ସର୍ବକାଳୀନ ଉଚ୍ଚରେ ନିଫ୍ଟି, ୬୦୦ ପଏଣ୍ଟ ସେନସେକ୍ସ ବୃଦ୍ଧି

ମୁମ୍ବାଇ, ୨୩।୫: ଗୁରୁବାର ଶେୟାର ବଜାର ଉପରେ ଲକ୍ଷ୍ମୀ ମା’ଙ୍କର ଶୁଭ ଦୃଷ୍ଟି ପଡିଛି। ଲୋକ ସଭା ନିର୍ବାଚନ ଶେଷ ଆଡକୁ ଆଗ୍ରଗତି କରୁଥିଲା ବେଳେ ଗୁରୁବାର ଦଲାଲ ଷ୍ଟ୍ରୀଟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ନିଫ୍ଟି ରେକର୍ଡ ସର୍ବକାଳୀନ ଉଚ୍ଚତାକୁ ଛୁଇଁଥିଲା ବେଳେ ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି ପାଇଛି।

ନିଫ୍ଟି ଏକ ପ୍ରତିଶତ ବୃଦ୍ଧି ସହିତ ସର୍ବକାଳୀନ ୨୨,୮୦୬.୨୦ ପଏଣ୍ଟ ଛୁଇଁଥିଲା ବେଳେ ସେନସେକ୍ସ ୭୪,୮୮୦.୧୧ ପଏଣ୍ଟ ଛୁଇଁଛି।

ଅଧିକାଂଶ ବ୍ୟାପକ ବଜାର ସୂଚକାଙ୍କ ମଧ୍ୟ ଇଣ୍ଟ୍ରା ଡେ ଟ୍ରେଡିଂ ସମୟରେ ଏକ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଯେଉଁଥିରେ ସମସ୍ତ ହେଭିୱେଟ୍ ଶେୟାର ଭଲ ପ୍ରଦର୍ଶନ କରିଥିଲେ। ତେବେ କାରବାର ସମୟରେ ଅସ୍ଥିରତା ମଧ୍ୟ ୧% ରୁ ଅଧିକ ବୃଦ୍ଧି ପାଇଛି।

ଆର୍ଥିକ, ବ୍ୟାଙ୍କିଙ୍ଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଷ୍ଟକଗୁଡିକରୁ ନିଫ୍ଟି ଆଇଟି, ନିଫ୍ଟି ଆର୍ଥିକ ସେବା ଏବଂ ନିଫ୍ଟି ବ୍ୟାଙ୍କର ଲାଭ ଦ୍ୱାରା ପ୍ରତିଫଳିତ ହେତୁ ବଜାରରେ ଉତ୍ସାହ ଦେଖାଯାଇଛି।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସରକାରଙ୍କୁ ୨.୧୧ ଲକ୍ଷ କୋଟି ଟଙ୍କାର ରେକର୍ଡ ଲାଭାଂଶ ପ୍ରଦାନ କରିବାକୁ ଘୋଷଣା କରିବା ପରେ ଏହି ଉତ୍ସାହ ଦେଖାଯାଇଛି। କାରଣ ଆରବିଆଇ ଘୋଷଣା କରିଥିବା ଆର୍ଥ ପୂର୍ବ ପୂର୍ବାନୁମାନଠାରୁ ଯଥେଷ୍ଟ ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘କର୍କଟ ଯତ୍ନର ସାମ୍ପ୍ରତିକ ଆଧୁନିକୀକରଣ’

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ କର୍କଟ ଯତ୍ନର ସାମ୍ପ୍ରତିକ ଆଧୁନିକରଣ ଉପରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ...

ବିଏମ୍‌ଏଫ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪ା୬: ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍‌ (ବିଏମ୍‌ଏଫ୍‌) ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ଟୋଟାଲ ମାର୍କେଟ ଇଣ୍ଡେକ୍ସ ଫଣ୍ଡ୍‌’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏହା ଏକ...

ଆୟୁଷ୍ମାନ ଏନ୍‌ଏସ୍‌ଏମ୍‌ର ନୂଆ ଚେହେରା

ଭୁବନେଶ୍ୱର,୨୪ା୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟର ଅଗ୍ରଣୀ ରିଟେଲ ୟୁନିଟ୍‌ ନେକ୍ସସ୍‌ ସିଲେକ୍ଟ ମଲ୍‌ ବା ଏନ୍‌ଏସ୍‌ଏମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର...

ଓଡ଼ିଶାରେ ପ୍ରଥମ ସିଏସ୍‌ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର,୨୪ା୬(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ଆଞ୍ଚଳିକ ପରିଷଦ (ପୂର୍ବ ଭାରତ)...

୫ ଲକ୍ଷ ଟନ୍‌ ପିଆଜ କିଣିବେ ସରକାର

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ପିଆଜର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବଫର୍‌ ଷ୍ଟକ ପାଇଁ ସରକାର ପ୍ରାୟ...

ଚିନ୍ତା ବଢ଼ାଉଛି ଡାଲି ଦର: ବେଆଇନ ମହଜୁଦକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ଗତ କିଛିଦିନ ଧରି ଓଡ଼ିଶା ସମେତ ସମଗ୍ର ଦେଶରେ ଖାଇବା ସାମଗ୍ରୀର ଦରଦାମ୍‌ ଅହେତୁକ ବୃଦ୍ଧି ଘଟିବାରେ ଲାଗିଛି। ବିଶେଷକରି ମାସକ ମଧ୍ୟରେ...

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି, ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୨୩।୬: ସମ୍ପ୍ରତି ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ ଉଦ‌ବେଗ ପ୍ରକାଶ କରିବା ସଙ୍ଗେ...

କର୍ମଚାରୀଙ୍କ ତୁଳନାରେ କମ ଦରମା ନିଅନ୍ତି ଗୌତମ ଆଦାନୀ: ଦରମା ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୬: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ତଥା ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଦରମା ସମ୍ପର୍କରେ ଏକ ମଜାଦାର ସୂଚନା ସାମ୍ନାକୁ ଆସିଛି। ୨୦୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri