରାଜ୍ୟରେ ବୁଲୁଛନ୍ତି, ହେଲେ ମଣିପୁର ଉପରେ ଜବାବ ଦେବାକୁ ସମୟ ନାହିଁ: ଖାର୍ଗେ

ନୂଆଦିଲ୍ଲୀ,୧।୮: ମଣିପୁର ପ୍ରସଙ୍ଗରେ ବିରୋଧୀ କ୍ରମାଗତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏହି ସମୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମିଳିତ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯେଉଁଥିରେ ସରକାରଙ୍କ ବିରୋଧରେ ଅନେକ ପ୍ରକାରର ଅଭିଯୋଗ କରାଯାଇଥିଲା। ଏହି ସମୟରେ କଂଗ୍ରେସ…

ବ୍ୟାଗରେ ବୋମା ଥିବା ନେଇ ମିଥ୍ୟା ସୂଚନା ଦେଲେ ମହିଳା, ରୁଜୁ ହେଲା ମାମଲା

ଥିରୁଭାନନ୍ତପୁରମ୍‌,୧।୮: କୋଚି ବିମାନବନ୍ଦରରେ ବୋମା ଥିବା ଦାବି କରିବା ପରେ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ତେବେ ପରବର୍ତ୍ତୀ ସମୟରେ ଏହି ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ସୂଚନାଯୋଗ୍ୟ, ବିମାନବନ୍ଦରରେ ଜଣେ ମହିଳା ଯାତ୍ରୀ ବ୍ୟାଗରେ ବୋମା ଥିବା ନେଇ ମିଛ…

ଦକ୍ଷିଣ କୋରିଆ, ଜାପାନରେ ଗ୍ରୀଷ୍ମପ୍ରବାହ: ୧୩ ଲୋକଙ୍କ ମୃତ୍ୟୁ, ତାପାମାତ୍ରା ୪୦ ଡିଗ୍ରୀ ପାଖାପାଖି

ଟୋକିଓ,୧।୮: ଦୁନିଆର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ବିପର୍ଯ୍ୟୟର କାରଣ ପାଲଟିଥିବା ବେଳେ କେତେକ ସ୍ଥାନରେ ଅତ୍ୟଧିକ ଉତ୍ତାପ ଯୋଗୁ ଲୋକଙ୍କର ଜୀବନ ଯାଉଛି। ଏହି କ୍ରମରେ ଦକ୍ଷିଣ କୋରିଆ ଏବଂ ଜାପାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଦକ୍ଷିଣ କୋରିଆରେ ଉତ୍ତାପ…

ଏସିଆ କପ୍‌ ପାଇଁ ସ୍ଥିର ହୋଇସାରିଛି ଟିମ୍‌ ଇଣ୍ଡିଆର ପ୍ଲେ-୧୧! ଜାଡେଜା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପରେ ଭାରତୀୟ ଦଳ ଏସିଆ କପ୍‌ରେ ପରବର୍ତ୍ତୀ ୫୦ ଓଭର ମ୍ୟାଚ ଖେଳିବ। ଆଗାମୀ ଦିନିକିଆ ବିଶ୍ୱକପକୁ ଧ୍ୟାନରେ ରଖି ଟିମ ଇଣ୍ଡିଆ ପାଇଁ ଏସିଆ କପ୍‌ ଟୁର୍ନାମେଣ୍ଟ…

ଚାକିରି ଦେବା ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଠକେଇ: ନକଲି ବିଏସ୍‌ଏନ୍‌ଏଲ ଅଧିକାରୀ ଗିରଫ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ): ନିଜକୁ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ପଦସ୍ଥ ଅଧିକାରୀ ପରିଚୟ ଦେଇ ଚାକିରି ଦେବା ଆଳରେ ପଶ୍ଚିମ ଓଡ଼ିଶାର ଅନେକ ଯୁବତୀଯୁବକଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ବରଗଡ଼ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ…

ଗଛପଡ଼ି ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

ଦାରିଙ୍ଗବାଡି,୧।୮(ଅରୁଣ ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଅଞ୍ଚଳରେ ବହୁ ୟୁକାଲ ପଟାସ ଗଛ ପଡି ଏକାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ତାର ଛିଣ୍ଡି ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ସିମନବାଡି ସମେତ…

ଏଲନ ମସ୍କଙ୍କୁ ଝଟକା, ଟୁଇଟର ମୁଖ୍ୟାଳୟରୁ ହଟାଇବାକୁ ପଡ଼ିଲା ନୂଆ ଲୋଗୋ ‘X’

କାଲିଫର୍ନିଆ,୧।୮: ଗତ କିଛି ଦିନ ହେବ ଏଲନ ମସ୍କଙ୍କ ଟୁଇଟର ହେଡଲାଇନରେ ରହିଆସିଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାର ନୂତନ ଲୋଗୋ ସମ୍ବନ୍ଧରେ ଘୋଷଣା କରି ଆଲୋଚନାର ବିଷୟ ପାଲଟିଛ। ନିକଟରେ ମସ୍କ ଟୁଇଟର ଲୋଗୋ ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ…

ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ବିସ୍ପୋରଣକୁ ଦୃଢ ନିନ୍ଦା କଲେ ୟୁଏନ୍‌ ମୁଖ୍ୟ

ନ୍ୟୁୟର୍କ,୧।୮: ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ପାକିସ୍ତାନର ଖେବର ପାଖ୍ଟନଖୱା ପ୍ରଦେଶରେ ଆଞ୍ଚଳିକ ଇସଲାମ ପାର୍ଟି ଜମିଆତ୍‌ ଉଲେମା ଇସଲାମ-ଫଜଲର ଏକ ରାଜନୈତିକ ସମ୍ମିଳନୀରେ ହୋଇଥିବା ଏହି ଆତ୍ମଘାତୀ ବିସ୍ପୋରଣକୁ ଦୃଢ ନିନ୍ଦା କରିଛନ୍ତି। ଏହି ଆକ୍ରମଣ କିଏ ଘଟାଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri