୧୧୦ କେଜିର ସାମୁଦ୍ରିକ କଉ ୨୫ ହଜାରରେ ବିକ୍ରି
ଭୋଗରାଇ,୪ା୧୦(ପ୍ରଦୀପ ଦାସ)ପାରାଦ୍ୱୀପ ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର କଉ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ଟ୍ରଲର ମାଲିକ ଏହି ମାଛକୁ ଦୀଘା ମୁହାଣ ମାଛ ମାର୍କେଟକୁ ମଙ୍ଗଳବାର ସକାଳେ ବିକ୍ରି ପାଇଁ ଆଣିଥିଲେ। ଦୀଘା ମାଛ ମାର୍କେଟରେ ଉକ୍ତ ମାଛକୁ…
ଅବସର ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର
କଟକ,୪ା୧୦ (କାର୍ତ୍ତିକ ସାହୁ)ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ହାଇକୋର୍ଟର ବରିଷ୍ଠ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ବୁଧବାରଠାରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ଭାରତ ସରକାରଙ୍କ ଆଇନ ଓ ନ୍ୟାୟ…
‘କର୍କଟ ରୋଗୀଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ’
ଭୁବନେଶ୍ୱର, ୪।୧୦(ଅସମାପିକା ସାହୁ)ଜଟଣୀ ନାଇଜର କ୍ୟାମ୍ପସରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉକ୍ତ ହସ୍ପିଟାଲରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ସହ ଗବେଷଣା…
ବଢ଼ିଲା ଯାଜପୁର ଜିଲା ହସ୍ପିଟାଲ ଶଯ୍ୟାସଂଖ୍ୟା
ଭୁବନେଶ୍ୱର, ୪।୧୦(ଅସମାପିକା ସାହୁ)ଜନସାଧାରଣଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ବୃଦ୍ଧି କରିଛନ୍ତି। ୩୩୦ରୁ ୪୨୦କୁ ଶଯ୍ୟା ସଂଖ୍ୟା ବଢ଼ାଯାଇଛି। ଏ ନେଇ ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର…
୩ ଜଣଙ୍କୁ ଗୁଳିକରି ହତ୍ୟା
ବ୍ୟାଙ୍କକ୍,୪ା୧୦: ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ସ୍ଥିତ ଏକ ବଡ଼ ଶପିଙ୍ଗ୍ ମଲ୍ରେ ମଙ୍ଗଳବାର ଗୁଳିକାଣ୍ଡରେ ୩ ଜଣ ନିହତ ହୋଇଛନ୍ତି। ଏଥିରେ ଅନ୍ୟ ୬ ଆହତ ହୋଇଛନ୍ତି। ପୋଲିସ ସମ୍ପୃକ୍ତ ବନ୍ଧୁକଧାରୀଙ୍କୁ ଗିରଫ କରିଛି। ତାଙ୍କ ବୟସ ମାତ୍ର ୧୪ ବର୍ଷ। କେନ୍ଦ୍ରସ୍ଥଳରେ…
୧୦୭ ଏମ୍ପି, ବିଧାୟକଙ୍କ ନାଁରେ ମାମଲା
ନୂଆଦିଲ୍ଲୀ,୪ା୧୦(ପି.ଟି.): ଦେଶର ୧୦୭ ପାର୍ଲାମେଣ୍ଟ ସଦସ୍ୟ (ଏମ୍ପି) ଏବଂ ବିଧାୟକଙ୍କ ନାମରେ ଘୃଣା ମନ୍ତବ୍ୟ ମାମଲା ରୁଜୁ ହୋଇଛି। ସେହିପରି ଗତ ୫ ବର୍ଷ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୪୮୦ ଜଣ ପ୍ରାର୍ଥୀଙ୍କ ବିରୋଧରେ ମଧ୍ୟ ଅନୁରୂପ ମାମଲା ହୋଇଥିବା ନିର୍ବାଚନୀ…
ସିରମର ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍ଓର ବ୍ୟବହାର ଅନୁମତି
ପୁଣେ, ୪ା୧୦: ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ମିଳିତ ଭାବେ ବିକଶିତ ହୋଇଥିବା ମ୍ୟାଲେରିଆ ଟିକା (R21/Matrix-M)କୁ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)। ଏହି ଟିକା ସମ୍ପର୍କରେ ଆବଶ୍ୟକ…
ଶିରିପୁରରୁ କାର୍ ମାଲିକ ଗିରଫ
ଭୁବନେଶ୍ୱର,୪।୧୦(ସତ୍ୟଜିତ୍ ରାଉତ)ରାଜଧାନୀରେ ହିଟ୍ ଆଣ୍ଡ୍ ରନ୍ ଘଟଣାର ୩ ଦିନ ପରେ ମଙ୍ଗଳବାର କମିଶନରେଟ୍ ପୋଲିସ ହାତରେ ଅଭିଯୁକ୍ତ କାର୍ ମାଲିକ ବିକାଶ ପାଲ୍ (୨୬) ଧରାପଡ଼ିଛନ୍ତି। ସେ କଟକ ଜିଲା ଆଠଗଡ଼ସ୍ଥିତ ସମ୍ପର୍କୀୟଙ୍କ ଘରୁ ଫେରି ନିଜ ଘରକୁ ଯାଉଥିବାବେଳେ…
ପୌର ଦୁର୍ନୀତି ପ୍ରମୁଖ ଅଭିଯୁକ୍ତ ଗିରଫ
ଢେଙ୍କାନାଳ,୪ା୧୦(ରତନ ନାୟାର)ଢେଙ୍କାନାଳ ପୌର ସଂସ୍ଥାରେ ୭୭ ଲକ୍ଷ ୯୪ ହଜାର ୭୦୯ ଟଙ୍କା ଦୁର୍ନୀତିର ପ୍ରମୁଖ ଅଭିଯୁକ୍ତ ସହକାରୀ ଟ୍ୟାକ୍ସ କଲେକ୍ଟର ସନ୍ତୋଷ କୁମାର ରାଉଳ ଗିରଫ ହୋଇଛନ୍ତି। ଗତ ୧ ତାରିଖରେ କଟକ ଭିଜିଲାନ୍ସ ବିଭାଗ ତାଙ୍କୁ ହାଇଦ୍ରାବାଦସ୍ଥିତ ଜଣେ…
ଦିଅର ଗୁଳିମାଡ଼ରେ ଭାଉଜ ଗୁରୁତର
ଲୋଇସିଂହା, ୪।୧୦ (ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଆଗଲପୁର ଥାନା ଅନ୍ତର୍ଗତ ନୁନିଆପାଲି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ସୋମବାର ସନ୍ଧ୍ୟାରେ ଦିଅର ଗୁଳିମାଡରେ ଭାଉଜ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ମହିଳା ସନ୍ତୋଷିନୀ ବର୍ଗେ(୫୦)ଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି…
୭ ବର୍ଷରେ ମଲେଣି ୫୫ ବାଘ
ଭୁବନେଶ୍ୱର, ୪।୧୦(ଅସମାପିକା ସାହୁ)ରାଜ୍ୟରେ ୨୦୧୫-୧୬ଠାରୁ ୨୦୨୩ ସେପ୍ଟେମ୍ବର ୨୫ ତାରିଖ ମଧ୍ୟରେ ୬୯୮ ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ୪୮ କଲରାପତରିଆ ବାଘ ଓ ୭ଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ…
କିଛି ଲୋକ ସାମ୍ବାଦିକତାକୁ ସମ୍ପତ୍ତି କରିବାକୁ ଚେଷ୍ଟା କରୁଛନ୍ତି: ଅନୁରାଗ
ଭୁବନେଶ୍ୱର,୪।୧୦(ଶର୍ମିଷ୍ଠା ପାଣିଗ୍ରାହୀ)ଗାନ୍ଧିଜୀ ସାମ୍ବାଦିକତାକୁ ସେବାର ମାଧ୍ୟମ ମାନୁଥିଲେ। ଏବେ କିଛି ଲୋକ ଏହାକୁ ସମ୍ପତ୍ତି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ସେମାନଙ୍କୁ ଗାନ୍ଧୀଙ୍କ କଥା ମନେପକାଇଦେବାକୁ ଚାହୁଁଛି। ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ ସମାଜରେ ବହୁତ କ୍ଷତି ପହଞ୍ଚାଇଥାଏ ବୋଲି…
Archives


