ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚିଛି। ଡାକ୍ତରୀ ଟିମ୍‌ ଘରକୁ ଘର ବୁଲି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା ସେବା ଆରମ୍ଭ ହୋଇଛି। ଦୁଇଦିନ ଭିତରେ ଗାଁରେ ୨୯ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହେବା ଚିନ୍ତାର ବିଷୟ ହୋଇଛି।

ଅନୁଗୋଳ ଜିଲା ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌ରେ ଜଣଙ୍କର ମୃତ୍ୟୁପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନେକ ଲୋକ ଜ୍ୱର, ମୁଣ୍ଡବ୍ୟଥା ଓ ଦେହ ହାତଗୋଡ଼ ଘୋଳାବିନ୍ଧା ଭଳି ଲକ୍ଷଣ ଅନୁଭବ କରୁଥିବା ଜଣାପଡ଼ିଛି। ଗାଁରେ ଏଭଳି ସ୍ଥିତି ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି।

ଅନ୍ୟପକ୍ଷେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇପଡିଛି। ଜିଲାରୁ ଏକ ଡାକ୍ତରୀ ଟିମ ଦୁଇ ଦିନ ହେବ ଗାଁରେ ଘରକୁ ଘର ଯାଇ ରକ୍ତ ନମୁନା ସଂଗ୍ରହ କରୁଛି।
ବର୍ତ୍ତମାନ ସୁଦ୍ଧା ଦୁଇ ଦିନରୁ ପ୍ରଥମ ଦିନରେ ୬୦ଜଣକ ରକ୍ତ ନମୁନାରୁ ୭ ଜଣ ପଜିଟିଭ ଥିବା ବେଳେ ରବିବାର ୧୨୦ ଜଣକଙ୍କ ମଧ୍ୟରୁ ୨୨ଜଣ ପଜିଟିଭ ଥିବା ଜଣାପଡ଼ିଛି।

ଏ ନେଇ ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ମଦନ ମୋହନ ପ୍ରଧାନଙ୍କ କହିବା ଅନୁଯାୟୀ ସଚେତନଟା ଓ ଟେଷ୍ଟ ପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେଉଁମାନଙ୍କୁ ଜ୍ୱର ହୋଇଛି ସେମାନକୁ ପ୍ରଥମିକତା ଦେଇ ଟେଷ୍ଟ ଜାରି ରହିଛି ଓ ଯାହା ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର କରାଯାଉଛି।

ସୋମବାର ୩୩ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବବେଳେ ସମସ୍ତ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି I ତେବେ ୩ଦିନ ମଧ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି I

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ଔଷଧ ସିଞ୍ଚନ କରାଯାଉଥିବା ବେଳେ ଡାକ୍ତରୀ ଦଳ ସାନବାଗଦରୀ ଗାଁରେ କ୍ୟାମ୍ପ କରି ଲୋକଙ୍କ ଟେଷ୍ଟିଙ୍ଗ ଏବଂ ସ୍କ୍ରିନିଙ୍ଗ ଜାରି ରଖିଛି । ବର୍ତ୍ତମାନ ସମସ୍ତ ଟେଷ୍ଟ ରାପିଡ଼ ଟେଷ୍ଟିଙ୍ଗ କିଟ୍‌ ମାଧ୍ୟମରେ କରାଯାଉଛି ଏବଂ ପରେ ଜିଲା ମୁଖ୍ୟାଳୟ ଡାକ୍ତରଖାନାକୁ ନମୁନା ପଠାଯାଇ ଏଲିଶା ରିଡର ସାହାଯ୍ୟରେ ଟେଷ୍ଟ କରାଯିବ ବୋଲି ଡାକ୍ତରୀ ଟିମ୍‌ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ୩୧।୮(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri