ଆବର୍ଜନାରେ ଭର୍ତ୍ତି ବିଜିପୁର ପୋଖରୀ ତୁଠ

ବ୍ରହ୍ମପୁର,୩୧।୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ମୁକ୍ତା ଯୋଜନାରେ ସହରର ଜଳାଶୟଗୁଡିକର ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ଥିବା ୪୮ଟି ପୋଖରୀକୁ ଆମ ପୋଖରୀରେ ସାମିଲ କରାଯାଇଛି। ସେଥିମଧ୍ୟରୁ ୩୧ଟି ପୋଖରୀର ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ ପାଇଁ ଗତ ଡିସେମ୍ବର ୧୩ ତାରିଖରେ ୮୦ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୩୯ କୋଟି ୪୨ ଲକ୍ଷ ୪୯ ହଜାର ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି। ଆଗାମୀ ଦିନରେ ଆଉ ୧୭ଟି ପୋଖରୀର ସାୈନ୍ଦର୍ଯ୍ୟକରଣ ପାଇଁ ଯୋଜନା ରହିଛି। ବହୁ ପୁରାତନ ବିଜିପୁର ପୋଖରୀର ସାୈନ୍ଦର୍ଯ୍ୟକରଣ ଓ ବୋଟିଂ ବ୍ୟବସ୍ଥା କରାଯିବା ଯୋଜନା ଥିବା ଗତ ୧ ତାରିଖରେ ବିଇଏମସି କମିଶନର ଜେ. ସୋନାଲ ସୂଚନା ଦେଇଥିଲେ। ଏହାକୁ ସାଧାରଣରେ ସ୍ବାଗତ କରାଯାଇଛି। କିନ୍ତୁ କାର୍ଯ୍ୟ ବିଳମ୍ବ କାରଣରୁ ବର୍ତ୍ତମାନ ପୋଖରୀ ତୁଠଗୁଡିକ କୁଢ କୁଢ ଆବର୍ଜନାରେ ଭର୍ତ୍ତି ହୋଇଛି। ଏହାକୁ ସଫେଇ ଦିଗରେ ନିଗମ ପକ୍ଷରୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ପୋଖରୀ ପାର୍ଶ୍ୱ ରାସ୍ତା ମରାମତି ସାଙ୍ଗକୁ ଡ୍ରେନେଜ କାର୍ଯ୍ୟ ମଧ୍ୟ ଜାରି ରହିଛି। ବିଶେଷକରି ସ୍ଥାନୀୟ ବାସିନ୍ଦାଙ୍କଠାରୁ ଆରମ୍ଭ କରି ରିକ୍ସା ଚାଳକ ଓ ସାଧାରଣ ପଥଚାରୀ ମାନେ ଏହି ପୋଖରୀ ଉପରେ ବହୁଳ ଭାବେ ନିର୍ଭର କରିଥାନ୍ତି। କିନ୍ତୁ ପୋଖରୀର ସ୍ଥିତି ଏଭଳି ଥିବା କାରଣରୁ ବର୍ତ୍ତମାନ ତାହା ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ତୁଠରୁ ଆବର୍ଜନା ସଫେଇ ହେଉ ନ ଥିବା କାରଣରୁ ଗୃହ ପାଳିତ ପ୍ରାଣୀଗୁଡିକୁ ପୋଖରୀରେ ପଡି ମୃତ୍ୟୁବରଣ କରିବା ନେଇ ଆଶଙ୍କା ଦେଖାଦେଇଛି। ଅନ୍ୟପଟେ ପୋଖରୀ ତୁଠରେ ଆବର୍ଜନା ଜମି କାରଣରୁ ସ୍ଥାନୀୟ ବାସିନ୍ଦା ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ ଉକ୍ତ ପାଣିକୁ ବ୍ୟବହାର କରିପାରୁ ନାହାନ୍ତି। ଏ ନେଇ ନିଗମର ନିର୍ବାହୀ ଯନ୍ତ୍ରୀ ଇଂ ଲଳିତ ମୋହନ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି, କାର୍ଯ୍ୟ ଆରମ୍ଭ ନେଇ ସମସ୍ତ ପ୍ରକ୍ରିୟା ସରିଛି। ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। କିନ୍ତୁ ସାୈନ୍ଦର୍ଯ୍ୟକରଣ ପୂର୍ବରୁ ବର୍ତ୍ତମାନ ପୋଖରୀ ତୁଠରେ ପଡି ରହିଥିବା ଆବର୍ଜନାକୁ ସଫେଇ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୦୪-୨୦୦୫ରେ ବ୍ରହ୍ମପୁର ପାୈର ପାଳିକା ସମୟରେ ବିଜିପୁର ପୋଖରୀରେ ବୋଟିଂ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ କାୈଣସି କାରଣରୁ ତାହା ବନ୍ଦ ହେବା ସହ ପୋଖରୀର ସାୈନ୍ଦର୍ଯ୍ୟକରଣ ମଧ୍ୟ ଭୁଶୁଡି ପଡିଥିଲା। ଏହାପରେ ୨୦୧୫-୧୬ରେ ୮ଲକ୍ଷ ୧୧ହଜାର ୭୫୯ ଟଙ୍କା, ୨୦୧୮-୨୦୧୯ରେ ୨୧ ଲକ୍ଷ ୯୨ ହଜାର ଓ ୨୦୨୦-୨୧ରେ ୫୬ ଲକ୍ଷ ୭୯ ହଜାର ୮୪୫ ଟଙ୍କା ପୋଖରୀ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?