୧୦ ଲକ୍ଷ ଟଙ୍କାର ନକଲି ପ୍ରସାଧନ ସାମଗ୍ରୀ ଜବତ
ବ୍ରହ୍ମପୁର,୩୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଲାକ୍ମି ବ୍ରାଣ୍ଡ କମ୍ପାନୀର ନକଲି ପ୍ରସାଧନ ସମାଗ୍ରୀ ବିକ୍ରି ହେଉଥିବା ନେଇ ହିନ୍ଦୁସ୍ତାନ ଲିଭର୍ କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଶନିବାର ବଡ଼ବଜାର ଏବଂ ଟାଉନ୍ ଥାନା ପୋଲିସ ପକ୍ଷରୁ ଏକାଧିକ ସ୍ଥାନରେ…
ସବ୍ଇନ୍ସପେକ୍ଟର ସ୍ତରରେ ଅଦଳବଦଳ
କେନ୍ଦୁଝର,୩୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ସବ୍ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ଏସ୍ଆଇ ତରଣୀସେନ ବାଘ ଢେଙ୍କିକୋଟ ଫାଣ୍ଡିରୁ ରୁଗୁଡ଼ି ଥାନା, ସିଲୁ ମଲ୍ଲିକ ମୁଖ୍ୟାଳୟରୁ ଟାଉନ ଥାନା, ଦ୍ୱାରିକାନାଥ ସେଠୀ ଆନନନ୍ଦପୁରରୁ ହରିଚନ୍ଦନପୁର ଥାନାକୁ, ଅଗଷ୍ଟ ସ୍ବାଧୀନ ସେଠୀ ବାମେବାରୀରୁ…
ସାନ୍ତାଳୀ-ଓଡ଼ିଆ-ଇଂରାଜୀ ଶବ୍ଦକୋଷ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୯(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ନବୀନ ନିବାସଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡ଼ିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି। ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ୨୧ଟି…
ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲା: ସ୍ବାସ୍ଥ୍ୟକେନ୍ଦ୍ର କିରାଣି, ସ୍ତ୍ରୀଙ୍କୁ ୨ ବର୍ଷ ଜେଲ୍
ବ୍ରହ୍ମପୁର,୩୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଅରୁଣ କୁମାର ସାହୁ ଶନିବାର ଏକ ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର କିରାଣି ଓ ତାଙ୍କ ସ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।…
ପୁଣି ଦମ୍ ଦେଖାଇବେ ସନ୍ନି
ମୁମ୍ବାଇ: ଫିଲ୍ମ ‘ଗଦର-୨’ ମାଧ୍ୟମରେ ବଡ଼ ପରଦାକୁ ପ୍ରତ୍ୟାବର୍ତ୍ତନ କରି ସନ୍ନି ଦେଓଲ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଅତୀତରେ ‘ଗଦର -୨’ ବିଷୟରେ ସନ୍ନିଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ଅଭିନେତାଙ୍କ ଆଗାମୀ ଫିଲ୍ମ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହୀ…
ବର୍ଷା ଧୋଇଦେଲା ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍
ଗୁଆହାଟି,୩୦।୯: ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଓ୍ବାର୍ମଅପ୍ ମ୍ୟାଚ୍ରେ ବାତିଲ ହୋଇଛି। ଶନିବାର ଖେଳାଯିବାକୁ ଥିବା ଏହି ମୁକାବିଲାରେ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବର୍ଷା ହେବା କାରଣରୁ ନିର୍ଦ୍ଧାରିତ…
୨୦୨୩ ବିଶ୍ୱକପ୍ ମୋର ଅନ୍ତିମ ବିଶ୍ୱକପ୍ ହୋଇପାରେ: ଅଶ୍ୱିନ
ନୂଆଦିଲ୍ଲୀ,୩୦।୯: ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍। ଏଥିଲାଗି ସମସ୍ତ ଟିମ୍ ଦଳ ଘୋଷଣା କରିସାରିଥିବା ବେଳେ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅକ୍ଷର ପଟେଲ ଆହତ ହେବା…
ବଳାତ୍କାରୀଙ୍କୁ ୭ ବର୍ଷ ଜେଲ୍ଦଣ୍ଡାଦେଶ
କେନ୍ଦୁଝର,୩୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଫାଷ୍ଟ୍ ଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ବଳାତ୍କାର ମାମଲାର ଶୁଣାଣି କରି ରାଜେନ୍ଦ୍ର ଦେହୁରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଓ ୫ ହଜାର ଟଙ୍କା ଫାଇନ…
୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ସମୟସୀମା ବଢ଼ାଇଲା ଆର୍ବିଆଇ, ଜାଣନ୍ତୁ କେବେ ଯାଏ…
ନୂଆଦିଲ୍ଲୀ,୩୦।୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ଏବଂ ବ୍ୟାଙ୍କରେ ଜମା କରିବାର ସମୟସୀମାକୁ ବୃଦ୍ଧି କରିଛି। ପୂର୍ବ ଘୋଷଣା ମୁତାବକ ୨୦୨୩ ସେପ୍ଟେମ୍ବର ୩୦ ଏହାର ଶେଷ ତାରିଖ ଥିବା ବେଳେ ଏବେ ଏହାକୁ ୨୦୨୩ ଅକ୍ଟୋବର…
ପିଓକେରେ ସରକାର ବିରୋଧୀ ପ୍ରଦର୍ଶନ, ବିଜୁଳି ବିଲ୍କୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ
ଇସଲାମାବାଦ,୩୦।୯: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ପ୍ରଥମେ ମହଙ୍ଗା ମାଡ଼ ପରେ ଏବେ ବିଜୁଳି ବିଲ୍କୁ ନେଇ ପାକିସ୍ତାନ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ଲୋକେ। ଏପରିକି ସେମାନେ ବିଜୁଳି ଦେୟ ନଦେବା ଲାଗି ସ୍ଥିର କରି ବିଲ୍କୁ…
ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୯(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର…
ତୋଟାରୁ ମିଳିଲା ନରକଙ୍କାଳ
ବିଷମକଟକ,୩୦ା୯(ବିଭୂତି ନାୟକ): ରାୟଗଡ଼ା ଜିଲା ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମ ୧୨ ବଖରା ଅଞ୍ଚଳର ନୀଳଗିରି ତୋଟାରେ ଏକ ନର କଙ୍କାଳ ଠାବ କରିଛି ପୋଲିସ। ଏହି ନରକଙ୍କାଳ ନିର୍ଗୁଣ୍ଡି ଗ୍ରାମର ସ୍ବାମ ମାଣ୍ଡିକାର ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି। ତେବେ…
Archives


