ଇଣ୍ଟରନେଟ ବ୍ୟବହାର ଦ୍ୱାରା ଶରୀର ଉପରେ ପଡୁଛି ଭଲ ପ୍ରଭାବ !…

ଲଣ୍ଡନ,୩।୨ : ଇଣ୍ଟରନେଟ ହେଉଛି ଆଧୁନିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଶ୍ୱବ୍ୟାପୀ ବହୁ ଲୋକ ବିଭିନ୍ନ ଉଦ୍ଦେଶ୍ୟରେ ଦିନରାତି ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ଇଣ୍ଟରନେଟ ବ୍ୟବହାର କରିବା କେବଳ ଅଭ୍ୟାସ ନୁହେଁ ବରଂ ଏକ ନିଶା ହୋଇଛି । ଏହି ନିଶା ହେଉଛି ଏହାର କାରଣ ଯୋଗୁ ସାରା ବିଶ୍ୱରେ ମାନସିକ ବିକୃତି ଦେଖାଯାଉଛି, କିନ୍ତୁ କିଛି ଅଧ୍ୟୟନରୁ ଜଣାପଡିଛି ଇଣ୍ଟରନେଟ ବ୍ୟବହାର ଦ୍ୱାରା କୌଣସି କ୍ଷତି ହୁଏ ନାହିଁ।

ଇଣ୍ଟରନେଟ ବ୍ୟବହାର କରୁଥିବା ୨ ନିୟୁତରୁ ଅଧିକ ଲୋକଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ସୋସିଆଲ ମିଡିଆ ବ୍ରାଉଜିଂ ଏବଂ ଖେଳ ଭଳି ଅନଲାଇନ କାର୍ଯ୍ୟକଳାପ ମାନସିକ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଏ ନାହିଁ ।
ଅକ୍ସଫୋର୍ଡ ଇଣ୍ଟରନେଟ ଇନଷ୍ଟିଚ୍ୟୁଟର ଗବେଷକମାନେ କହିଛନ୍ତି କୌଣସି ପ୍ରମାଣ ନାହିଁ କିଛି ଗୋଷ୍ଠୀ ଟେକ୍ନୋଲୋଜି ବିକାଶ ଯୋଗୁ ଅଧିକ ବିପଦରେ ଅଛନ୍ତି। ପ୍ରଫେସର ଆଣ୍ଡ୍ରିୟୁ ପ୍ରଜାଇବିଲସ୍କି କହିଛନ୍ତି ଯଦି ଆପ ମାନସିକ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଏ, ତେବେ ଏହାକୁ ପ୍ରମାଣ କରିବାକୁ କେବଳ କମ୍ପାନୀଗୁଡିକ ବ୍ୟବହାରକାରୀଙ୍କ ତଥ୍ୟ ପାଇଥାନ୍ତି। ପ୍ରଫେସର ଆଣ୍ଡ୍ରିୟୁ ପ୍ରଜିବିଲସ୍କି କହିଛନ୍ତି ଆମ ପାଖରେ ଥିବା ତଥ୍ୟ ଦର୍ଶାଉଛି ଏହି କାରଣଗୁଡ଼ିକ ମଧ୍ୟରେ କୌଣସି ବିଶ୍ୱସ୍ତରୀୟ ସମ୍ପର୍କ ନାହିଁ। ସେ କହିଛନ୍ତି ଯଦି ଅନଲାଇନ କାର୍ଯ୍ୟକଳାପ ପ୍ରକୃତରେ ମାନସିକ ସମସ୍ୟା ସୃଷ୍ଟି କରୁ୍‌ଥାନ୍ତା ତେବେ ବିପଦ ବହୁତ ଅଧିକ ରହିଥାନ୍ତା।

୨୦୦୫ ରୁ ୨୦୨୨ ମଧ୍ୟରେ ୧୬୮ ଟି ଦେଶରେ ୧୫ରୁ ୮୯ ବର୍ଷ ବୟସର ୨.୪ ନିୟୁତ ଲୋକଙ୍କ ମନୋବିଜ୍ଞାନ ଉପରେ ମାନସିକ ଅବସ୍ଥା ଉପରେ ଅଧ୍ୟୟନ କରାଯାଇଥିଲା। ଯଦିଓ ଯୁବବର୍ଗମାନଙ୍କ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ଏକ ବ୍ୟାପକ ସମ୍ପର୍କର କିଛି ପ୍ରମାଣ ଥିଲା, କିନ୍ତୁ ତାହା ଚୂଡାନ୍ତ ନୁହେଁ ବୋଲି ଜଣାପଡ଼ିଥିଲା।
ଗବେଷଣାରୁ ଜଣାପଡିଛି ସୋସିଆଲ ମିଡିଆରେ ସମୟ ହ୍ରାସ କରିବା ଦ୍ୱାରା ମାନସିକ ସ୍ବାସ୍ଥ୍ୟ ଉପକୃତ ହୋଇପାରେ, ଯେଉଁମାନେ ଅନଲାଇନରେ ଦୀର୍ଘ ସମୟ ବିତାଉଛନ୍ତି, ସେମାନଙ୍କର ଅଧିକ କ୍ଷତି ହେବାର ଆଶଙ୍କା ରହିଛି। ମାତ୍ର ଏହା ଦ୍ୱାରା ବହୁ ସ୍ବାସ୍ଥ୍ୟ ଉପକାର ମଧ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?