ରାଜ୍ୟରେ ଗଞ୍ଜାମ ପୋଲିସ ଲାଗି ଗୌରବ ଆଣିଲେ ଏସଡିପିଓ ରଜନିକାନ୍ତ ସାମଲ, ପ୍ରଗତି ମାର୍କିଂରେ ପ୍ରଥମ ସ୍ଥାନରେ ପୁରୁଷୋତ୍ତମପୁର ଏସଡିପିଓ

ପୁରୁଷୋତ୍ତମପୁର,୩/୧( ସିମାଞ୍ଚଳ ମିଶ୍ର) ସମଗ୍ର ଓଡିଶାରେ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୧୧୯ ଗୋଟି ଏସଡିପିଓ ସମେତ କମିସନେରେଟ ପୋଲିସ ଏସିପି କାର୍ଯ୍ୟାଳୟ ରହିଛି। ସେଥିମଧ୍ୟରୁ ୨୦୨୩ ମସିହାରେ ଅପରାଧ ନିୟନ୍ତ୍ରଣରେ ଗଞ୍ଜାମ ପୋଲିସ ଜିଲାର ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଦକ୍ଷତାର ସହ କାର୍ଯ୍ୟକରି ସମଗ୍ର ଓଡିଶାରେ ପ୍ରଥମସ୍ଥାନ ଅଧିକାର କରି ଗଞ୍ଜାମ ଜିଲା ପାଇଁ ଗୌରବ ଆଣିଛନ୍ତି। ୨୦୧୬ ମସିହାରେ ପୁରୁଷୋତ୍ତମପୁରରେ ସ୍ଥାପିତ ଏହି ଏସଡିପିଓ ଅଫିସ ଅଧିନରେ ପୁରୁଷୋତ୍ତମପୁର ଥାନା ସମେତ ପୋଲସରା , କବିସୂର୍ଯ୍ୟନଗର, କୋଦଳା ଓ ବେଗୁନିଆପଡା ଥାନା ରହିଛିା ରଜନିକାନ୍ତ ଏଠାରେ ଗତ ୨୬.୯.୨୦୨୨ ରେ ଏସଡିପିଓ ଭାବେ ଯୋଗ ଦେବା ପରଠାରୁ ଲୋକଙ୍କ ଆସ୍ଥା ଭାଜନ ହୋଇ ପୋଲିସ ବିଭାଗଲାଗି ଏକ ଉଦାହରଣ ପାଲଟିଛନ୍ତି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ଓ ଷ୍ଟେଟ କ୍ରାଇମ ରେକଡ ବ୍ୟୁରୋ ପକ୍ଷରୁ ପ୍ରତିବର୍ଷ ପୋଲିସ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଗତି ସପ୍ଟୱେର ମାଧ୍ୟମରେ ଅଟୋ ସର୍ଭେ କରି ମାର୍କିଂ କରାଯାଇଥାଏ।

ସିସିଟିଏନସ ପୋର୍ଟାଲରେ ପ୍ରତ୍ୟହ ପଞ୍ଜିକୃତ ଅଭିଯୋଗ ଆଧାରରେ ପୁରୁଷୋତ୍ତମପୁର ଏସଡିପିଓ ଅଧିନରେ ଥିବା ପୁରୁଷୋତ୍ତମପୁର ଥାନାରେ ୯୧୯ ଗୋଟି କେସ, ପୋଲସରା ଥାନାରେ ୮୮୨ କେସ, କବିସୂର୍ଯ୍ୟନଗର ଥାନାରେ ୭୮୯ କେସ କୋଦଳା ଥାନାରେ ୬୨୪ କେସ ଓ ବେଗୁନିଆପଡା ଥାନାରେ ୫୫୧ ଗୋଟି ବିଭିନ୍ନ କେସ ଦାୟର ହୋଇଛି। ଅଞ୍ଚଳରେ ରହିଥିବା ଅପରାଧୀମାନଙ୍କୁ ଦମନ କରିବା ସହ ପଞ୍ଜିକୃତ ସମୁଦାୟ ୩୬୯୮ ଗୋଟି କେସ ମଧ୍ୟରେ ରହିଥିବା ହରିଜନ ଆଦିବାସୀ ସମ୍ପକ୍ରିତ (ଆଟ୍ରୋସିଟି) ମାମଲାରେ ୪୮ ଗୋଟି କେସ ମଧ୍ୟରୁ ୪୭ର ସଠିକ ଭାବେ ତଦନ୍ତ କରାଯାଇଥିଲା। ୫୦୫ ଗୋଟି ବିଭିନ୍ନ ପ୍ରକାର କେସର ତଦନ୍ତର ସୁପରିଭିଜନ ଠିକ ରୁପେ ସମୟ ସୀମା ମଧ୍ୟରେ ସାରିଥିଲେ। ଜନସାଧାରଣଙ୍କ ପକ୍ଷରୁ ହୋଇଥିବା ବିଭିନ୍ନ ଅଭିଯୋଗର ଫଇସଲା କରି ସମାଧାନ କରାଯିବା ସହ ଥାନାମାନଙ୍କର ସଠିକ ତଦାରଖ କରି ଥାନାରେ ହୋଇଥିବା ଅଭିଯୋଗର କେସକୁ ନେଇ ତଦନ୍ତକାରୀ ଅଧିକାରୀମାନଙ୍କୁ ଉପଯୁକ୍ତ ତଦନ୍ତ ଲାଗି ପରାମର୍ଶ ଦେବାଭଳି ବିଭିନ୍ନ କାର୍ଯ୍ୟକଳାପକୁ ନେଇ ପ୍ରଗତିର ମାର୍କିଂ ରେ ଶତ ପ୍ରତିଶତ ମାର୍କରୁ ପୁରୁଷୋତ୍ତମପୁର ଏସଡିପିଓ ନିଜର ସମସ୍ତ କାର୍ଯ୍ୟଦକ୍ଷତାକୁ ସଫଳତାର ସହ ପ୍ରତିପାଦନ କରି ୯୨.୪୫ ପ୍ରତିଶତ ମାର୍କ ରଖି କରି କୃତିତ୍ୱ ହାସଲ କରି ସମଗ୍ର ଓଡିଶାରେ ପ୍ରଥମ ସ୍ଥାନରେ ରହି ଗଞ୍ଜାମ ପୋଲିସ ଲାଗି ସଫଳତା ଆଣି ପାରିଛନ୍ତି ।

ଏହି ସଫଳତା ଲାଗି ଏସଡିପିଓ ସାମଲ ଗଞ୍ଜାମ ଏସପି ଜଗମୋହନ ମିନାଙ୍କୁ ତାଙ୍କର ଶ୍ରେୟ ଦେଇ ଏସପିଙ୍କ ଦୈନିକ ସୁପରିଭିଜନ ଓ ଦିଗଦର୍ଶନ , ପରାମର୍ଶ ଲାଗି ଏହି ସଫଳତା ମିଳିଥିବା ବେଳେ ସମସ୍ତ ଥାନା ଆଇଆଇସି ଓ କର୍ମଚାରୀମାନଙ୍କ ସହ ଏସଡିପିଓ ଅଫିସରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସହଯୋଗ ଏବଂ ଦାୟିତ୍ୱବାନ କାର୍ଯ୍ୟଲାଗି ସଫଳ ହୋଇଛି ବୋଲି କହଛନ୍ତି। ଏହି ସଫଳତା କେବଳ ତାଙ୍କର ନୁହେଁ ଏହା ସବଡିଭିଜନରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀଙ୍କର ସଫଳତା ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ, ଏସଡିପିଓ ଭାବରେ ରଜନିକାନ୍ତ ଯୋଗଦେବା ପରଠାରୁ ପୁରୁଷୋତ୍ତମପୁର ,ପୋଲସରା , କୋଦଳା, କବିସୂର୍ଯ୍ୟନଗର, ବେଗୁନିଆପଡା ଅଞ୍ଚଳରେ ଅପରାଧୀମାନଙ୍କୁ ଦମନ କରିବା ସହ ଚୋରା ବାଲି କାରବାର, ମଦ , ଗଞ୍ଜେଇ ଆଦି ନିଶା ବେପାରିଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସହିତ ମଦ୍ୟପ ଗାଡିଚାଳକଙ୍କୁ ଧରପଗଡ କରିବା, ସାମାଜିକ ବାସନ୍ଦ, ଗୁଣିଗାରେଡି ଅନ୍ଧବିଶ୍ବାସ ଭଳି କୁସଂସ୍କାରକୁ ଲୋକଙ୍କ ମନରୁ ଦୂରକରି ଗାଁ ଗାଁ ମଧ୍ୟରେ ଭାଇଚାରା ମନୋଭାବ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।

ଲୋକଙ୍କ ସମସ୍ୟାକୁ ଗୁରୁତ୍ୱଦେଇ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି କରି ସମ୍ପର୍କକୁ ନିକଟତର କରିବାର ଉଦ୍ୟମ ଯୋଗୁ ସମଗ୍ର ଅଞ୍ଚଳରେ ଶାନ୍ତି ବଜାୟ ରଖିବାରେ ସ୍ଥାନୀୟ ପୋଲିସ ଗିଭାଗ ଲାଗି ସେ ଏକ ନିଆରା ଉଦାହରଣ ପାଲଟିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri