ଉଦ୍ଧାର ହେଲେ ୧୮ ଦାଦନ ଶ୍ରମିକ
ଲାଠୋର,୨ା୧୦(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ପିପଲବାହାଲର ଜଣେ ଦାଦନ ସର୍ଦ୍ଦାରଙ୍କ ଫାର୍ମ ହାଉସରୁ ପୋଲିସ ବାହାର ରାଜ୍ୟକୁ ଚାଲାଣ ପାଇଁ ରଖାଯାଇଥିବା ୧୮ଜଣ ଦାଦନ ଶ୍ରମିକ ଓ ୬ ଶିଶୁଙ୍କୁ ଉଦ୍ଧାର କରିଛି। ସର୍ଦ୍ଦାର ମୁଜିବ ଖାନ…
ସାପ କାମୁଡ଼ାରେ ଚାଲିଗଲା ଚାଷୀଙ୍କ ଜୀବନ
ଅମରପାଲି,୨।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବ ଚାଷୀଙ୍କ ସୋମବାର ମୃତ୍ୟୁ ହୋଇଛି। ମୃତକ ହେଲେ ତେଲିପାଲି ଗ୍ରାମର ଅଶୋକ ସହୁ(୩୨)। ଶୁକ୍ରବାର ଅପରାହ୍ନରେ ଜମିରେ ଚାଷ କରୁଥିବା…
ଅଟୋରେ ଗୋଚାଲାଣ, ୧୬ ଗୋରୁ ଜବତ: ଡ୍ରାଇଭରଙ୍କ ସମେତ ୬ ଗିରଫ
ବାଲିଆପାଳ, ୨।୧୦(ଅମୂଲ୍ୟ କୁମାର ଦାସ): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଜାମଶୁଳୀ ଛକରେ ଚଢାଉ କରି ୩ ମାଲବାହୀ ଅଟୋରେ ଗୋଚାଲାଣ ବେଳେ ୧୬ଟି ଗୋରୁ ଉଦ୍ଧାର କରାଯାଇଛି। ପୋଲିସ ୩ଟି ମାଲବାହୀ ଅଟୋ ଜବତ କରିଛି। ଗତ ବିଳମ୍ବିତ…
ନିଖୋଜ ଥିଲେ: ଘର ବାକ୍ସରୁ ମିଳିଲା ୩ ଭଉଣୀଙ୍କ ମୃତଦେହ
ଚଣ୍ଡିଗଡ଼,୨ା୧୦: ପଞ୍ଜାବର ଜଳନ୍ଧର ଜିଲା ଅନ୍ତର୍ଗତ କାନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବାକ୍ସରୁ ୩ ଭଉଣୀଙ୍କ ମୃତଦେହ ଜବତ ହୋଇଛି। ମୃତ ୩ ଭଉଣୀ ହେଲେ ଅମ୍ରିତା(୯), ଶକ୍ତି(୭) ଏବଂ କାଞ୍ଚନ(୪)। ମିଳିଥିବା ସୂଚନା ମୁତାବକ, ୩…
ଭାରତୀୟ ହାଇ କମିଶନ ବାହାରେ ଖଲିସ୍ତାନୀଙ୍କ ବିକ୍ଷୋଭ
ଲଣ୍ଡନ,୨ା୧୦: ସ୍କଟ୍ଲାଣ୍ଡର ଗ୍ଲାସ୍ଗୋ ଗୁରୁଦ୍ୱାରାରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପ୍ରବେଶ କରାଇ ଦିଆ ନ ଯିବାର ଦୁଇଦିନ ପରେ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋମବାର ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ…
୭୮ ବର୍ଷ ପୁରୁଣା ପେଣ୍ଟିଂରେ ୪୩ ବର୍ଷୀୟାଙ୍କ ଫଟୋଚିତ୍ର
ବୋଗୋଟା: ଜଣଙ୍କ ଭଳି ଚେହେରା ଯଦି ଅନ୍ୟ ଜଣକ ଚେହେରା ସହ ଖାପ ଖାଏ, ତେବେ ତାହା ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ। କିନ୍ତୁ ଏପରି ଘଟଣା ଖୁବ୍ କମ୍ ଦେଖିବାକୁ ମିଳିଥାଏ। ଯଦି ଏକ ପୁରୁଣା ପେଣ୍ଟିଂ ସହିତ ନିଜ ଚେହେରା…
ଫ୍ଲାଇଙ୍ଗ କିସ୍ ଦେଇ ମନ ଜିଣିଲେ ଐଶ୍ୱର୍ଯ୍ୟା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୱାଲର୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ ପରିବାର ସହ ପ୍ୟାରିସ୍ରେ ଅଛନ୍ତି। ରବିବାର ଆୟୋଜିତ ହୋଇଥିବା ‘ପ୍ୟାରିସ୍ ଫ୍ୟାଶନ ୱିକ୍’ରେ ସେ ଭାଗ ନେଇଥିଲେ। ଲ’ରିଅଲ୍ର ଭାରତୀୟ ଆମ୍ବାସାଡ଼ାର ହୋଇ ଅଭିନେତ୍ରୀ ପ୍ରତିବର୍ଷ…
ଚର୍ଚ୍ଚ ଛାତ ଭୁଶୁଡ଼ି ୧୦ ମୃତ, ୬୦ ଆହତ
କୁଇଡାଡ୍ ମାଡେରୋ,୨ା୧୦: ମେକ୍ସିକୋର ଏକ ମସ୍ଜିଦରେ ସମାବେଶ ଚାଲିଥିବା ବେଳେ ଛାତ ଭୁଶୁଡ଼ି ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଏଥିରେ ୬୦ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ମୃତଦେହ ରହିଥିବା ଆଶଙ୍କାରେ ସୋମବାର ଉଦ୍ଧାରକାରୀ ଟିମ୍ ଖୋଜାଖୋଜି କରିଥିଲେ। ଛାତ ଭୁଶୁଡ଼ିବା…
କାନ୍ଥ ତଳେ ଚାପି ହୋଇ ଶିଶୁ କନ୍ୟାଙ୍କ ମୃତ୍ୟୁ
କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନରେ ଥିବା କୁସୁମଖୁଣ୍ଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ଥିବା ପରିତ୍ୟକ୍ତ କ୍ଲବ ଘର କାନ୍ଥ ଭୁଶୁଡ଼ି ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,…
ବାହାରିଥିଲେ ସ୍କୁଲ, ପୋଖରୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ୱର,୨।୧୦ (ସୂର୍ଯ୍ୟକାନ୍ତ ବେହେରା) : ଗାନ୍ଧୀ ଜୟନ୍ତୀରେ ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗମାନଙ୍କ ସହ ପୋଖରୀରେ ଗାଧୋଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ବୁଡି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାର…
ସବ୍ଜୁନିୟର ବାଳିକା, ବାଳକ ହକି ଦଳ ଘୋଷିତ
ନୂଆଦିଲ୍ଲୀ,୨ା୧୦: ନେଦରଲାଣ୍ଡ୍ସ ଟୁର୍ ପାଇଁ ହକି ଇଣ୍ଡିଆ ୨୦ ଜଣିଆ ବାଳିକା ବାଳକ ଦଳ ଘୋଷଣା କରିଛି। ଭାରତୀୟ ସବ୍ ଜୁନିୟର ଦଳ ପ୍ରଥମ ଥର ପାଇଁ ଇଣ୍ଟରନ୍ୟାଶନାଲ ମ୍ୟାଚ୍ ଖେଳିବ। ଟୁର୍ରେ ଉଭୟ ଦଳ ନେଦରଲାଣ୍ଡ୍ସର ୧୮ ବର୍ଷରୁ କମ୍…
ମଙ୍ଗଳବାରଠୁ ପିଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା
ଭୁବନେଶ୍ୱର, ୨।୧୦(ଅସମାପିକା ସାହୁ): ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ମଙ୍ଗଳବାରଠାରୁ ଆରମ୍ଭ ହେବ। ସକାଳ ୧୦ଟାରୁ ୫ତାରିଖ ସନ୍ଧ୍ୟା ୫ଟା ଭିତରେ ଚୟନ ହୋଇଥିବା ଛାତ୍ରୀଛାତ୍ରମାନେ ନାମ ଲେଖାଇପାରିବେ। ୧୦ତାରିଖ ଅପରାହ୍ନ…
Archives


