ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚିଛି। ଡାକ୍ତରୀ ଟିମ୍‌ ଘରକୁ ଘର ବୁଲି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା ସେବା ଆରମ୍ଭ ହୋଇଛି। ଦୁଇଦିନ ଭିତରେ ଗାଁରେ ୨୯ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହେବା ଚିନ୍ତାର ବିଷୟ ହୋଇଛି।

ଅନୁଗୋଳ ଜିଲା ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌ରେ ଜଣଙ୍କର ମୃତ୍ୟୁପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନେକ ଲୋକ ଜ୍ୱର, ମୁଣ୍ଡବ୍ୟଥା ଓ ଦେହ ହାତଗୋଡ଼ ଘୋଳାବିନ୍ଧା ଭଳି ଲକ୍ଷଣ ଅନୁଭବ କରୁଥିବା ଜଣାପଡ଼ିଛି। ଗାଁରେ ଏଭଳି ସ୍ଥିତି ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି।

ଅନ୍ୟପକ୍ଷେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇପଡିଛି। ଜିଲାରୁ ଏକ ଡାକ୍ତରୀ ଟିମ ଦୁଇ ଦିନ ହେବ ଗାଁରେ ଘରକୁ ଘର ଯାଇ ରକ୍ତ ନମୁନା ସଂଗ୍ରହ କରୁଛି।
ବର୍ତ୍ତମାନ ସୁଦ୍ଧା ଦୁଇ ଦିନରୁ ପ୍ରଥମ ଦିନରେ ୬୦ଜଣକ ରକ୍ତ ନମୁନାରୁ ୭ ଜଣ ପଜିଟିଭ ଥିବା ବେଳେ ରବିବାର ୧୨୦ ଜଣକଙ୍କ ମଧ୍ୟରୁ ୨୨ଜଣ ପଜିଟିଭ ଥିବା ଜଣାପଡ଼ିଛି।

ଏ ନେଇ ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ମଦନ ମୋହନ ପ୍ରଧାନଙ୍କ କହିବା ଅନୁଯାୟୀ ସଚେତନଟା ଓ ଟେଷ୍ଟ ପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେଉଁମାନଙ୍କୁ ଜ୍ୱର ହୋଇଛି ସେମାନକୁ ପ୍ରଥମିକତା ଦେଇ ଟେଷ୍ଟ ଜାରି ରହିଛି ଓ ଯାହା ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର କରାଯାଉଛି।

ସୋମବାର ୩୩ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବବେଳେ ସମସ୍ତ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି I ତେବେ ୩ଦିନ ମଧ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି I

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ଔଷଧ ସିଞ୍ଚନ କରାଯାଉଥିବା ବେଳେ ଡାକ୍ତରୀ ଦଳ ସାନବାଗଦରୀ ଗାଁରେ କ୍ୟାମ୍ପ କରି ଲୋକଙ୍କ ଟେଷ୍ଟିଙ୍ଗ ଏବଂ ସ୍କ୍ରିନିଙ୍ଗ ଜାରି ରଖିଛି । ବର୍ତ୍ତମାନ ସମସ୍ତ ଟେଷ୍ଟ ରାପିଡ଼ ଟେଷ୍ଟିଙ୍ଗ କିଟ୍‌ ମାଧ୍ୟମରେ କରାଯାଉଛି ଏବଂ ପରେ ଜିଲା ମୁଖ୍ୟାଳୟ ଡାକ୍ତରଖାନାକୁ ନମୁନା ପଠାଯାଇ ଏଲିଶା ରିଡର ସାହାଯ୍ୟରେ ଟେଷ୍ଟ କରାଯିବ ବୋଲି ଡାକ୍ତରୀ ଟିମ୍‌ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ: ୧.୧୧ ଲକ୍ଷ ଜଣଙ୍କ ଆକାଉଣ୍ଟକୁ ଗଲା ୬୯.୨୩ କୋଟି ଟଙ୍କା

ଭୁବନେଶ୍ୱର, ୨୮।୧୦: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀମାନେ ଦେଇଥିବା ବଳକା…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: କାଲି କନ୍ଧମାଳର ସବୁ ସ୍କୁଲ୍‌ ଛୁଟି ଘୋଷଣା

ଫୁଲବାଣୀ,୨୮ା୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି (ଗୁରୁବାର)…

ନଭେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ୩୩ ଦିନ ଧରି ଚାଲିବ…

ଭୁବନେଶ୍ୱର, ୨୮।୧୦: ଆସନ୍ତା ନଭେମ୍ବର ୧୮ ତାରିଖରୁ ଓଡ଼ିଶା ବିଧାନସଭାର ୧୭ତମ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର…

କୋଟିଆରୁ ଫେରିବା ବାଟରେ ଧସିଲା ପାହାଡ଼: ଫସି ରହିଛନ୍ତି ୩ ଶିଶୁ ବିକାଶ ସୁପ୍ରଭାଇଜର, ଉଦ୍ଧାର କାର୍ଯ୍ୟ ଜାରି

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ରେ ପାହାଡ଼ ଧସିବା କାରଣରୁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। କୋଟିଆ…

ମହାକାଳପଡ଼ା ବାୟା ବାବା କଲେଜ: ସୌମ୍ୟଜିତ ସଭାପତି, ସମ୍ପୂର୍ଣ୍ଣା ସମ୍ପାଦିକା ଭାବେ ଶପଥ ନେଲେ

ମହାକାଳପଡ଼ା, ୨୮।୧୦(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ସଦର ମହକୁମାସ୍ଥିତ ଶ୍ରୀ ଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚିତ ପ୍ରତିନିଧିମାନଙ୍କ ଶପଥ ଗ୍ରହଣ…

ଭଞ୍ଜନଗରରେ ଟଳିଲା ବାତ୍ୟା ଆଶଙ୍କା: କମୁଛି ନଦୀର ଜଳସ୍ତର, ଡ୍ୟାମ୍‌ରୁ ଜଳ ନିଷ୍କାସନ ବନ୍ଦ

ଭଞ୍ଜନଗର, ୨୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଟଳିଯାଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଆକାଶ ମେଘମୁକ୍ତ ହେବା…

ପଣ୍ଡିତରାୟ ସାହି ଜୁଆ ଆଡ୍ଡା ଉପରେ ପୋଲିସର ଅତର୍କିତ ଚଢ଼ାଉ: ୧୧ ଜୁଆଡ଼ି ଗିରଫ, ଅନ୍ଧାରର ସୁଯୋଗ ନେଇ…

ଦିଗପହଣ୍ଡି/ଚିକିଟି, ୨୮।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ପଣ୍ଡିତରାୟ ସାହିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚିକିଟି ଫାଣ୍ଡି ପୋଲିସ୍ ଅତର୍କିତ ଚଢ଼ାଉ…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବେହାଲ ଦିଗପହଣ୍ଡି : ମୁଖ୍ୟ ରାସ୍ତାରେ ୩ ଫୁଟ୍‌ର ପାଣି, ବ୍ୟାଙ୍କ୍‌- ଘରେ ପଶିଲା ନର୍ଦ୍ଦମା ଜଳ

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ତୁହାକୁ ତୁହା ମୁଷଳଧାରାରେ ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି। ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?