Rules To Change Car Colour: ନିଜ ଗାଡ଼ିର ରଙ୍ଗ ବଦଳାଇବାକୁ ଚାହୁଁଛନ୍ତି କି? ଜାଣିନିଅନ୍ତୁ ପାଳନ କରିବାକୁ ହେବ କେଉଁ ନିୟମ…

ନୂଆଦିଲ୍ଲୀ,୧୫।୨: ସମସ୍ତେ ନିଜ ଗାଡ଼ିକୁ ବହୁତ ଭଲ ପାଆନ୍ତି। ଏଥିଲାଗି ତ କିଛି ନା କିଛି ମୋଡିଫିକେଶନ୍‌ କରିବାକୁ ସର୍ବଦା ଆଗଭର ହୋଇଥାନ୍ତି। ସେଭଳି କିଛି ନିଜର ଗାଡ଼ିର ରଙ୍ଗ ବଦଳାଇବାକୁ ମଧ୍ୟ ଇଚ୍ଛା ରଖିଥାନ୍ତି। ଏଥିଲାଗି କିଛି ଜରୁରୀ ନିୟମ ଏବଂ ସର୍ତ୍ତକୁ ପୂରଣ କରିବାକୁ ହୋଇଥାଏ। କାର୍‌ ସହ ଜଡ଼ିତ ଯେକୌଣସି ମୋଡିଫିକେଶନ ସମ୍ବନ୍ଧୀୟ ସମସ୍ତ ନିୟମ ମୋଟରଯାନ ଧାରାର ସେକ୍ସନ ୫୨ ଅଧିନରେ ଆସିଥାଏ। ଆସନ୍ତୁ ଜାଣିବା ଏଥିଲାଗି ଆପଣଙ୍କୁ କ’ଣ କରିବାକୁ ହେବ?

ଡ୍ୟୁଲ ଟୋନ୍‌ କାର୍‌ ଲାଗି: ଯଦି ଆପଣଙ୍କ କାର୍‌ର ରଙ୍ଗ ଡ୍ୟୁଲ ଟୋନ୍‌ କଲର୍‌ରେ ଆସିଥାଏ ଏବଂ ଆପଣ ନିଜ କାର୍‌କୁ ଦୁଇଟି ରଙ୍ଗରୁ ଗୋଟିଏରେ ସମ୍ପୂର୍ଣ୍ଣ ରଙ୍ଗାଇବାକୁ ଚାହାନ୍ତି ତେବେ ଆପଣଙ୍କୁ କୌଣସି ଆଇନଗତ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ। ଧରନ୍ତୁ ଆପଣଙ୍କ ପାଖରେ ହ୍ବାଇଟ୍‌ ଏବଂ ବ୍ଲାକ୍‌ ଡ୍ୟୁଲ୍‌ କଲର୍‌ର କାର୍‌ ରହିଛି, ଆପଣ ଏହାକୁ ସମ୍ପୂର୍ଣ୍ଣ ଭାବେ ହ୍ବାଇଟ୍‌(ଧଳା) ରଙ୍ଗରେ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ କିଛି ଅଂଶ କଳା ରଖିବାକୁ ହେବ।

ଭିନ୍ନ ରଙ୍ଗ ଲାଗି ରହିଛି ଭିନ୍ନ ନିୟମ:
ଯଦି ଆପଣ ନିଜ ଗାଡ଼ିକୁ କୌଣସି ଅନ୍ୟ ରଙ୍ଗରେ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ଏଥିଲାଗି ଆପଣ ଏହି ପ୍ରକ୍ରିୟା ପାଳନ କରିବାକୁ ହେବ:

NAMV ଫର୍ମ ପୂରଣ କରନ୍ତୁ: ସର୍ବପ୍ରଥମେ ଆପଣଙ୍କୁ ଇଣ୍ଟରନେଟ୍‌ରୁ ନଚେତ ଆର୍‌ଟିଓରୁ ଏହି ଫର୍ମ ଡାଉନଲୋଡ୍‌ କରି ପୂରଣ କରନ୍ତି। ଏଥିଲାଗି ଆପଣ ଆର୍‌ଟିଓ ଅଧିକାରୀଙ୍କ ସହାୟତା ମଧ୍ୟ ନେଇପାରିବେ।
RTOରେ ଫର୍ମ ଜମା କରନ୍ତୁ: ଫର୍ମ ପୂରଣ କରିବା ପରେ ନିଜର ଆର୍‌ଟିଓ ଅଫିସ ଯାଇ ଫର୍ମ ଜମା କରନ୍ତୁ। ସର୍ଭିସ ଚାର୍ଜର ପେମେଣ୍ଟ ମଧ୍ୟ କରନ୍ତୁ। ଏହାପରେ ଆର୍‌ଟିଓରୁ ଅନୁମତି ପାଇବା ଯାଏ ଅପେକ୍ଷା କରିବାକୁ ହେବ।
-ପୁଣି ଥରେ ଯିବାକୁ ପଡ଼ିବ RTO: ଗାଡ଼ିର ରଙ୍ଗ ବଦଳାଇବା ପରେ ପୁଣିଥରେ ଆର୍‌ଟିଓ ଯିବାକୁ ପଡ଼ିବ। ଏଥିଲାଗି ସାଙ୍ଗରେ ଗାଡ଼ିର RC ମଧ୍ୟ ନେଇ ଯାଆନ୍ତୁ। କାରଣ ଏଥିରେ ପରିବର୍ତ୍ତନ କରାଯିବ।
-ଇନ୍‌ସୁରାନ୍ସ କମ୍ପାନୀ: ତେବେ ସମସ୍ତ ପ୍ରକ୍ରିୟା ମଧ୍ୟରେ ଇନସୁରାନ୍ସ କମ୍ପାନୀକୁ ନିଜର ଗାଡ଼ିର ନୂଆ ରଙ୍ଗ ବିଷୟରେ ଅବଗତ କରାଇବାକୁ ଭୁଲନ୍ତୁ ନାହିଁ। ଏଭଳି କଲେ ଆପଣଙ୍କ ଉପରେ ଜରିମାନା ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ , ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସି

ଭୁବନେଶ୍ୱର/କୋଲକାତା, ୯/୬: ଦୀଘା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ଘୋଷଣା କରିଛନ୍ତି।…

ସକ୍ରିୟ ହେଲା ଘୂର୍ଣ୍ଣିବଳୟ; ୧୧ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୫ଜିଲାକୁ ଆଲର୍ଟ କଲା IMD

ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ (UP) ରେ ପାଣିପାଗ ଏବେଠାରୁ ରୂପ ବଦଳାଇବା ଆରମ୍ଭ କଲାଣି। ବାରାଣସୀ, ପ୍ରୟାଗରାଜ, ବାନ୍ଦା ଏବଂ ଆଗ୍ରା ଭଳି ସହରଗୁଡ଼ିକରେ ପାରଦ ୪୧…

‘ଦୀଘା ଜଗନ୍ନାଥ ଧାମ’ ନାମ ପରିବର୍ତ୍ତନ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯।୬: ପଶ୍ଚିମବଙ୍ଗର ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ…

ସୁଜାତା ଆର୍. ପାଣ୍ଡିଆନଙ୍କ ବିଜେଡିରେ ଯୋଗଦାନକୁ ନେଇ ଜୋର ଧରିଛି ଚର୍ଚ୍ଚା : ଏପଟେ ବୁଲେଇ ବଙ୍କେଇ ଏମିତି କିଛି କହିଦେଲେ ଭୂପିନ୍ଦର

ଭୁବନେଶ୍ୱର, ୯।୬: ବିଜୁ ଜନତା ଦଳ (ବିଜେଡି)ରେ ସୁଜାତା ଆର୍. ପାଣ୍ଡିଆନଙ୍କ ସମ୍ଭାବ୍ୟ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର ବରିଷ୍ଠ ନେତା ଭୂପିନ୍ଦର…

ନିଜ ଜ୍ୱାଇଁକୁ ବାହାହେଲେ ଶାଶୁ, ସ୍ତ୍ରୀ ଦେଖି କହିଲେ…

କାନପୁର,୯।୬: ଉତ୍ତରପ୍ରଦେଶର କାନପୁର ଦେହାତ ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ସ୍ତ୍ରୀଙ୍କୁ ଛାଡ଼ି ଶାଶୁଙ୍କୁ କୋର୍ଟରେ ବାହା ହେଇଛନ୍ତି। ବିବାହ…

କମିବାର ନାଁ ନେଉନାହିଁ ମମତାଙ୍କ ସମସ୍ୟା; ହଠାତ୍‌ କାର୍ଯ୍ୟାଳୟରେ ପହଞ୍ଚିଲା CID ଟିମ୍‌, ଜାଣନ୍ତୁ କାହିଁକିି…

କୋଲକାତା,୯।୬: ଟିଏମସି ସତ୍ତା ହରାଇବା ପରେ ପଶ୍ଚିମବଙ୍ଗ ରାଜନୀତିରେ କୋଣଠେସା ହୋଇପଡ଼ିଥିବା ମମତା ବାନାର୍ଜୀଙ୍କ ଅସୁବିଧା କମିବାର ନାଁ ନେଉନାହିଁ। ମଙ୍ଗଳବାର କୋଲକାତାସ୍ଥିତ ତାଙ୍କ କାଳୀଘାଟ କାର୍ଯ୍ୟାଳୟ…

TMC ମୁଖ୍ୟରୁ ହଟିବେ ମମତା? ବିଦ୍ରୋହୀ ଦଳ ଖେଳିବେ ବଡ଼ ଗେମ୍‌!

ନୂଆଦିଲ୍ଳୀ,୯।୬: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC) ଏବେ ଏକ ବଡ଼ ଧରଣର ବିଦ୍ରୋହ ଓ ବିଭାଜନର ସାମ୍ନା କରୁଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ଭବିଷ୍ୟତ ଏବେ…

FIFA World Cup ଆଉ ୨ ଦିନ : ପରସ୍ପର ବିପକ୍ଷରେ ଖେଳିବେ ଭାଇ-ଭାଇ

ଓ୍ବାଶିଂଟନ୍‌,୯।୬: ଫିଫା ବିଶ୍ୱକପ୍‌କୁ ଆଉ ୨ ଦିନ। ଜୁନ ୧୧ରୁ ଆରମ୍ଭ ହେଉଥିବା ବିଶ୍ୱକପ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀଙ୍କ ଭିଡ଼ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri