Posted inଫୁରସତ

ଖାଦ୍ୟ ଖାଇବା ପରେ ହୋଇଯାଉଥିଲେ ଅସୁସ୍ଥ, ଥରେ କି ଦ ଥର ନୁହେଁ ୧୨୭ଥର ରେଷ୍ଟୁରାଣ୍ଟକୁ ମାରିଛନ୍ତି ଚୁନା

କୌଣସି ଦିନ ବାହାରେ ଖାଇବାକୁ ଇଛା ହେଲେ ଆମେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ପ୍ରିଫର କରିଥାଉ। ନିଜ ମନପସନ୍ଦର ଅର୍ଡର କରି ଖାବା ପରେ ବିଲ୍‌ ପେମେଣ୍ଟ କରି ଆସିଥାଉ। କିନ୍ତୁ ନିକଟରେ ଏମିତି ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି ଯିଏକି ରେଷ୍ଟୁରାଣ୍ଟରେ ୫-୧୦ନୁହେଁ ଶହଶହ ଥର ବିନା ପେମେଣ୍ଟରେ ଖାଦ୍ୟ ଖାଇ ଆସିଛନ୍ତି। ବ୍ୟକ୍ତିଙ୍କର ଏପରି କାରନାମା ଜାଣିବା ପରେ ଖୋଦ୍‌ ରେଷ୍ଟୁରାଣ୍ଟ ମାଲିକ ନୁହେଁ ପୋଲିସ ବି ଆଶ୍ଚର୍ଯ୍ୟରେ ପଡିଯାଇଛି।

୫୮ବୟସ୍କ ବ୍ୟକ୍ତିଜଣକ ଗତ କିଛି ବର୍ଷ ମଧ୍ୟରେ ୧୨୭ ଥର ଟଙ୍କା ନ ଦେଇ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଛନ୍ତି। କିନ୍ତୁ ତାଙ୍କର ଏହିପରି ବେଶୀଦିନ ଚାଲି ନ ଥିଲା। ଚଳିତ ମାସ ରେଷ୍ଟୁରାଣ୍ଟ ମାଲିକ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ଦେଇଥିଲେ।

ରେଷ୍ଟୁରାଣ୍ଟର ବାର୍ଟମେନ ମାଇକ ହୋଗେଭେନଙ୍କ ଅନୁଯାୟୀ, ତାଙ୍କର ଧ୍ୟାନ ଏହି ବ୍ୟକ୍ତିଙ୍କ ଉପରେ ସେତେବେଳେ କେନ୍ଦ୍ରିତ ହେଲା ଯେତେବେଳେ ସେ ରେଷ୍ଟୁରାଣ୍ଟରେ ବସିଥିବା ଅନ୍ୟ ଲୋକଙ୍କ ପାଇଁ ଜିନିଷ କିଣିବା ଆରମ୍ଭ କରି ଅନ୍ୟମାନଙ୍କ ସହ ନିଜ ଖାଦ୍ୟ ବାଣ୍ଟିଥିଲେ। କିନ୍ତୁ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ଳାଗିଲା ଯେତେବେଳେ ସେ ନିଜ ବାମ ହାତ ହଠାତ୍‌ ଥରିବାକୁ ଲାଗିଲା। । ଏହାପରେ ସେ ଅଜବ ଢଙ୍ଗରେ ହାତ ବୁଲାଇଥିଲେ ଯେପରି ଷ୍ଟ୍ରୋକ୍‌ ହୋଇଛି। ପରେ ସବୁ ଷ୍ଟାପ୍‌ ଘେରିଯାଇ ତାଙ୍କୁ ହୋସ୍‌କୁ ଆଣିବାକୁ ଚେଷ୍ଟା କରିବା ସହ ପାରାମେଡିକ୍ସକୁ ଘଟଣାସ୍ଥଳକୁ ଡାକିଥିଲେ। ମେଡିକାଲ ଟିମ୍‌ ପହଞ୍ଚିବା ପରେ ସେ ମିଛ କହୁଥିବା ଜଣାପଡିଥିଲା।

ସେଥିରେ ବି ରେଷ୍ଟୁରାଣ୍ଟ ମାଲିକ ତାଙ୍କ ଉପରେ ଦୟା କରି ବିଲ୍‌ ପେମେଣ୍ଟ କରିବାକୁ ମନା କରିଥିଲେ। ତାଙ୍କ ଘରଲୋକ ଶୀଘ୍ର ଆସି ପହଞ୍ଚିବା ପାଇଁ ତାଙ୍କ ଘର ଠିକଣା ପଚାରି ବୁଝିଥିଲେ। ଯେତେବେଳେ ବ୍ୟକ୍ତି ଜଣକ ତାଙ୍କ ନାମ ଓ ଠିକଣା କହିବା ଆରମ୍ଭ କରିଥିଲେ, ପାରାମେଡିକ୍ସ ଦଳର ଜଣେ ସଦସ୍ୟ ଏଥିରେ ବାଧା ଦେଇ ସେ ଭୂଲ ତଥ୍ୟ ଦେଉଛନ୍ତି ବୋଲି କହିଥିଲେ। ଏଭଳି ପରିସ୍ଥିତିରେ ରେଷ୍ଟୁରାଣ୍ଟ ମାଲିକ ତୁରନ୍ତ ପୋଲିସକୁ ଡାକିଥିଲେ।

ଖବର ଅନୁଯାୟୀ, ପୋଲିସ ତଦନ୍ତରୁ ଜଣାପଡିଥିଲା କି, ବ୍ୟକ୍ତି ଥରେ କି ଦି ଥର ନୁହେଁ ୧୨୭ଥର ଖାଇବା ପରେ ଅସୁସ୍ଥ ଥିବା ଦର୍ଶାଇ ରେଷ୍ଟୁରାଣ୍ଟକୁ ଠକୁଥିଲେ। ଏପରି ବିଲ୍‌ ନ ଦେଇ ସେ ଲକ୍ଷଲକ୍ଷ ଟଙ୍କା ରେଷ୍ଟୁରାଣ୍ଟକୁ ଚୁନା ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?