Odisha Elections 2024

ଆବର୍ଜନାରେ ଭର୍ତ୍ତି ବିଜିପୁର ପୋଖରୀ ତୁଠ

ବ୍ରହ୍ମପୁର,୩୧।୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ମୁକ୍ତା ଯୋଜନାରେ ସହରର ଜଳାଶୟଗୁଡିକର ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ଥିବା ୪୮ଟି ପୋଖରୀକୁ ଆମ ପୋଖରୀରେ ସାମିଲ କରାଯାଇଛି। ସେଥିମଧ୍ୟରୁ ୩୧ଟି ପୋଖରୀର ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ ପାଇଁ ଗତ ଡିସେମ୍ବର ୧୩ ତାରିଖରେ ୮୦ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୩୯ କୋଟି ୪୨ ଲକ୍ଷ ୪୯ ହଜାର ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି। ଆଗାମୀ ଦିନରେ ଆଉ ୧୭ଟି ପୋଖରୀର ସାୈନ୍ଦର୍ଯ୍ୟକରଣ ପାଇଁ ଯୋଜନା ରହିଛି। ବହୁ ପୁରାତନ ବିଜିପୁର ପୋଖରୀର ସାୈନ୍ଦର୍ଯ୍ୟକରଣ ଓ ବୋଟିଂ ବ୍ୟବସ୍ଥା କରାଯିବା ଯୋଜନା ଥିବା ଗତ ୧ ତାରିଖରେ ବିଇଏମସି କମିଶନର ଜେ. ସୋନାଲ ସୂଚନା ଦେଇଥିଲେ। ଏହାକୁ ସାଧାରଣରେ ସ୍ବାଗତ କରାଯାଇଛି। କିନ୍ତୁ କାର୍ଯ୍ୟ ବିଳମ୍ବ କାରଣରୁ ବର୍ତ୍ତମାନ ପୋଖରୀ ତୁଠଗୁଡିକ କୁଢ କୁଢ ଆବର୍ଜନାରେ ଭର୍ତ୍ତି ହୋଇଛି। ଏହାକୁ ସଫେଇ ଦିଗରେ ନିଗମ ପକ୍ଷରୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ପୋଖରୀ ପାର୍ଶ୍ୱ ରାସ୍ତା ମରାମତି ସାଙ୍ଗକୁ ଡ୍ରେନେଜ କାର୍ଯ୍ୟ ମଧ୍ୟ ଜାରି ରହିଛି। ବିଶେଷକରି ସ୍ଥାନୀୟ ବାସିନ୍ଦାଙ୍କଠାରୁ ଆରମ୍ଭ କରି ରିକ୍ସା ଚାଳକ ଓ ସାଧାରଣ ପଥଚାରୀ ମାନେ ଏହି ପୋଖରୀ ଉପରେ ବହୁଳ ଭାବେ ନିର୍ଭର କରିଥାନ୍ତି। କିନ୍ତୁ ପୋଖରୀର ସ୍ଥିତି ଏଭଳି ଥିବା କାରଣରୁ ବର୍ତ୍ତମାନ ତାହା ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ତୁଠରୁ ଆବର୍ଜନା ସଫେଇ ହେଉ ନ ଥିବା କାରଣରୁ ଗୃହ ପାଳିତ ପ୍ରାଣୀଗୁଡିକୁ ପୋଖରୀରେ ପଡି ମୃତ୍ୟୁବରଣ କରିବା ନେଇ ଆଶଙ୍କା ଦେଖାଦେଇଛି। ଅନ୍ୟପଟେ ପୋଖରୀ ତୁଠରେ ଆବର୍ଜନା ଜମି କାରଣରୁ ସ୍ଥାନୀୟ ବାସିନ୍ଦା ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ ଉକ୍ତ ପାଣିକୁ ବ୍ୟବହାର କରିପାରୁ ନାହାନ୍ତି। ଏ ନେଇ ନିଗମର ନିର୍ବାହୀ ଯନ୍ତ୍ରୀ ଇଂ ଲଳିତ ମୋହନ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି, କାର୍ଯ୍ୟ ଆରମ୍ଭ ନେଇ ସମସ୍ତ ପ୍ରକ୍ରିୟା ସରିଛି। ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। କିନ୍ତୁ ସାୈନ୍ଦର୍ଯ୍ୟକରଣ ପୂର୍ବରୁ ବର୍ତ୍ତମାନ ପୋଖରୀ ତୁଠରେ ପଡି ରହିଥିବା ଆବର୍ଜନାକୁ ସଫେଇ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୦୪-୨୦୦୫ରେ ବ୍ରହ୍ମପୁର ପାୈର ପାଳିକା ସମୟରେ ବିଜିପୁର ପୋଖରୀରେ ବୋଟିଂ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ କାୈଣସି କାରଣରୁ ତାହା ବନ୍ଦ ହେବା ସହ ପୋଖରୀର ସାୈନ୍ଦର୍ଯ୍ୟକରଣ ମଧ୍ୟ ଭୁଶୁଡି ପଡିଥିଲା। ଏହାପରେ ୨୦୧୫-୧୬ରେ ୮ଲକ୍ଷ ୧୧ହଜାର ୭୫୯ ଟଙ୍କା, ୨୦୧୮-୨୦୧୯ରେ ୨୧ ଲକ୍ଷ ୯୨ ହଜାର ଓ ୨୦୨୦-୨୧ରେ ୫୬ ଲକ୍ଷ ୭୯ ହଜାର ୮୪୫ ଟଙ୍କା ପୋଖରୀ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲାରେ ୭୫.୯୭ ପ୍ରତିଶତ ମତଦାନ: ଭଟଲିରେ ସର୍ବାଧିକ, ଅତାବିରାରେ ସର୍ବନିମ୍ନ

ବରଗଡ଼,୨୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ମତଦାନ ପ୍ରକ୍ରିୟା ସରିଛି । ଖରା,ତ ାତି ସତ୍ତ୍ବେ ମତଦାନ କେନ୍ଦ୍ର ଗୁଡିକରେ ଏଥର...

ମୁଖ୍ୟମନ୍ତ୍ରୀ ଜଣେ, ଶାସନ ଚଳାଉଛନ୍ତି ଅନ୍ୟ ଜଣେ

କୁଚିଣ୍ଡା,୨୧ା୫(ବିରଞ୍ଚତ୍ ଦର୍କା):ବିଜେଡି ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ। ହେଲେ ତାଙ୍କୁ ମୋହାରା କରି କାର୍ତ୍ତିକ ପାଣ୍ଡିଆନ ସରକାର ଚଳାଉଛନ୍ତି। ଏଭଳି ସରକାରକୁ ହଟାଇବାକୁ ପଡ଼ିବ। ଏଥର...

ଗୋଟିଏ ଇଆଡ଼େ, ଆଉ ଗୋଟେ ସିଆଡ଼େ

ସମ୍ବଲପୁର/ରେଙ୍ଗାଲିରୁ,୨୧ା୫ (ଅନିଲ ଦାସ):ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସମ୍ବଲପୁର ସମେତ ୫ ଲୋକ ସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀମାନେ...

ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ମାଲକାନଗିରି, ୨୧ା୫ (ଦୁର୍ଯ୍ୟୋଧନ ପାତ୍ର):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ମାଲକାନଗିରି ଜିଲାର ପୂର୍ବତନ ମୃତ୍ତିକା...

ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୨୧ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପାଇଁ ଦିଲୀପ ବହୁତ ଉତ୍ସାହିତ ଥିଲା। ଭୋଟ ଦେବା ପାଇଁ ସେ ଉତ୍କଣ୍ଠାର ସହ ୨୦ ତାରିଖକୁ ଅପେକ୍ଷା କରିଥିଲା। ହେଲେ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri