Home Left

ବାଂଲାଦେଶକୁ ବଡ଼ ଝଟ୍‌କା

ଢାକା,୪ା୮: ପିଠିରେ ଆଘାତ ଯୋଗୁ ବାମହାତି ବ୍ୟାଟର ତାମିମ ଇକ୍‌ବାଲ ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ପଦବୀରୁ ଓହରିଯାଇଛନ୍ତି। ସେ ଆଗାମୀ ଏସିଆ କପ୍‌ରେ ଖେଳିପାରିବେ ନାହିଁ। ଏହି ଅନ୍ତର୍ଜାତୀୟ ଦିନିକିଆ ଟୁର୍ନାମେଣ୍ଟ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପାକିସ୍ତାନ…

କେଦାରନାଥରେ ଭୂସ୍ଖଳନ: ୩ ମୃତ, ୧୬ ନିଖୋଜ

ନୂଆଦିଲ୍ଲୀ,୪ା୮: ଉତ୍ତରାଖଣ୍ଡରେ ଗୁରୁବାର ରାତିରୁ ପ୍ରବଳ ବର୍ଷା ଲାଗିରହିଥିବାବେଳେ କେଦାରନାଥ ଯାତ୍ରା ମାର୍ଗରେ ଭୂସ୍ଖଳନ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୬ ଜଣ ନିଖୋଜ ହୋଇଯାଇଛନ୍ତି। ଗୌରୀକୁଣ୍ଡ ନିକଟରେ କେତେକ ଦୋକାନ ବନ୍ୟାଜଳରେ ଭାସିଯାଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ…

ଭାରତ, ଓ୍ବେଷ୍ଟଇଣ୍ଡିଜ୍‌କୁ ଜରିମାନା

ଦୁବାଇ,୪ା୮: ତ୍ରିନିଦାଦର ତାରୋବାଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ସ୍ଲୋ ଓଭର-ରେଟ୍‌ ପାଇଁ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌କୁ ଜରିମାନା କରାଯାଇଛି। ଗୁରୁବାର ରାତିରେ ଧାର୍ଯ୍ୟ ସମୟ ମଧ୍ୟରେ ଗୋଟିଏ ଓଭର ପଛୁଆ ରହିଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତକୁ ମ୍ୟାଚ…

ଲଗାଣ ବର୍ଷା କଲା ବାସହରା

ଜମନକିରା,୪ା୮(ରବୀନ୍ଦ୍ର ପ୍ରସାଦ ଦାନି): ଲଘୁଚାପ ଜନିତ ଲଗାଣ ବର୍ଷାରେ ଜମନକିରା ବ୍ଲକ ଅଞ୍ଚଳରେ ବହୁ ପରିବାର ବାସହରା ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ବ୍ଲକ ଅଧୀନ ୨୧ ପଞ୍ଚାୟତରେ ବର୍ଷା ବିତ୍ପାତ ଦେଖାଦେଇଛି। କେଉଁଠି ଚାଷଜମି ବୁଡିରହିଛି ତ ଆଉ କେଉଁଠି ଘରେ…

ଅଗଷ୍ଟ ୬ରେ ଏକାଥରେ ୫୦୮ ରେଲଓ୍ବେ ଷ୍ଟେଶନର ନବିକରଣ ପାଇଁ ଶିଳାନ୍ୟାସ କରିବେ ମୋଦି, ହେବ ନୂଆ ରେକର୍ଡ

ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୬ ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାରା ଦେଶରେ ୫୦୮ ରେଲଓ୍ବେ ଷ୍ଟେଶନର ପାଇଁ ଶିଳାନ୍ୟାସ କରିବାକୁ ଯାଉଛନ୍ତି। ଏହି ପୁନଃନିର୍ମାଣ କାର୍ଯ୍ୟ ଅମୃତ ଭାରତ ଷ୍ଟେଶନ ଯୋଜନା ଅଧୀନରେ କରାଯିବ। ଏହି…

ଟ୍ରକକୁ ପଛରେ ପିଟିଲା ଟ୍ରକ, ଚାଳକ ଜୀବନ୍ତ ଦଗ୍ଧ

କେନ୍ଦୁଝର,୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅଧୀନ କେନ୍ଦୁଆ ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଟ୍ରକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱରେ…

ଏନଡିଏ ବିରୋଧରେ ମାଷ୍ଟର ଷ୍ଟ୍ରୋକ୍‌!

ନୂଆଦିଲ୍ଲୀ,୪।୮: ପୁଣି ସଂସଦରେ ଗର୍ଜିବେ ରାହୁଲ । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଉତ୍ସାହିତ ହୋଇଛି କଂଗ୍ରେସ ଶିବିର। ରାହୁଲଙ୍କ ଉପସ୍ଥିତି ସଂସଦରେ ବିରୋଧୀଙ୍କ ସ୍ବରକୁ ଆହୁରି ତୀବ୍ର କରାଇବ। ବିରୋଧୀଙ୍କ ନିକଟରେ ଏବେ ମାଳ ମାଳ ପ୍ରସଙ୍ଗ ରହିଥିବାବେଳେ ରାହୁଲଙ୍କ…

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୫ଟି ଗେଟ୍‌

ସମ୍ବଲପୁର,୪।୮: ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍‌ ଶୁକ୍ରବାର ଖୋଲିଛି। ପୂର୍ବରୁ ୨ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଏବେ ୫ଟି ଗେଟ ଖୋଲିବା ପରେ ୭ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ଗେଟ ଖୋଲାଯିବା ନେଇ ତଳିଅଞ୍ଚଳରେ…

ମଦ ବିକିବା ବେଳେ ଧରାପଡ଼ିଲେ

ଗୋପାଳପୁର,୪ା୮(ନବୀନରାଜ ଆଚାରୀ): ଚୋରା ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଗୋଳନ୍ଥରା ଥାନା ପୋଲିସ ଶୁକ୍ରବାର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ତତଡାପୁଲୀ ଗ୍ରାମର ଏମ. କାମେୟା (୪୫)। ତତଡାପୁଲୀ ଗ୍ରାମରେ କାମେୟା ଗତ…

ରାମ ମନ୍ଦର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବାକୁ ଭାଗ୍ୟଶାଳୀ ୧ଲକ୍ଷ ଲୋକଙ୍କୁ ମିଳିବ ସୁଯୋଗ

ଲକ୍ଷ୍ନୌ,୪।୮: ଅଯୋଧ୍ୟାରେ ନିର୍ମିତ ଶ୍ରୀରାମଙ୍କ ମନ୍ଦିର କେବେ ଉଦ୍‌ଘାଟନ କେବେ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହା ସମ୍ଭବତ ଜାନୁୟାରୀ ୨୨ରୁ ୨୪ ମଧ୍ୟରେ ହେବ ବୋଲି ଆଲୋଚନା କରାଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହା ଉଦଘାଟିତ…

ରାଜସ୍ଥାନ ହେଲା ୫୦ ଜିଲା ୧୦ ଡିଭିଜନ ବିଶିଷ୍ଟ ରାଜ୍ୟ

ଜୟପୁର,୪।୮: ନିର୍ବାଚନ ବର୍ଷରେ ବଜେଟ ସମୟରେ ରାଜ୍ୟରେ ୧୯ଟି ନଆ ଜିଲା ଏବଂ ତିନୋଟି ନୂତନ ଡିଭିଜନ ଗଠନ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଘୋଷଣା କରିଥିଲେ। ବର୍ତ୍ତମାନ ଗେହଲୋଟ କ୍ୟାବିନେଟ ଏହି ନୂଆ ଜିଲା ଏବଂ ଡିଭିଜନଗୁଡ଼ିକୁ ଅନୁମୋଦନ…

ଦଶମନ୍ତପୁର ଥାନା ଆଇଆଇସି ନିଲମ୍ବିତ

କୋରାପୁଟ,୪।୮: କୋରାପୁଟ ଜିଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଯୋଗୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ ନିଲମ୍ବନ କରିଛନ୍ତି। ଚନ୍ଦ୍ରଭାନୁ ମହାନ୍ତି ଗତ ମାସ ଜୁଲାଇ ୨୮ ତାରିଖରେ ଗିରଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri