ବ୍ରାଜିଲ ରାଷ୍ଟ୍ରପତିଙ୍କ ହିପ୍ ସର୍ଜରୀ ସଫଳ, ମଙ୍ଗଳବାର ସୁଦ୍ଧା ହସ୍ପିଟାଲରୁ ହେବେ ଡିସଚାର୍ଜ
ବ୍ରାସିଲିଆ,୧।୧୦: ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କ ହିପ୍ ସର୍ଜରୀ ସଫଳ ହୋଇଛି। ହିପ୍ ସର୍ଜରୀ ପରେ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରମାନେ କହିଛନ୍ତି। ଡାକ୍ତର କହିଛନ୍ତି, ଶନିବାର ସକାଳେ ଫିଜିଓଥେରାପି ଆରମ୍ଭ ହୋଇଥିଲା। ରିପୋର୍ଟ ଅନୁଯାୟୀ,…
ଆମେରିକାରେ ଶଟ୍ଡାଉନର ଭୟ ଟଳିଲା, ଫଣ୍ଡିଂ ବିଲ୍କୁ ମଞ୍ଜୁରୀ ଦେଲେ ପ୍ରତିନିଧିସଭା
ଓ୍ବାଶିଂଟନ,୧।୧୦: ଆମେରିକାରେ ଅକ୍ଟୋବର ୧ ଅର୍ଥାତ୍ ରବିବାରରୁ ଶଟ୍ଡାଉନ ହେବାର ଆଶଙ୍କା ପ୍ରାୟ ଟଳିଛି। ଆମେରିକାର ସଂସଦର ନିମ୍ନ ସଦନ ପ୍ରତିନିଧିସଭା ସଂଘୀୟ ସରକାରଙ୍କୁ ୪୫ ଦିନର ଫଣ୍ଡିଂ ପାଇଁ ଉପସ୍ଥାପିତ ହୋଇଥିବା ବିଲ୍କୁ ମଞ୍ଜୁରୀ ଦେଇଛନ୍ତି। ପ୍ରତିନିଧିସଭା ବୁଝାମଣା ଫଣ୍ଡ୍…
ଆଜିଠୁୁ ଅନ୍ଲାଇନ ଗେମିଂ ମହଙ୍ଗା
ଭୁବନେଶ୍ୱର ,୧।୧୦ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଅନ୍ଲାଇନ ଗେମିଂର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଭାରତରେ ପ୍ରଚଳିତ ଏବଂ କାର୍ଯ୍ୟକ୍ଷମ ଅନ୍ଲାଇନ ଗେମିଂ ପ୍ଲାଟ୍ଫର୍ମ (କମ୍ପାନୀ)ଗୁଡିକ ସରକାରଙ୍କୁ କୌଣସି ପ୍ରକାର ଟିକସ ଦେଉ ନ ଥିବାବେଳେ କୋଟି କୋଟି…
ମହମ୍ମଦ ମୁଇଜ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ ନିର୍ବାଚିତ
ମାଲେ,୧।୧୦: ବିରୋଧୀ ପ୍ରାର୍ଥୀ ମହମ୍ମଦ ମୁଇଜ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ପୋଗ୍ରେସିଭ୍ ପାର୍ଟି ଅଫ ମାଲଦ୍ୱୀପ (ପିପିଏମ)ର ପ୍ରାର୍ଥୀ ମୁଇଜ ଭାରତ ସମର୍ଥକ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ହରାଇଛନ୍ତି। ମୁଇଜ ବର୍ତ୍ତମାନ ଦେଶର ରାଜଧାନୀ ମାଲେ ସହରର…
ସ୍ବଚ୍ଛତା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ
ନୂଆଦିଲ୍ଲୀ,୧।୧୦: ସାରା ଦେଶରେ ଲୋକ ରବିବାର ପୂର୍ବାହ୍ନ ୧୦ଟାରୁ ସ୍ବଚ୍ଛତା ଅଭିଯାନରେ ଅଂଶଗ୍ରହଣ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅଭିଯାନ ଗାନ୍ଧୀ ଜୟନ୍ତୀର ପୂର୍ବରୁ ସନ୍ଧ୍ୟାରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ…
କପେ କଫି ଆଣେ ଫୂର୍ତ୍ତି
କପେ କଫି ପିଇବା ଦ୍ୱାରା ମନରେ ଫୂର୍ତ୍ତି ଆସିଥାଏ। ତେଣୁ ଲୋକେ କଫି ପିଇବାକୁ ପସନ୍ଦ କରିଥା’ନ୍ତି। କଫିର ଇତିହାସ ବହୁ ପୁରୁଣା। ପ୍ରଥମେ ୧୬୫୧ ମସିହାରେ ବ୍ରିଟେନ୍ରେ ପ୍ରଥମ କଫି ଦୋକାନ ଖୋଲିଥିଲା। ସେତେବେଳେ ପୁରୁଷମାନେ ଅଧିକ ସଂଖ୍ୟାରେ କଫି…
୨ ଆତଙ୍କବାଦୀ ନିହତ
ଶ୍ରୀନଗର,୧ା୧୦(ପି.ଟି.): ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଶନିବାର ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ କରିଦେଇଛନ୍ତି। ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ କହିଛି। ଜିଲାର ମଚିଲ ସେକ୍ଟର ଅନ୍ତର୍ଗତ କୁମକାଡ଼ିଠାରେ…
ବାଇକ୍ ଆରୋହୀଙ୍କୁ ପିଟି ମାରିଦେଲେ
ଜୟପୁର,୧ା୧୦: ରାଜସ୍ଥାନର ଜୟପୁରରେ ଦୁଇଟି ମୋଟରସାଇକେଲ ମଧ୍ୟରେ ଧକ୍କାରୁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ଦୁର୍ଘଟଣା ପରେ କେତେଜଣ ଲୋକ ଜଣେ ବାଇକ୍ ଆରୋହୀଙ୍କୁ ପିଟି ମାରିଦେଇଥିଲେ। ଏହାକୁ ନେଇ ଜୟପୁରର ରାମଗଞ୍ଜ ଓ ପାଖ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି।…
ସିବିଡିଟି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବଢ଼ିଲା
ନୂଆଦିଲ୍ଲୀ,୧ା୧୦(ପି.ଟି.): କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ନୀତିନ ଗୁପ୍ତାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ୯ ମାସ ବଢ଼ାଇଛନ୍ତି। ୧୯୮୬ ବ୍ୟାଚ୍ର ଏହି ଭାରତୀୟ ରାଜସ୍ବ ସେବା (ଆଇଆର୍ଏସ୍) ଅଧିକାରୀଙ୍କର ଶନିବାର ଅବସର ଗ୍ରହଣ କରିବାର ଥିଲା। ଆୟକର ବିଭାଗରେ…
ବର୍ଷାରେ ଭାସିଲା ନ୍ୟୁୟର୍କ ସହର
ନ୍ୟୁୟର୍କ,୧ା୧୦: ଆମେରିକାର ନ୍ୟୁୟର୍କରେ ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବାବେଳେ ମେଟ୍ରୋପଲିଟାନ୍ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ବିଭିନ୍ନ ରାସ୍ତାରେ ଅଣ୍ଟାଏ ଉଚ୍ଚରେ ପାଣି ଚାଲୁଥିବାରୁ ଯାତାୟାତ ଠପ୍ ହୋଇଯାଇଛି। ରେଳଲାଇନଗୁଡ଼ିକ ମଧ୍ୟ ବର୍ଷପାଣିରେ ବୁଡ଼ିଯାଇଛି। ଅଟ୍ଟାଳିକାଗୁଡ଼ିକର ବେସ୍ମେଣ୍ଟ ବୁଡ଼ିଯାଇଛି। ସହରର ଲାଗୌର୍ଡିଆ…
ଆମେରିକା ପ୍ରତିରକ୍ଷା, ବାଣିଜ୍ୟ ସଚିବଙ୍କୁ ଭେଟିଲେ ଜୟଶଙ୍କର
ଓ୍ବାଶିଂଟନ,୧ା୧୦: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପେଣ୍ଟାଗନରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ ଏବଂ ବାଣିଜ୍ୟ ସଚିବ ଗିନା ରାଇମଣ୍ଡୋଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବଢ଼ାଇବା…
ମଣିପୁରରେ ଥମୁନି ଉତ୍ତେଜନା
ଇମ୍ଫାଲ,୧ା୧୦: ମଣିପୁରରେ ଜାତିଆଣ ହିଂସାକୁ ୫ ମାସ ବିତିଥିଲେ ମଧ୍ୟ ଉତ୍ତେଜନା ଥମିବା ନାଁ ନେଉନାହିଁ। ଦୁଇଜଣ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନେଇ ହତ୍ୟା କରିବା ଘଟଣାରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟପାଳ ଅନସ୍ବୟା ଉଇକେ ମୃତ…
Archives


