ଗୋଆରେ ବିବାହ କରିବେ ରକୁଲପ୍ରୀତ, ଯିବେ ନାହିଁ ହନିମୁନ ଟ୍ରିପ!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଉଭୟ ଗୋଆରେ ପରସ୍ପରର ହାତ ଧରିବାକୁ ଯାଉଛନ୍ତି । ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଦମ୍ପତି ୨୧ ଫେବୃଆରୀରେ ଗୋଆରେ ବିବାହ କରିବାକୁ ଯାଉଛନ୍ତି। ରକୁଲ ଏବଂ ଜ୍ୟାକିଙ୍କ ବିବାହ ପୂର୍ବରୁ କାର୍ଯ୍ୟସୂଚୀ ବିଷୟରେ ସୂଚନା ପ୍ରକାଶ ପାଇଛି, ମେହେନ୍ଦୀ ୨୦ଫେବୃଆରୀରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ସାରେ ସଂଗୀତ ସମାରୋହ ମଧ୍ୟ ଅନୁଷ୍ଠିତ ହେବ। ବିବାହ ପରେ ଏହି ଦମ୍ପତି ହନିମୁନ ପାଇଁ କୁଆଡେ ଯାଉଛନ୍ତି, ଲୋକମାନେ ଏଥିପାଇଁ ଉତ୍ସାହିତ ଥିଲେ, କିନ୍ତୁ ଏହି ଦମ୍ପତି ବର୍ତ୍ତମାନ ପାଇଁ ହନିମୁନ ପ୍ଲାନକୁ ବାତିଲ କରିଥିବା ଜଣାପଡିଛି।

ମୁମ୍ବାଇରେ ଷ୍ଟାରଙ୍କ ଘର ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀଙ୍କ ବିବାହ ପାଇଁ ସଜାଯାଇଛି। ଖୁବ ଶୀଘ୍ର ଉଭୟ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଛନ୍ତି। ବିବାହର କିଛି ଅପଡେଟ୍ସ ବାହାରକୁ ଆସିଛି, ତେବେ ଅତିଥି ଏବଂ କାର୍ଯ୍ୟସୂଚୀକୁ ନେଇ କିଛି ବିଶେଷ ତଥ୍ୟ ସହ କାହିଁକ ଏହି କପଲ ହନିମୁନ ଯାଉ ନାହାନ୍ତି ଏବେ ଏକଥା ଜାଣିବାକୁ ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଛି।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଗୋଆର ହୋଟେଲ ଆଇଟିସି ଗ୍ରାଣ୍ଡରେ ରକୁଲ ଏବଂ ଜ୍ୟାକି ବିବାହ କରିବାକୁ ଯାଉଛନ୍ତି। ଏହି ସ୍ଥାନ ଦକ୍ଷିଣ ଗୋଆର ଏକ ଶାନ୍ତ ଲୋକେଶନରେ ଅଛି, ବିଶ୍ୱାସ କରାଯାଏ ଯେ ଏଇଥିପାଇଁ ଏହି ଦମ୍ପତି ଏହାକୁ ଚୟନ କରିଛନ୍ତି। ପ୍ରତ୍ୟେକ ବିବାହରୂପ୍ରତିଟି ଫଙ୍କଶନ ପାଇଁ ଭିନ୍ନ ଥିମ ରଖାଯାଇଛି। ମେହେନ୍ଦୀରେ ଏକ କାର୍ନିଭାଲ ଭାଇବ ଥିବାବେଳେ ବିବାହ ପାଇଁ ପେଷ୍ଟେଲ ଟୋନ ଚୟନ କରାଯାଇଛି।
ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ନିଜ ବିବାହରେ ଅତିଥି ତାଲିକାକୁ ବହୁତ ଛୋଟ ରଖିଛନ୍ତି। ଏହା ପଛର କାରଣ ହେଉଛି ଏହି ଦମ୍ପତି ଏକ ପରିବେଶ ଅନୁକୂଳ ବିବାହ କରିବାକୁ ଚାହୁଁଛନ୍ତ। ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ନିଜ ବିବାହକୁ ବ୍ୟକ୍ତିଗତ ରଖିବାକୁ ଯୋଜନା କରୁଛନ୍ତି। ଏଭଳି ପରିସ୍ଥିତିରେ ବିବାହରେ ନୋ ଫୋନ ପଲିସି ହେବ । କୌଣସି ବିବାହ ଫଟୋ ଲିକ ନହେବାକୁ ନିଶ୍ଚିତ କରିବାକୁ, ବିବାହ ଅତିଥିମାନେ ସେମାନଙ୍କ ଫୋନ ସେମାନଙ୍କ ସହିତ ରଖିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri