Home Left

ଗିରଫଦାରୀ, ଇଡି ହେପାଜତକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ସଞ୍ଜୟ

ନୂଆଦିଲ୍ଲୀ,୧୩।୧୦: ଦିଲ୍ଲୀ ହାଇକୋର୍ଟରେ ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଜଣାପଡିଛି। ସଞ୍ଜୟ ସିଂଙ୍କ ଓକିଲ ଶୀଘ୍ର ଶୁଣାଣି ପାଇଁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ…

୫ ରାଜ୍ୟରେ ଜିତିବାକୁ ଯୋଜନା, ଆଜି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିପାରେ କଂଗ୍ରେସ

ନୂଆଦିଲ୍ଲୀ,୧୩।୧୦: ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ଏବଂ ତେଲଙ୍ଗାନାରେ ମତଦାନ ଅନୁଷ୍ଠିତ ହେବ। ଅନେକ ରାଜ୍ୟରେ ଏହି ମୁକାବିଲା ଭାଜପା ବନାମ କଂଗ୍ରେସ ମଧ୍ୟରେ ହେବାକୁ…

ଆମେରିକାରେ ଦୀପାବଳିର ଧାର୍ମିକ, ସାଂସ୍କୃତିକ ମହତ୍ୱକୁ ମିଳିବ ମାନ୍ୟତା

ଓ୍ବାଶିଂଟନ,୧୩।୧୦: ଆମେରିକାର କଂଗ୍ରେସର ସଦସ୍ୟ ରାଜା କୃଷ୍ଣମୂର୍ତ୍ତି ଗୁରୁବାର ଦୀପାବଳିକୁ ଆଲୋକର ପର୍ବ ଭାବରେ ସ୍ବୀକୃତି ଦେବା ପାଇଁ ଆମେରିକାର ପ୍ରତିନିଧି ସଭାରେ ଦୀପାବଳି ରିଜୋଲ୍ୟୁସନ ପ୍ରଣୟନ କରିବାକୁ ଯୋଜନା ଘୋଷଣା କରିଛନ୍ତି। କୃଷ୍ଣମୂର୍ତ୍ତି ଏକ ବୟାନରେ କହିଛନ୍ତି, ‘ଶିଖ, ଜୈନ…

ଦେଢ଼ବର୍ଷ ବିତିଲା, କାର୍ଯ୍ୟକ୍ଷମ ହେଉନି

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମସ୍ଥିତ ନବନିର୍ମିତ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିର୍ମାଣ ହୋଇ ଦେଢ଼ ବର୍ଷ ହେଲା ବିତିଗଲାଣି। ବର୍ତ୍ତମାନ ସୁଦ୍ଧା ଉଦଘାଟନ ହୋଇ ନ ଥିବାରୁ କାର୍ଯ୍ୟକ୍ଷମ ହେଉନି। ଫଳରେ ରୋଗୀ ସେବାରେ ଘୋର…

ଭିନ୍ନମୋଡ଼ ନେଉଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ମୃତ୍ୟୁ ମାମଲା

ରାଉରକେଲା,୧୩ା୧୦(ଦିନେଶ ମିଶ୍ର): ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା ଭିନ୍ନମୋଡ ନେଉଛି। ସୁସ୍ମିତାଙ୍କ ଓକିଲ ବିସ୍ମୟ ଦାସଙ୍କ କହିବା ଅନୁଯାୟୀ, ସୁସ୍ମିତା ୨୦୨୦ ଫେବୃଆରୀ ୧୪ରେ ରାଜଗାଙ୍ଗପୁରରେ ବାସ କରୁଥିବା ଶୁସିଲ ଟୋପ୍ପଙ୍କୁ ଜିଏଲ ଚର୍ଚ୍ଚରେ ବିବାହ କରିଥିଲେ। ବିବାହର…

ପଶ୍ଚିମବଙ୍ଗରେ କୋଇଲା ଖଣି ଭୁଷୁଡି ୩ ମୃତ

କୋଲକାତା,୧୩।୧୦: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାରେ ଏକ କୋଇଲା ଖଣି ଭୂଷୁଡି ଯିବାରୁ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର କେତେଜଣ ଅଧିକାରୀ ଏହି ସୂଚନା ଦେଇଛନ୍ତି। ରାଣୀଗଞ୍ଜ ପୋଲିସ ଷ୍ଟେଶନ ଅଧୀନରେ ଥିବା ଏଗରା…

ଆବାସ ଯୋଜନାରୁ ବଞ୍ଚିତ ହାତୀମୁଣ୍ଡା ଗାଁ

ଦଶମନ୍ତପୁର,୧୩ା୧୦(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ପଞ୍ଚାୟତର ହାତୀମୁଣ୍ଡା ଗ୍ରାମ। ଗ୍ରାମକୁ ଚାରିପଟେ ଘେରି ରହିଛି ୪ଟି ପାହାଡ। ଏହି ପାହାଡଗୁଡିକ ହିଁ ଗ୍ରାମର ବିକାଶରେ ସାଜିଛି ବାଧକ। ଗ୍ରାମରେ ଥିବା ସମସ୍ୟାଗୁଡିକର ସମାଧାନ ହୋଇପାରୁ…

ଗର୍ଭବତୀ ମହିଳାଙ୍କ ପେଟ ଚିରି ଶିଶୁକୁ ଛୁରି ଭୁସିଲେ ହମାସ ଆତଙ୍କବାଦୀ

ଜେରୁଜେଲମ,୧୩।୧୦: ଇସ୍ରାଏଲ ଉପରେ ହମାସ ଆକ୍ରମଣ ହେବାର ପ୍ରାୟ ଏକ ସପ୍ତାହ ବିତିଗଲାଣି। ଏହି ଆକ୍ରମଣ ସମ୍ପର୍କିତ ଭୟାନକ ଚିତ୍ର ପଦାକୁ ଆସୁଛି। ଇସ୍ରାଏଲର ଏକ ସହରରେ ଜଣେ ଗର୍ଭବତୀ ମହିଳାଙ୍କ ମୃତଦେହ ମିଳିଛି। ଆତଙ୍କବାଦୀମାନେ ବର୍ବରତାର ସୀମା ଅତିକ୍ରମ କରି…

ପାହାଡ଼ ଚଢ଼ି ଚିଠି ବାଣ୍ଟୁଛନ୍ତି ପୋଷ୍ଟ ମାଷ୍ଟର

ମୋହନା,୧୩ା୧୦(ମନ୍ମଥ ମିଶ୍ର): ଡାକ ସେବା ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ବେଳେ ବହୁ ପୁରାତନ କାଳରୁ ଲୋକଙ୍କୁ ଏହି ସେବା ଯୋଗାଇ ଆସୁଛି। ଜନସାଧାରଣଙ୍କୁ ସଞ୍ଚୟ ଖାତା, ପୁନଃ ସଂଘଟିତ ଜମା ଖାତା, ମାସିକ ଆୟ ଖାତା, ସୁକନ୍ୟା ସମୃଦ୍ଧି ଯୋଜନା…

ହମାସକୁ ସମର୍ଥନ କରିବା ଉପରେ ଖାଲିସ୍ତାନୀ ପନ୍ନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ସରକାରଙ୍କୁ ଏହି ଅପିଲ କଲେ ହିନ୍ଦୁ ସମ୍ପ୍ରଦାୟ

ଓଟାଓ୍ବା,୧୩।୧୦: ନିକଟରେ ଖାଲିସ୍ତାନୀ ଆତଙ୍କବାଦୀ ଗୁରପତବନ୍ତ ସିଂ ପନ୍ନୁ ଆତଙ୍କବାଦୀ ସଂଗଠନ ହମାସକୁ ସମର୍ଥନ କରି ଭାରତ ଉପରେ ଆକ୍ରମଣର ଧମକ ଦେଇଥିଲେ। ଏପରିକି ଜି୭ ଦେଶରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିବାକୁ ଧମକ ମଧ୍ୟ ଦେଇଥିଲେ। ବର୍ତ୍ତମାନ…

କାମରେ ଲାଗୁନି ପବ୍ଲିକ ପାର୍କ

ଚମ୍ପୁଆ,୧୩ା୧୦(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡବାସୀଙ୍କ ଶାରୀରିକ, ମାନସିକ ଅଭିବୃଦ୍ଧି ଓ ଆମୋଦ ପ୍ରୋମଦ ପାଇଁ ନିର୍ମାଣ ହୋଇଥିବା ପାର୍କ କାମରେ ଲାଗୁନାହିଁ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଅନୁଯାୟୀ ଗୃହ ଏବଂ…

ମର୍ମନ୍ତୁଦ ଦୁର୍ଘଟଣା: ୫ ମୃତ, ୧୫ ଆହତ

ସୋନିପତ,୧୩।୧୦: ସୋନିପତର କୁଣ୍ଡଲି-ମାନେସର-ପାଲୱାଲ ଏକ୍ସପ୍ରେସୱେ (କେଏମ୍‌ପି) ରେ ଖାରଖୋଡା ଅଞ୍ଚଳର ପିପଲି ନିକଟରେ ପାର୍କିଂ ହୋଇଥିବା ଏକ ମହିନ୍ଦ୍ରା ପିକଅପ ଗାଡିକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପିକଅପ ଡ୍ରାଇଭର ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri