ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅଭିମନ୍ୟୁ

ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କଳିଙ୍ଗା ଏବଂ ପନ୍ଦାଡୋ ପଞ୍ଚାୟତରେ ଗୁରୁବାର ନିର୍ବାଚନୀ ପ୍ରଚାର ହୋଇଛି। ଯୁବ ନେତା ଅମରେନ୍ଦ୍ର ଧଳ ଏବଂ ଅନିଲ ବେହେରାଙ୍କ ନେତୃତ୍ୱରେ କର୍ମୀ ଏବଂ ସମର୍ଥକ ମାନେ କଳିଙ୍ଗା ନିକଟସ୍ଥ ପେଟ୍ରୋଲ ପମ୍ପଠାରେ ଏକଜୁଟ ହୋଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଥିଲେ। କଳିଙ୍ଗା, ଇଛାପୁର, ତାମ୍ପଳା, ରଘୁନାଥପୁର, ଭାକୀଡୀ, ଶାଳକଣିଆ, ପନ୍ଦାଡୋ, ତେନ୍ତୁଳିପଦୀ, ପୋଡାସିଙ୍ଗିଡ଼ି, କରଞ୍ଜବାଟି, ବୈଦାଖିଆ, ଠୂଣିଗାଁ ପ୍ରଭୃତି ଅଞ୍ଚଳରେ ଏକ ବାଇକ ରାଲି କରି ପ୍ରଚାର କରିଥିଲେ। ସମର୍ଥକ ମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବାବେଳେ ଭୋଟରଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅଭିମନ୍ୟୁ ଭୋଟରଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ବିଭିନ୍ନ ସ୍ଥାନରେ ମହିଳାମାନେ ଅଭିମନ୍ୟୁଙ୍କୁ ବନ୍ଦାପନା କରି ଶୁଭ ମନାସି ଥିଲେ। ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଧାୟକ ଏବଂ ଲୋକ ସଭା ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଅଭିମନ୍ୟୁ ଏବଂ ସମର୍ଥକମାନେ ପ୍ରଚାର ଜରିଆରେ ନିବେଦନ କରିଥିଲେ। ଜିଲା ପରିଷଦ ସଭ୍ୟ ବିମ୍ବାଧର ବିଶ୍ୱାଳ ଏବଂ ସୁକାନ୍ତି ଯେନା, ବାବୁ ଘଡେଇ, ବିଶ୍ୱନାଥ ଜେନା, କୁଳମଣି ରାଉତ ସମେତ ବହୁ ସଂଖ୍ୟାରେ ଯୁବ ଗୋଷ୍ଠୀ ଏବଂ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ପରେ ବି ଶିକ୍ଷକଙ୍କୁ ମିଳୁନି ସମ୍ପୂର୍ଣ୍ଣ ପେନ୍‌ସନ

ଭବାନୀପାଟଣା,୧୬ା୬ (ଉତ୍ତମ କୁମାର ଦାଶ)ସରକାରୀ କର୍ମଚାରୀ ଅବସର ପାଇବା ପରେ ପେନ୍‌ସନ୍‌ ପାଇବା ପାଇଁ ସରକାରୀ ବ୍ୟବସ୍ଥା ରହିଛି। ହେଲେ କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ...

ସଚେତନତାରେ ସୀମିତ ବିଇଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ

ବ୍ରହ୍ମପୁର,୧୬ା୬(ଅଶୋକ କୁମାର ସାହୁ)ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ...

ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ନାହିଁ ଏସି

ନୟାଗଡ଼,୧୬।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଶିଶୁ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏସି ନ ଥିବାରୁ ଗ୍ରୀଷ୍ମର ପ୍ରକୋପରେ...

୫- ଟି, ନବୀନ ଓଡ଼ିଶା ବ୍ୟାଗ୍‌ ପୋଡ଼ିଲେ

ବାଉଁଶୁଣୀ,୧୬ା୬(ଦେବାଶିଷ ନେପାକ)ବୌଦ୍ଧ ଜିଲା ବାଉଁଶୁଣୀ ଛକ ନିକଟରେ ଶନିବାର ୫- ଟି ଆମ ଓ ନବୀନ ଓଡ଼ିଶା ବ୍ୟାଗ୍‌କୁ ଭାଜପା କର୍ମୀ ପୋଡ଼ୁଥିବା ଦେଖିବାକୁ ମିଳିଛି।...

ପିସି ନେଲେ କି ଦେଲେ ଦଳରୁ ବିଦା: ମନମୋହନ

ଚାନ୍ଦବାଲି,୧୬ା୬(କିଷାନ ପାତ୍ର)ଓଡ଼ିଶାରେ ଏବେ ଭାଜପା ସରକାର ଗଠନ କରିଛି। ଭାଜପା ସରକାର ହେଉଛି ସାଧାରଣ ଲୋକଙ୍କ ସରକାର। ଲୋକଙ୍କ କାମ ସୁବିଧାରେ ଓ ମାଗଣାରେ ହେବ।...

ପୂର୍ବ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥାନରେ ଘର ନିର୍ମାଣ ଅଭିଯୋଗ

ପୁରୀ,୧୬ା୬(ଅଜିତ୍‌ କୁମାର ମହାନ୍ତି)ସନାତନ ହିନ୍ଦୁ ଧର୍ମରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ଥାନ ସର୍ବୋଚ୍ଚ। ଚାରିଗୋଟି ପୀଠ ମଧ୍ୟରୁ ପୁରୀର ଗୋବର୍ଦ୍ଧନ ପୀଠ ଅନ୍ୟତମ। ଆଦି ଶଙ୍କରଙ୍କ ପରେ...

ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ

ଭୁବନେଶ୍ବର,୧୫।୬: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଶନିବାର ପରଲୋକ ହୋଇଛି। ମୁରଲୀଧରଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ...

ହାଇଦ୍ରାବାଦରେ ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୫ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)- କଳାହାଣ୍ଡି ଜିଲାରେ ଦାଦନ ସମସ୍ୟା ଥମିବାର ନାଁ ଧରିନି। ଜିଲାର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri