ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ: ଆଖି ବୁଜିଲେ ଆଉ ଜଣେ ଗୁରୁତର

ଭୁବନେଶ୍ୱର,୨୯ା୧୨: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣରେ ଆଉ ଜଣେ ପୀଡିତ ଆଖି ବୁଝିଛନ୍ତି। ଏଥି ସହିତ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି। ମୃତକ ହେଉଛନ୍ତି ପୁରୀ ଜିଲା ଡେଲାଙ୍ଗ ଚାଇଁପୁର ଗାଁର ୨୩ ବର୍ଷୀୟ ଶ୍ରୀତମ ସାହୁ । ଗତ ଦୁଇ ବର୍ଷ ହେବ ଶ୍ରୀତମ ହାଇଟେକ୍‌ ମେଡିକାଲ କଲେଜରେ ଚାକିରି କରୁଥିଲେ।

ପରିବାରର ଏକମାତ୍ର ରୋଜଗାରିଅ ପୁଅକୁ ହରି ସମଗ୍ର ପରିବାର ବେସାହାରା ହୋଇ ପଡ଼ିଛି। ଶ୍ରୀତମଙ୍କ ମୃତ୍ୟୁ ଖବର ପରିବାରବର୍ଗଙ୍କୁ ଗତକାଲି ରାତିରେ ଦିଆଯାଇଥିଲା। ଏହାପରେ ପରିବାର ଲୋକେ ହାଇଟେକ୍‌ ମେଡିକାଲ କଲେଜରେ ପହଞ୍ଚିଥିଲେ। ତେବେ ଶ୍ରୀତମଙ୍କ ପରିବାର ବୁଧବାର ମେଡିକାଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଶ୍ରୀତମଙ୍କ ବାପା ଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୯ ତାରିଖରେ ହୋଇଥିବା ବିସ୍ଫୋରଣରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ମାତ୍ର ମେଡିକାଲ ଉପରେ ଚାପ ପଡ଼ିବା ଭୟରେ ସେମାନେ ସମସ୍ତଙ୍କୁ ମୃତ ବୋଲି ଘୋଷଣା କରୁ ନାହାନ୍ତି। ଦିନେ, ୨ ଦିନ ଅନ୍ତରରେ ଜଣେ ଲେଖାଏ ଗୁରୁତରଙ୍କୁ ସେମାନେ ମୃତ ଘୋଷଣା କରୁଛନ୍ତି। ଗତ ୨ ଦିନ ପୂର୍ବେ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଏବେ ଆମ ପୁଅ ଆଖି ବୁଜି ସାରିଥିବା କହୁଛନ୍ତି । ଏହାପରେ ଅବଶିଷ୍ଟ ଗୁରୁତରଙ୍କୁ ବି ଏପରି ଭାବେ ମେଡିକାଲ କର୍ତ୍ତୃପକ୍ଷ ମୃତ ଘୋଷଣା କରିବେ ବୋଲି ସେ କହିଛନ୍ତି।

ଏହା ସହିତ ସେ ଅଭିଯୋଗ କରିଛନ୍ତି “ବିସ୍ଫୋରଣ ଦିନ ମୋ ପୁଅର ମୃତ୍ୟୁ ହୋଇଥିଲା। କିନ୍ତୁ ଡାକ୍ତରଖାନା ଏହାକୁ ଲୁଚାଇ ଗତକାଲି ତାଙ୍କ ମୃତ୍ୟୁ ଘୋଷଣା କରିଥିଲା। ସେଥିପାଇଁ ସେମାନେ ମୋତେ ଏହି 6 ଦିନ ମଧ୍ୟରେ ମୋ ପୁଅକୁ ଡାକ୍ତରଖାନାରେ ଦେଖିବା ପାଇଁ ଦେଇ ନାହାଁନ୍ତି।

ଏହି ବିସ୍ଫୋରଣ ଘଟଣାରେ ରବିବାର ଖୋର୍ଦ୍ଧା ଜିଲା ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ସକାଳେ ତାଙ୍କ ସ୍ତ୍ରୀ ସୁନା ଆତ୍ମହତ୍ୟା କରିଥିଲେ। ଦିଲ୍ଲୀପ ଓ ସୁନାଙ୍କ ବିବାହକୁ ୨ ବର୍ଷ ପୂରି ନ ଥିବା ବେଳେ ଦିଲ୍ଲୀପଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ସ୍ତ୍ରୀ ସୁନା। ଏହାପରେ ସୁନାଙ୍କୁ ତାଙ୍କ ବାପଘର ଲୋକେ ନେଇ ଯାଇଥିଲେ। ତେବେ ନୂଆଗାଁସ୍ଥିତ ବାପଘରେ ଥିବା ସୁନା ଏକ କଠୋରି ଭିତରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri