ପାସେଞ୍ଜର ଟ୍ରେନରେ ୨ଗୁଣା ଭଡ଼ା ଆଦାୟ

ଯାଜପୁର,୩୧(ହର୍ଷବର୍ଦ୍ଧନ ବେହେରା): ରେଳ ବିଭାଗର ପୂର୍ବତଟ ରେଳ ଡିଭିଜନ ପକ୍ଷରୁ ଗତ ୩ା୪ା୨୦୨୧ରୁ ଯାତ୍ରୀଙ୍କଠାରୁ ଦୁଇଗୁଣା ଭଡ଼ା ଆଦାୟ କରାଯାଉଛି। ସମସ୍ତ ପାସେଞ୍ଜର ଓ ମେମୁ ଟ୍ରେନଗୁଡ଼ିକୁ ଦ୍ରୁତଗାମୀ ସ୍ପେଶିଆଲ ଟ୍ରେନ ଘୋଷଣା କରି ଗରିବ, ଖଟିଖିଆ, ରୋଗୀ, ଛାତ୍ରୀଛାତ୍ର, ବରିଷ୍ଠ ନାଗରିକଙ୍କୁ ଶୋଷଣ କରାଯାଉଛି। ସମସ୍ତ ଷ୍ଟେଶନ ଓ ପାସେଞ୍ଜର ହଲ୍‌ଟରେ ଅଟକୁଥିବା ପାସେଞ୍ଜର ଟ୍ରେନରେ ଯାତ୍ରା କଲେ ବି ଦ୍ରୁତଗାମୀ ଟ୍ରେନର ଭଡ଼ା ଦେବାକୁ ପଡୁଛି। ଏପରିକି ଗୋଟିଏ ଷ୍ଟପେଜରୁ ଅନ୍ୟ ଷ୍ଟପେଜକୁ ଯିବାକୁ ସର୍ବନିମ୍ନ ୩୦ଟଙ୍କା ଦ୍ରୁତଗାମୀ ଟ୍ରେନ ଆଳରେ ଭଡ଼ା ଅସୁଲି ହେଉଛି। ଏହାବାଦ୍‌ ମାଲଦା ଟାଉନରୁ ବାଙ୍ଗାଲୁରୁ ଯାଉଥିବା ଅମ୍ରିତ ଭାରତ ଏକ୍ସପ୍ରେସ ଟ୍ରେନକୁ ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନରେ ରହିଣୀ ଦାବି କରି ବନ୍ଦେ ବ୍ୟାସନଗର ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟୁଇଟ୍‌ ଏବଂ ସ୍ପିଡ୍‌ ପୋଷ୍ଟ ଜରିଆରେ ଦାବି କରାଯାଇଛି।
ଉକ୍ତ ଦାବିପତ୍ରରେ ଆହୁରି ଦର୍ଶାଯାଇଛି, ଯାଜପୁର-କେନ୍ଦୁଝର ରୋଡରୁ ଭୁବନେଶ୍ୱର ପର୍ଯ୍ୟନ୍ତ ୨୪ଟି ଷ୍ଟପେଜରେ ଅଟକୁଥିବା ପାସେଞ୍ଜର ଓ ମେମୁ ଟ୍ରେନଗୁଡ଼ିକର ଭଡା ୨୫ ଟଙ୍କା ସ୍ଥାନରେ ୫୦ ଟଙ୍କା ଦ୍ରୁତଗାମୀ ଟ୍ରେନ୍‌ ଭଡ଼ା ଆଦାୟ କରାଯାଉଛି। ଏହି କରୋନା କାଳର ସ୍ବତନ୍ତ୍ର ନିଷ୍ପତ୍ତି ରେଳ ବିଭାଗର ଅନ୍ୟ ଡିଭିଜନଗୁଡ଼ିକରେ ପ୍ରତ୍ୟାହାର ହୋଇଥିଲେ ବି ଏଠାରେ ଗତ ୩ ବର୍ଷ ମଧ୍ୟରେ ଯାତ୍ରୀମାନେ ଶୋଷିତ ହେଉଛନ୍ତି। ଭାରତ ଅମୃତ ମହୋତ୍ସବ ତଥା ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ୩୦ା୧୨ା୨୦୨୩ରେ ୧୬ଟି ସ୍ବତନ୍ତ୍ର ଟ୍ରେନ ଶୁଭାରମ୍ଭ କରିଥିବାବେଳେ ଓଡ଼ିଶା ଦେଇ ଚାଲିଥିବା ଅମ୍ରିତ ଭାରତ ସାପ୍ତାହିକ ଟ୍ରେନ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନରେ ରହଣୀ ନାହିଁ। ଏହି ଷ୍ଟେଶନ ୧୯୯୬ରୁ ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳବାସୀଙ୍କୁ ସେବା ଦେଇ ଆସୁଥିବାବେଳେ ଏହା ରେଳଯାତ୍ରୀମାନଙ୍କୁ ଅସନ୍ତୋଷ କରିଛି। ତେଣୁ ଏହି ଷ୍ଟେଶନର ପରାମର୍ଶଦାତା ପରିଷଦର ଭାଗିରଥି ଆଚାର୍ଯ୍ୟ, ବିଦ୍ୟାଧର ପଲାର, ବ୍ରଜବାହୁ ସୀମାନ୍ତ କେଶରୀ ସାମଲ, ପବିତ୍ର ମୋହନ ସାହୁ, ଶିବରଞ୍ଜନ ମସକରା, ଅକ୍ଷୟ କୁମାର ପଣ୍ଡା. ଏସ୍‌.ମଜୁବୁର ରହମାନ ଉପରୋକ୍ତ ଦାବିଗୁଡିକୁ ତୁରନ୍ତ ସମାଧାନ କରିବାକୁ ଟୁଇଟ୍‌, ଇ-ମେଲ ଓ ସ୍ପିଡ୍‌ପୋଷ୍ଟ ଜରିଆରେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?