Posted inଖେଳ

ଶ୍ରୀଲଙ୍କା ଏମ୍‌ପି କହିଲେ- ଆଇସିସିକୁ ଚଳାଉଛି ବିସିସିଆଇ, ଭାରତ ବିପକ୍ଷ ମୁକାବିଲାର ଯାଞ୍ଚ ହେଉ

ନୂଆଦିଲ୍ଲୀ,୯।୧୧: ବିଶ୍ୱକପ୍‌ର ୩୩ତମ ମୁକାବିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ମୁମ୍ବାଇରେ ଖେଳାଯାଇଥିବା ଏହି ମୁକାବିଲାରେ ଟିମ୍‌ ଇଣ୍ଡିଆ ୩୦୨ରନ୍‌ରେ ବିଜେତା ହୋଇ ଥିଲା। ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ। ହେଲେ ଏବେ ଏହି ମ୍ୟାଚ୍‌କୁ ନେଇ ଶ୍ରୀଲଙ୍କା ଏମ୍‌ପି ବିମଲ ବିରାଓ୍ବାନସା ପ୍ରଶ୍ନ ଉଠାଇଛନ୍ତି। ସେ ଶ୍ରୀଲଙ୍କା ଅଧିନାୟକ କୁଶାଲ ମେଣ୍ଡିସଙ୍କ ନିଷ୍ପତ୍ତିକୁ ମଧ୍ୟ ପ୍ରଶ୍ନ ଘେରକୁ ଆଣିଛନ୍ତି। ଭାରତ ବିପକ୍ଷ ଏହି ମ୍ୟାଚ୍‌ରେ ମେଣ୍ଡିସ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଏହି ମାମଲାରେ ଯାଞ୍ଚ ହେବା ଆବଶ୍ୟକ ବୋଲି ଏମ୍‌ପି କହିଛନ୍ତି।

ଏମ୍‌ପି ବିମଲ ଆଇସିସି ଉପରେ ଅଭିଯୋଗ କରି କହିଛନ୍ତି, ଆଇସିସିକୁ ବିସିସିଆଇ ଚଳାଉଛି। ଶ୍ରୀଲଙ୍କା ଚୟନ କମିଟିକୁ ମଧ୍ୟ ଭାରତ ନିଯୁକ୍ତ କରିଛି। ବିଶ୍ୱକପ୍‌ର ଓପନିଂ ମ୍ୟାଚ୍‌ରେ କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନ ଥିଲା। ହେଲେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାଛଡ଼ା ମ୍ୟାଚ୍‌ ଦିନ ମେଣ୍ଡିସଙ୍କୁ ମହିଳା ଜୟବର୍ଦ୍ଧନେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କହିଥିଲେ। ହେଲେ ଉକ୍ତ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିଲେ ଦଳ ଭଲ ସ୍କୋର କରିଥାନ୍ତା ବୋଲି ସେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ଭାରତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୩୫୭ ରନ୍‌ କରିଥିଲା। ଜବାବରେ ଭାରତୀୟ ବୋଲରଙ୍କ ସମ୍ମୁଖରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ କେବଳ ୫୫ ରନ୍‌ କରି ଅଲଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri