ବାଇପାସ୍‌ ରାସ୍ତା କାମରେ ପୋତି ହେଉଛି କେନାଲ

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ,୩।୧ (ଜଗନ୍ନାଥ ଧଳ/କଳ୍ପତରୁ ନାୟକ) : କଟକ ଜଗତ୍‌ପୁରଠାରୁ ବାହାରିଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ବାଇପାସ୍‌ଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ୍‌ ରାସ୍ତା ନିର୍ମାଣ କାମ ଚାଲିଛି। କିନ୍ତୁ ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାଶର୍‌ବରୁ ଜେସିବିରେ ମାଟି ଉଠାଇ ରାସ୍ତା କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଫଳରେ କେନାଲ କେଉଁଠି ଖାଲୁଆ ହେଉଥିବା ବେଳେ କେଉଁ ସ୍ଥାନରେ ପୋତି ହେଉଛି, ଯାହାଦ୍ୱାରା ଜଳଧାରଣ କ୍ଷମତା ହ୍ରାସପାଇ ଉପରମୁଣ୍ଡ ଗୋବରୀ ସମ୍ପ୍ରସାରିତ କେନାଲ ସହ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲକୁ ଜଳସେଚନରେ ବାଧା ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି। ଫଳରେ ଏହି କେନାଲ ଉପରେ ନିର୍ଭର ଉତିକଣ ଭେଡ଼ା ସମେତ ପଟ୍ଟାମୁଣ୍ଡାଇର ଚାଷୀକୁଳ ପାଣି ବିନା ହଇରାଣ ହେବେ ବୋଲି ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ପ୍ରକାଶ କରିଛନ୍ତି। ତେବେ ଏ ନେଇ ବିଭାଗୀୟ ଠିକାଦାର ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ କେନାଲରେ ଜଳ ପରିଚାଳନା ଠିକ୍‌ ହେବାରେ ବାଧା ଉପୁଜୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା କେନାଲର ବାଇପାସ୍‌ଠାରୁ କଖାରୁଣୀ ପର୍ଯ୍ୟନ୍ତ ଦକ୍ଷିଣପାର୍ଶ୍ୱ ରାସ୍ତାକାମ ଚାଲୁଛି। ଏହି କାମର ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାଶର୍‌ବରୁ ଜେସିବିରେ ମାଟି ଉଠାଇ ରାସ୍ତା ଉଚ୍ଚା ଓ ଚଉଡ଼ା କରି ଚାଲିଛନ୍ତି। ରାସ୍ତା କାମରେ ବାହାରୁ ମାଟି ବାଲି ଆଣି ନିର୍ମାଣ କାର୍ଯ୍ୟ କରିବାକୁ ବୈଷୟିକ ନିର୍ଦ୍ଦେଶନାମା ଥିବାବେଳେ ଠିକାଦାର କେନାଲ ଖୋଳି ଯେନତେନ ପ୍ରକାରେ କାମ କରୁଥିବା ଅଭିଯୋଗ ହୋଇଛି। କୃଷକ ନେତା ବିଜୟ ଦାସ କହିଛନ୍ତି, ବାଇପାସ୍‌ ରାସ୍ତା ତିଆରି କାମ ଯୋଗୁ ପଟ୍ଟାମୁଣ୍ଡାଇ କେନାଲର କେତେକ ସ୍ଥାନ ପୋତି ହେବା ସହ କେତେଜାଗାରେ ଖାଲୁଆ ହେବାରେ ଲାଗିଛି। ଶତାଧିକ ଏକର ଚାଷ ଜମିକୁ ପାଣି ଯିବାରେ ବ୍ୟାଘାତ ସୃଷ୍ଟି ହେଉଛି। କୃଷକଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା କହୁଛନ୍ତି। କିନ୍ତୁ ଯେଉଁ କେନାଲ ପାଣି ଦ୍ୱାରା ଚାଷୀ ଚାଷ କାର୍ଯ୍ୟ କରୁଛନ୍ତି ସେହି କେନାଲ ଖୋଳା ପୋତା ହୋଇ ଭିତରକନିକାକୁ ଗମନାଗମନ ପାଇଁ ନୂତନ ବାଇପାସ୍‌ ରାସ୍ତା ନିର୍ମାଣ ଚାଲିଛି। କେନାଲର ଅଧିକାଂଶ ସ୍ଥାନ ଖୋଳା ହେବା, ପୋତା ହୋଇ ବନ୍ଧ ହେବା ଓ ପଙ୍କ ମାଟି ବ୍ୟବହାର କରାଯିବାରୁ କେନାଲଟି ସମ୍ପୂର୍ଣ୍ଣ ନଷ୍ଟଭ୍ର୍ରଷ୍ଟ ହୋଇଚାଲିଛି। ଫଳରେ ଧୀରେ ଧୀରେ କେନାଲ ସଙ୍କୁଚିତ ହେବା ସହ ପୋତି ହୋଇଯିବାରେ ଲାଗିଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଞ୍ଚଳର ଶତାଧିକ ଚାଷୀଙ୍କ ପରିବାରଙ୍କ ପେଟକୁ ପୂର୍ତ୍ତ ବିଭାଗ ନାତ ମାରୁଛି ବୋଲି କୁଞ୍ଜ ବିହାରୀ ନାୟକ, ସୁରେନ୍ଦ୍ର ପରିଡ଼ା, ଦାଶରଥି ସାହୁ, ଅଜୟ ନାୟକ, ସୁଶାନ୍ତ ସାମଲ, ନରେଶ ଜେନା ପ୍ରମୁଖ ଅଞ୍ଚଳର ଶତାଧିକ ଚାଷୀ ଅଭିଯୋଗ ଆଣିଛନ୍ତି। ସାମାଜିକ କର୍ମୀ ପ୍ରତାପ ପାଢୀ କହିଛନ୍ତି, ବ୍ରିଟିଶ ଅମଳର ଏହି କେନାଲ ନୌବାଣିଜ୍ୟର ସ୍ବତନ୍ତ୍ର ପରିଚୟରେ ଆମଦାନୀଠାରୁ ରପ୍ତାନି ପର୍ଯ୍ୟନ୍ତ ସବୁ କିଛିର ମୁଖ୍ୟ ମାଧ୍ୟମ ଥିଲା। ଏହି କେନାଲ ଓ ଶାଖା ଅଞ୍ଚଳରେ ଥିବା ଜମି ଶସ୍ୟଶ୍ୟାମଳା ହୋଇଉଠୁଥିଲା। ଚାଷଜମିକୁ ଜଳଯୋଗାଣ ବ୍ୟବସ୍ଥା ସୁସଙ୍ଗଠିତ ଓ ସୁନିୟନ୍ତ୍ରିତ ହୋଇପାରିବା ନେଇ ୨୦୧୬ରେ ଦୁଇପାର୍ଶ୍ୱକୁ ପୋତାଯାଇ ଏହାର ଓସାରକୁ କମାଇ ଦିଆଯାଇଥିଲା। ହେଲେ ଏବେ ନୂତନ ବାଇପାସ୍‌ ରାସ୍ତା ନିର୍ମାଣ କରୁଥିବା ଠିକାଦାର ବେଆଇନ ଭାବେ କେନାଲରୁ କେଉଁଠି ମାଟି ଉଠାଇ ତ ଆଉ କେଉଁଠି ମାଟିକୁ ଗଦା କରି କାମ କରୁଛନ୍ତି। ଏବେ ଏହି କେନାଲର ଅଧିକାଂଶ ଜାଗାରେ କେଉଁଠି ଗାତ ହୋଇଛି ତ କେଉଁଠି ଉଚ୍ଚା ରାସ୍ତା ଭଳି ହୋଇରହିଛି। ଫଳରେ କେନାଲରେ ପାଣି ଆସିଲେ ଏବଂ ବର୍ଷା ହେଲେ ମାଟି ବୋହି କେନାଲ ଶଯ୍ୟା ପୋତି ହୋଇ ଜଳଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବ। ଫଳରେ ଚାଷ ଜମି ପଡ଼ିଆ ପଡ଼ିବା ଆଶଙ୍କା ପ୍ରକାଶ ପାଉଛି। ଏ ସମ୍ପର୍କରେ ଜଳସମ୍ପଦ ସହନିର୍ବାହୀ ଯନ୍ତ୍ରୀ ସାହୁଙ୍କୁ ପଚାରିବାରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚିଠି କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?