ମଣିପୁରରେ ୩ ଘର ଜାଳିଦେଲେ
ଇମ୍ଫାଲ,୨୮।୮: କିଛି ଦିନର ଅନ୍ତରାଳ ପରେ ମଣିପୁରରେ ରବିବାର ପୁଣି ହିଂସାକାଣ୍ଡ ଘଟିଛି। ନୂଆ ଲମ୍ବୁଲେନ୍ ଅଞ୍ଚଳରେ ଥିବା ୩ ଘରକୁ ଅଜ୍ଞାତ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣା ପରେ ସ୍ଥାନୀୟ…
ଶିଳାନ୍ୟାସକୁ ୨୦ବର୍ଷ ବିତିଲା: ଭାଟେଣି ଭଗ୍ନ ସ୍ଲୁଇସ୍ କାମ ହେଉନି
ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକର ୨୩ ହଜାରରୁ ଅଧିକ ଏକର ଚାଷ ଜମି ଓ ୨୨ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଚାଷୀଙ୍କ ପାଇଁ ଯୋର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମଧୁର ଜଳ ଗଚ୍ଛିତ ରଖିବା, ଉଠା…
କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୫ ଗିରଫ
ଭୁବନେଶ୍ୱର,୨୮ା୮(ସତ୍ୟଜିତ୍ ରାଉତ): ସିବିଆଇ ଅଫିସର କହି ଘରେ ପଶିଥିଲେ। ବାପପୁଅଙ୍କୁ ବାନ୍ଧି ବନ୍ଧୁକ ମୁନରେ ଭୟ ଦେଖାଇ ସିନେମା ଷ୍ଟାଇଲ୍ରେ ଲୁଟିଥିଲେ ୧.୭ କୋଟି ନଗଦ ଟଙ୍କା ସମେତ ସୁନା ଅଳଙ୍କାର। ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ଅଞ୍ଚଳରେ ଘଟିଥିବା…
ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଯୋଗ୍ୟତାରେ ନାମ ଲେଖା ପ୍ରସଙ୍ଗ: ତଥ୍ୟ, ପ୍ରମାଣ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନରେ ଶିଥିଳତା
ଖୋର୍ଦ୍ଧା,୨୮ା୮(ପ୍ରଭାତ ପାଣିଗ୍ରାହୀ): ବଲାଙ୍ଗୀର ନକଲି ସାର୍ଟିଫିକେଟ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଛି। ନିକଟରେ ଏହି ଘଟଣାରେ ୫ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଏପରି କି ଜଣେ ନକଲି ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି। ହେଲେ ପୁରୀସ୍ଥିତ ଗୋପବନ୍ଧୁ…
ଖାଦ୍ୟରେ ଅଳ୍ପ ଲୁଣ ହୃଦ୍ରୋଗ ଆଶଙ୍କା ୨୦% କମାଏ
ଲଣ୍ଡନ,୨୮।୮: ଖାଦ୍ୟରେ ଲୁଣର ମାତ୍ରା କମ୍ କରିବା ବା କମ୍ ଲୁଣଯୁକ୍ତ ଖାଦ୍ୟ ଖାଇବା ହୃଦରୋଗ ସମସ୍ୟାକୁ ୨୦% କମାଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦି ଗାଡିୟାନ୍ ଆର୍ଲି ସଣ୍ଡେର ରିପୋର୍ଟ ଅନୁସାରେ ଅଧିକ ଲୁଣ ଖାଉଥିବା ଲୋକଙ୍କ ତୁଳନାରେ…
ଆତିକ୍ଙ୍କ ବେନାମୀ ସମ୍ପତ୍ତି ଉପରେ ପ୍ରଥମ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ/ଲକ୍ଷ୍ନୌ,୨୭ା୮: ଗ୍ୟାଙ୍ଗଷ୍ଟର ଆତିକ୍ ଅହମଦଙ୍କ ପରିବାର କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି ହାସଲ କରିଛନ୍ତି। ଆୟକର ବିଭାଗ ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାରେ ଜଣେ ବିପିଏଲ୍ କାର୍ଡଧାରୀ ସୁରକ୍ଷା କର୍ମୀଙ୍କ ନିକଟରେ ଥିବା ଆତିକଙ୍କ ୬ଟି ଜମିକୁ ଆୟକର ବିଭାଗ ବାଜ୍ୟାପ୍ତ…
ଛେଳି ଚରାଇବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ
ଖଡ଼ିଆଳ,୨୭।୮(ସୁଜିତ୍ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅଧୀନ କିରିକିଟା ପଞ୍ଚାୟତ ଜୁନାପାଣି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଉଜ୍ଜଳ ମାଝି (୫୬)। ମିଳିଥିବା ସୂଚନା ମୁତାବାକ, ରବିବାର ଉଜ୍ଜଳ ଗ୍ରାମର କିଛି ଲୋକଙ୍କ…
ମା’ଙ୍କ ମୁଖାଗ୍ନି ଦେବାକୁ ଗାଁକୁ ଯାଉଥିଲେ: ଦୁର୍ଘଟଣାରେ ଦୁଇ ଭାଇ ଗୁରୁତର
ମୋହନା,୨୭ା୮(ମନ୍ମଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ପାଇ ମୁଖାଗ୍ନି ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଦୁଇ ଭାଇ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ମୋହନା ହିଲଟପ୍ କଲେଜ ଛକ ନିକଟରେ। ରବିବାର…
ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାରେ ଶିକ୍ଷକ ଆହତ
ଗଞ୍ଜାମ,୨୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ବ୍ରିଜଠାରେ ରବିବାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷକ ମନୋଜ ପାଢ଼ୀ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଗୁରୁଜୀ ମନୋଜ ଏକ ବାଇକ୍ ଯୋଗେ ଭଉଣୀ ଘର ନୂଆଗାଁ ଯାଇ ଫେରୁଥିଲେ। ସେତିକିବେଳେ ଜଣେ…
ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଂ ସ୍ଥାନ ‘ଶିବଶକ୍ତି’ ରଖିବାରେ କୌଣସି ଭୁଲ୍ ନାହିଁ: ଇସ୍ରୋ ଅଧ୍ୟକ୍ଷ
ନୂଆଦିଲ୍ଲୀ,୨୭ା୮: ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଂ ସ୍ଥାନର ନାଁ ‘ଶିବଶକ୍ତି’କୁ ନେଇ କୌଣସି ବିବାଦ ନାହିଁ ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧ୍ୟକ୍ଷ ଏସ୍. ସୋମନାଥ ରବିବାର ପ୍ରକାଶ କରିଛନ୍ତି। ଶିବଶକ୍ତି ନାଁ ରଖିବାରେ କୌଣସି ଭୁଲ୍ ନାହିଁ ବୋଲି ଇସ୍ରୋ…
ଭାଜପା-ବିଜେଡି କର୍ମୀ ମୁହାଁମୁହିଁ
ଦିଗପହଣ୍ଡି,୨୭ା୮(ଅଶେଷନାଥ ମିଶ୍ର): ୫-ଟି ସଚିବଙ୍କ ଦିଗପହଣ୍ଡି ଗସ୍ତ ପୂର୍ବରୁ ପୁଞ୍ଜିକୟାଁ ଛକରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ଧସ୍ତାଧସ୍ତି ହୋଇଥିଲା। ବିଜେଡି କର୍ମୀଙ୍କ ଆକ୍ରମଣରେ ୩ ଭାଜପା କର୍ମୀ ଆହତ ହୋଇଥିବା ଭାଜପା ଯୁବନେତା ସିଦ୍ଧାନ୍ତ ଗଙ୍ଗଦେଓ ଅଭିଯୋଗ କରିଛନ୍ତି।…
ବିହାରରେ ନିର୍ବାଚନ ଲଢ଼ିବ ଏଏପି
ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଏଏପି) ଆଗାମୀ ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି। ଫଳରେ ବିରୋଧୀ ଏକତା ଇଣ୍ଡିଆ ମେଣ୍ଟକୁ ଆଉ ଏକ ବଡ଼ ଧକ୍କା ଲାଗିଛି। ୨୦୨୫ରେ ବିହାର ବିଧାନସଭା ନିର୍ବାଚନ…
Archives


