Home Left

ଆୟୁଷ୍ମାନ କାର୍ଡରେ ମିଳିବ କ୍ୟାନ୍ସର ଚିକିତ୍ସା: ମନ୍ତ୍ରୀ

ଭୁବନେଶ୍ୱର,୧୮।୭: ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ କାର୍ଡରେ କ୍ୟାନ୍ସର ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ପୂର୍ବରୁ ଚଳିତ ବଜେଟରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର ଆରୋଗ୍ୟ ଯୋଜନା…

Sonam Wangchuk: ଅନଶନରେ ବସିଥିବା ସୋନମ ୱାଙ୍ଗଚୁକ କିପରି ଟଙ୍କା ରୋଜଗାର କରନ୍ତି, ବର୍ତ୍ତମାନ ତାଙ୍କର ସମ୍ପତ୍ତି କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୭: ପରିବେଶ କର୍ମୀ, ଇଞ୍ଜିନିୟର ଏବଂ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯାହା ତାଙ୍କ ନାମକୁ ପୁଣି ଥରେ ଖବରର ଶିରୋନାମାରେ…

ମୁଖ୍ୟ ରାସ୍ତା ଶୋଚନୀୟ: ଯାତାୟାତରେ ନାହିଁ ସୁବିଧା, ପାଲଟିଛି ମରଣଯନ୍ତା

ରିଷିଡା, ୧୮।୭ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଗ୍ରାମର ମୁଖ୍ୟ ରାସ୍ତା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି। ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଜରାଜୀର୍ଣ୍ଣ ହୋଇପଡ଼ିଥିବା ବେଳେ ବଡ଼ ବଡ଼ ଖାଲ, ଉଚ୍ଚନୀଚ ସ୍ଥାନ, ଭାଙ୍ଗିଯାଇଥିବା…

Bullet Train: ତେଲଙ୍ଗାନାରେ ୬୫୦ଏକର ଜମି ଉପରେ ଲଢ଼େଇ! ବୁଲେଟ ଟ୍ରେନ ପ୍ରକଳ୍ପ ବିରୋଧରେ ପ୍ରତିବାଦ ଆରମ୍ଭ କଲେଣି ଚାଷୀ

ତେଲଙ୍ଗାନା,୧୮।୭: ରଙ୍ଗା ରେଡ୍ଡି ଜିଲାର ଶମଶାବାଦ ମଣ୍ଡଳର ବାହାଦୁରଗୁଡ଼ା ଗାଁରେ ଉତ୍ତେଜନା ଦେଖାଦେଇଛି, ଯେଉଁଠାରେ ଚାଷୀମାନେ ବୁଲେଟ ଟ୍ରେନ ହବ ପାଇଁ ସେମାନଙ୍କ ଜମିର ପ୍ରସ୍ତାବିତ ଅଧିଗ୍ରହଣକୁ ବିରୋଧ କରୁଛନ୍ତି। ସରକାରଙ୍କ ସ୍ପଷ୍ଟ, ଲିଖିତ ପ୍ରତିଶ୍ରୁତି ବିନା ସେମାନେ ସେମାନଙ୍କ ଜମି…

ସମୁଦ୍ରରେ ୨,୦୦୦ ମିଟର ଗଭୀରତାରେ ପହଞ୍ଚିଛି ପ୍ଲାଷ୍ଟିକ ପ୍ରଦୂଷଣ; ଏହା ସାମୁଦ୍ରିକ ଜୀବନକୁ କିପରି ପ୍ରଭାବିତ କରୁଛି ଜାଣନ୍ତୁ

ନୂଆଦିଲ୍ଲୀ,୧୮।୭: ପ୍ଲାଷ୍ଟିକ ପ୍ରଦୂଷଣ ଏକ ବିଶ୍ୱ ପରିବେଶଗତ ସଙ୍କଟ ପାଲଟିଛି; ମାଇକ୍ରୋପ୍ଲାଷ୍ଟିକ (ଛୋଟ ପ୍ଲାଷ୍ଟିକ ଖଣ୍ଡ) ଏତେ ବ୍ୟାପକ ଭାବରେ ବ୍ୟାପିଛି ଯେ ସେମାନେ ସମୁଦ୍ର ଗଭୀରତାରେ ପହଞ୍ଚି ଯାଇଛନ୍ତି ଯେଉଁଠାରେ ମଣିଷ ନିଜେ ଏପର୍ଯ୍ୟନ୍ତ ପହଞ୍ଚିବାକୁ ସାହସ କରିନାହିଁ। ଏକ…

2026 ବିଶ୍ୱକପରେ ଗୋଲଡେନ ବୁଟ ପୁରସ୍କାରରୁ ବଞ୍ଚିତ ହୋଇପାରନ୍ତି Lionel Messi, ଜାଣନ୍ତୁ କାହିଁକି

ଟରଣ୍ଟୋ,୧୮।୭: ଲିଓନେଲ ମେସି ଏବଂ କିଲିଆନ ଏମବାପ୍ପେ 2026 ଫିଫା ବିଶ୍ୱକପରେ ମିଳିତ ଭାବରେ ସର୍ବାଧିକ ଗୋଲ ସ୍କୋରର; ଉଭୟ 8 ଗୋଲ କରିଛନ୍ତି। ଫ୍ରାନ୍ସ ଟାଇଟଲ ଦୌଡ଼ରୁ ବାହାରକୁ ଆସିଛି, ଯେତେବେଳେ ଆର୍ଜେଣ୍ଟିନା ଲଗାତାର ଦ୍ୱିତୀୟ ସଂସ୍କରଣ ପାଇଁ ଟାଇଟଲ…

୮୦ ନୂଆ ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶ: ଗଞ୍ଜାମରୁ ୧୧, ଜାଣନ୍ତୁ କେଉଁ କଲେଜରେ କିଏ…

ଭଞ୍ଜନଗର,୧୮ା୭(ବାବୁଲା ପ୍ରଧାନ): ରାଜ୍ୟ ସରକାର ରାଜ୍ୟରେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଖାଲିଥିବା ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଶନିବାର ୮୦ ଜଣ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶିତ କରିଛନ୍ତି। ନୂତନ ଅଧ୍ୟକ୍ଷମାନେ ୨୦ ତାରିଖ ସୁଦ୍ଧା ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।…

ଗୋ’ଶାଳା ପରିଚାଳନାରେ ଅବ୍ୟବସ୍ଥା ଅଭିଯୋଗ: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ବଲାଙ୍ଗୀର,୧୮ା୭(ସୁନିଲ କୁମାର ମହାନ୍ତି): ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ ପକ୍ଷରୁ ଶନିବାର ବଲାଙ୍ଗୀର ସହରର ପୃଥ୍ବୀରାଜ ଗୋ’ଶାଳାର ଅବ୍ୟବସ୍ଥା ଏବଂ ପରିଚାଳନା କମିଟିର ମନମୁଖୀ କାର୍ଯ୍ୟ ବିରୋଧରେ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ପରିଷଦ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଜିଲାପାଳ…

ଗାଁ ଭିତରେ ପଶିଲେ ଭାଲୁ ପଲ, ଲୋକେ ଭୟଭୀତ ହୋଇ…

ଝରିଗାଁ,୧୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମକାଚାଷ ବଢ଼ିବା ଫଳରେ ରହିଥିବା ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଯାହା ଫଳରେ ଜଙ୍ଗଲରେ ରହିଥିବା ହିଂସ୍ରଜନ୍ତୁ ପ୍ରାୟତଃ ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହୋଇଥିବା ଦେଖାଦେଇଛି। ସପ୍ତାହେ ମଧ୍ୟରେ ଗୁରୁସିଙ୍ଗା ଜଙ୍ଗଲରୁ…

ଘୋଷଯାତ୍ରାରେ ବିରଳ ଦୃଶ୍ୟ: ସମୁଦ୍ର ପାଣିକୁ ଦୁଇ ଭାଗ କଲେ ଷଣ୍ଢ

ପୁରୀ, ୧୮।୭(ଅଜିତ୍ ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ପବିତ୍ର ସମୁଦ୍ରରେ ସ୍ନାନ କରି ପୁଣ୍ୟଲାଭ କରୁଛନ୍ତି। ଭକ୍ତମାନଙ୍କ…

ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲିଙ୍କୁ ନେଇ ଏମିତି କହିଲା ପାକିସ୍ତାନ, କଡ଼ମଡ଼ ହେଲେଣି ପ୍ରଶଂସକ

ନୂଆଦିଲ୍ଲୀ,୧୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବର୍ତ୍ତମାନ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଚାଲିଛି। କାର୍ଡିଫରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ସମୟରେ, ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଦାବି କରାଯାଇଛି ଯେ ଲର୍ଡସରେ ତୃତୀୟ ଏକଦିବସୀୟ ମ୍ୟାଚ…

ପୋଲର ସୁରକ୍ଷାବାଡ଼ରେ ପିଟିହେଲା ବୁଲେଟ୍‌, ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୧୮ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି ଡେଣୁଆ ରାସ୍ତାର ଜହ୍ନେଇ ନାଳ ପୋଲ ସୁରକ୍ଷାବାଡ଼ରେ ବୁଲେଟ ଧକ୍କା ଦେଇ ଜଣେ ୨୯ ବର୍ଷୀୟ ଯୁବକ ପୋଲ ତଳକୁ ଖସି ପଡ଼ିଥିଲେ। ଧରଣୀଧର ମେଡିକାଲ କଲେଜରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?