ରାଜ୍ୟରେ ଗଞ୍ଜାମ ପୋଲିସ ଲାଗି ଗୌରବ ଆଣିଲେ ଏସଡିପିଓ ରଜନିକାନ୍ତ ସାମଲ, ପ୍ରଗତି ମାର୍କିଂରେ ପ୍ରଥମ ସ୍ଥାନରେ ପୁରୁଷୋତ୍ତମପୁର ଏସଡିପିଓ

ପୁରୁଷୋତ୍ତମପୁର,୩/୧( ସିମାଞ୍ଚଳ ମିଶ୍ର) ସମଗ୍ର ଓଡିଶାରେ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୧୧୯ ଗୋଟି ଏସଡିପିଓ ସମେତ କମିସନେରେଟ ପୋଲିସ ଏସିପି କାର୍ଯ୍ୟାଳୟ ରହିଛି। ସେଥିମଧ୍ୟରୁ ୨୦୨୩ ମସିହାରେ ଅପରାଧ ନିୟନ୍ତ୍ରଣରେ ଗଞ୍ଜାମ ପୋଲିସ ଜିଲାର ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଦକ୍ଷତାର ସହ କାର୍ଯ୍ୟକରି ସମଗ୍ର ଓଡିଶାରେ ପ୍ରଥମସ୍ଥାନ ଅଧିକାର କରି ଗଞ୍ଜାମ ଜିଲା ପାଇଁ ଗୌରବ ଆଣିଛନ୍ତି। ୨୦୧୬ ମସିହାରେ ପୁରୁଷୋତ୍ତମପୁରରେ ସ୍ଥାପିତ ଏହି ଏସଡିପିଓ ଅଫିସ ଅଧିନରେ ପୁରୁଷୋତ୍ତମପୁର ଥାନା ସମେତ ପୋଲସରା , କବିସୂର୍ଯ୍ୟନଗର, କୋଦଳା ଓ ବେଗୁନିଆପଡା ଥାନା ରହିଛିା ରଜନିକାନ୍ତ ଏଠାରେ ଗତ ୨୬.୯.୨୦୨୨ ରେ ଏସଡିପିଓ ଭାବେ ଯୋଗ ଦେବା ପରଠାରୁ ଲୋକଙ୍କ ଆସ୍ଥା ଭାଜନ ହୋଇ ପୋଲିସ ବିଭାଗଲାଗି ଏକ ଉଦାହରଣ ପାଲଟିଛନ୍ତି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ଓ ଷ୍ଟେଟ କ୍ରାଇମ ରେକଡ ବ୍ୟୁରୋ ପକ୍ଷରୁ ପ୍ରତିବର୍ଷ ପୋଲିସ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଗତି ସପ୍ଟୱେର ମାଧ୍ୟମରେ ଅଟୋ ସର୍ଭେ କରି ମାର୍କିଂ କରାଯାଇଥାଏ।

ସିସିଟିଏନସ ପୋର୍ଟାଲରେ ପ୍ରତ୍ୟହ ପଞ୍ଜିକୃତ ଅଭିଯୋଗ ଆଧାରରେ ପୁରୁଷୋତ୍ତମପୁର ଏସଡିପିଓ ଅଧିନରେ ଥିବା ପୁରୁଷୋତ୍ତମପୁର ଥାନାରେ ୯୧୯ ଗୋଟି କେସ, ପୋଲସରା ଥାନାରେ ୮୮୨ କେସ, କବିସୂର୍ଯ୍ୟନଗର ଥାନାରେ ୭୮୯ କେସ କୋଦଳା ଥାନାରେ ୬୨୪ କେସ ଓ ବେଗୁନିଆପଡା ଥାନାରେ ୫୫୧ ଗୋଟି ବିଭିନ୍ନ କେସ ଦାୟର ହୋଇଛି। ଅଞ୍ଚଳରେ ରହିଥିବା ଅପରାଧୀମାନଙ୍କୁ ଦମନ କରିବା ସହ ପଞ୍ଜିକୃତ ସମୁଦାୟ ୩୬୯୮ ଗୋଟି କେସ ମଧ୍ୟରେ ରହିଥିବା ହରିଜନ ଆଦିବାସୀ ସମ୍ପକ୍ରିତ (ଆଟ୍ରୋସିଟି) ମାମଲାରେ ୪୮ ଗୋଟି କେସ ମଧ୍ୟରୁ ୪୭ର ସଠିକ ଭାବେ ତଦନ୍ତ କରାଯାଇଥିଲା। ୫୦୫ ଗୋଟି ବିଭିନ୍ନ ପ୍ରକାର କେସର ତଦନ୍ତର ସୁପରିଭିଜନ ଠିକ ରୁପେ ସମୟ ସୀମା ମଧ୍ୟରେ ସାରିଥିଲେ। ଜନସାଧାରଣଙ୍କ ପକ୍ଷରୁ ହୋଇଥିବା ବିଭିନ୍ନ ଅଭିଯୋଗର ଫଇସଲା କରି ସମାଧାନ କରାଯିବା ସହ ଥାନାମାନଙ୍କର ସଠିକ ତଦାରଖ କରି ଥାନାରେ ହୋଇଥିବା ଅଭିଯୋଗର କେସକୁ ନେଇ ତଦନ୍ତକାରୀ ଅଧିକାରୀମାନଙ୍କୁ ଉପଯୁକ୍ତ ତଦନ୍ତ ଲାଗି ପରାମର୍ଶ ଦେବାଭଳି ବିଭିନ୍ନ କାର୍ଯ୍ୟକଳାପକୁ ନେଇ ପ୍ରଗତିର ମାର୍କିଂ ରେ ଶତ ପ୍ରତିଶତ ମାର୍କରୁ ପୁରୁଷୋତ୍ତମପୁର ଏସଡିପିଓ ନିଜର ସମସ୍ତ କାର୍ଯ୍ୟଦକ୍ଷତାକୁ ସଫଳତାର ସହ ପ୍ରତିପାଦନ କରି ୯୨.୪୫ ପ୍ରତିଶତ ମାର୍କ ରଖି କରି କୃତିତ୍ୱ ହାସଲ କରି ସମଗ୍ର ଓଡିଶାରେ ପ୍ରଥମ ସ୍ଥାନରେ ରହି ଗଞ୍ଜାମ ପୋଲିସ ଲାଗି ସଫଳତା ଆଣି ପାରିଛନ୍ତି ।

ଏହି ସଫଳତା ଲାଗି ଏସଡିପିଓ ସାମଲ ଗଞ୍ଜାମ ଏସପି ଜଗମୋହନ ମିନାଙ୍କୁ ତାଙ୍କର ଶ୍ରେୟ ଦେଇ ଏସପିଙ୍କ ଦୈନିକ ସୁପରିଭିଜନ ଓ ଦିଗଦର୍ଶନ , ପରାମର୍ଶ ଲାଗି ଏହି ସଫଳତା ମିଳିଥିବା ବେଳେ ସମସ୍ତ ଥାନା ଆଇଆଇସି ଓ କର୍ମଚାରୀମାନଙ୍କ ସହ ଏସଡିପିଓ ଅଫିସରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସହଯୋଗ ଏବଂ ଦାୟିତ୍ୱବାନ କାର୍ଯ୍ୟଲାଗି ସଫଳ ହୋଇଛି ବୋଲି କହଛନ୍ତି। ଏହି ସଫଳତା କେବଳ ତାଙ୍କର ନୁହେଁ ଏହା ସବଡିଭିଜନରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀଙ୍କର ସଫଳତା ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ, ଏସଡିପିଓ ଭାବରେ ରଜନିକାନ୍ତ ଯୋଗଦେବା ପରଠାରୁ ପୁରୁଷୋତ୍ତମପୁର ,ପୋଲସରା , କୋଦଳା, କବିସୂର୍ଯ୍ୟନଗର, ବେଗୁନିଆପଡା ଅଞ୍ଚଳରେ ଅପରାଧୀମାନଙ୍କୁ ଦମନ କରିବା ସହ ଚୋରା ବାଲି କାରବାର, ମଦ , ଗଞ୍ଜେଇ ଆଦି ନିଶା ବେପାରିଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସହିତ ମଦ୍ୟପ ଗାଡିଚାଳକଙ୍କୁ ଧରପଗଡ କରିବା, ସାମାଜିକ ବାସନ୍ଦ, ଗୁଣିଗାରେଡି ଅନ୍ଧବିଶ୍ବାସ ଭଳି କୁସଂସ୍କାରକୁ ଲୋକଙ୍କ ମନରୁ ଦୂରକରି ଗାଁ ଗାଁ ମଧ୍ୟରେ ଭାଇଚାରା ମନୋଭାବ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।

ଲୋକଙ୍କ ସମସ୍ୟାକୁ ଗୁରୁତ୍ୱଦେଇ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି କରି ସମ୍ପର୍କକୁ ନିକଟତର କରିବାର ଉଦ୍ୟମ ଯୋଗୁ ସମଗ୍ର ଅଞ୍ଚଳରେ ଶାନ୍ତି ବଜାୟ ରଖିବାରେ ସ୍ଥାନୀୟ ପୋଲିସ ଗିଭାଗ ଲାଗି ସେ ଏକ ନିଆରା ଉଦାହରଣ ପାଲଟିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?