Posted inଖେଳ

କୋହଲିଙ୍କୁ ପରିହାସ କଲେ ଯୁବରାଜ

ନୂଆଦିଲ୍ଲୀ,୯।୧୧: ନିକଟରେ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏମଏସ ଧୋନି ଓ ତାଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱକୁ ନେଇ ଏକ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ। ସେ କହିଥିଲେ ମୁଁ ଆଉ ଧୋନି କେବେହେଲେ ନିକଟତର ବନ୍ଧୁ ନୁହେଁ। ଆଉ ଏବେ ସେ ବିରାଟ କେହଳିଙ୍କୁ ନେଇ ଏକ ମଜାଦାର କଥା କହିଛନ୍ତି। ଟିଆରଏସ ପୋଡକାଷ୍ଟରେ କଥାବାର୍ତ୍ତା କରୁଥିବାବେଳେ ଯୁବରାଜ ଥଟ୍ଟା କରି କହିଥିଲେ, ସେ (ବିରାଟ) ଭାବନ୍ତି ଯେ ସେ ଜଣେ ଭଲ ଫୁଟବଲର୍‌ କିନ୍ତୁ ତାଙ୍କ ଅପେକ୍ଷା ମୋର ଅଧିକ ଦକ୍ଷତା ଅଛି। ସେ ଜଣେ ଯୁବକ ସେ ଭଲ ଭାବରେ ଦୌଡ଼ନ୍ତି। ସେ ଭାବନ୍ତି ସେ କ୍ରିଷ୍ଟିଆନୋ ରୋନାଲଡୋ କିନ୍ତୁ ସେ ନୁହଁନ୍ତି। କିନ୍ତୁ ସେ ନିଶ୍ଚିତ ଭାବେ କ୍ରିକେଟର ରୋନାଲଡୋ। ଯଦିଓ ଆମେ ଫିଟନେସ ବିଷୟରେ କଥା ହେଉ, ତାଙ୍କ ମାନସିକତା ସମାନ (ରୋନାଲଡୋ ସହିତ)। ଏବଂ ଖେଳ ଉପରେ ସେମାନଙ୍କର ଧ୍ୟାନରେ ଉଭୟଙ୍କ ମଧ୍ୟରେ ସମାନତା ଅଛି।
ଯେତେବେଳେ ଯୁବରାଜଙ୍କୁ ପଚରାଗଲା ଯେ ସେ ଏବଂ ବିରାଟ ପରସ୍ପରକୁ ଭେଟିଛନ୍ତି କି ନାହିଁ, ଯୁବରାଜ କହିଲେ, ନା, ତାହା ନୁହେଁ। ସେ ବ୍ୟସ୍ତ ଥିବାରୁ ମୁଁ ତାଙ୍କୁ ହଇରାଣ କରୁନାହିଁ । ଯୁବ ବିରାଟ କୋହଲିଙ୍କ ନାମ ଚିକୁ ଥିଲା। ଆଜି ଚିକୁ ବିରାଟ କୋହଲି ହୋଇଛନ୍ତି। ଏହା ଏକ ବଡ ପାର୍ଥକ୍ୟ। ଏହି ସମୟରେ ସେ ଫିଟନେସ ଦୃଷ୍ଟିରୁ ବିରାଟଙ୍କୁ ପ୍ରଶଂସା କରି କହିଥିଲେ, ଆମେ ସମସ୍ତେ ଗୋଟିଏ ଫିଟ ଟିମ ରହିବାକୁ ଚାହୁଁଥିଲୁ କିନ୍ତୁ ଯେତେବେଳେ ବିରାଟ ଅଧିନାୟକ ହୋଇଥିଲେ ସେତେବେଳେ ଅନେକ କିଛି ବଦଳିଗଲା। ସେ ଏକ ମାନଦଣ୍ଡ ବା ବେଂଚମାର୍କ ସ୍ଥିର କଲେ। ସୂଚନାଯୋଗ୍ୟ, ନିକଟରେ ଯୁବରାଜ ଏକ ଲମ୍ବା ପୋଷ୍ଟ ଲେଖି ବିରାଟଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?