Home Left

ପ୍ରଫୁଲ୍ଲ ପଟେଲଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨।୬: କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ହୋଇଥିବା ବେସାମରିକ ବିମାନ ଚଳାଚଳ ବିଭାଗ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ପୂର୍ବତନ ମନ୍ତ୍ରୀ ତଥା ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ ସମନ ଜାରି କରିଛି। ୨୦୦୮-୦୯ରେ ଏହି ଦୁର୍ନୀତି…

ରୁଷିଆ ପ୍ଲାଣ୍ଟରେ ବିସ୍ଫୋରଣ

ମସ୍କୋ,୨ା୬(ଏଏଫ୍‌ପି): କେନ୍ଦ୍ରୀୟ ରୁଷିଆର ଏକ ପ୍ଲାଣ୍ଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪୨ ଆହତ ହୋଇଥିବାବେଳେ ଆଖପାଖର ୨୦୦ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହାସହ ୨ ଜଣ ନିଖୋଜ ହୋଇଯାଇଛନ୍ତି। ବିସ୍ଫୋରଣ ଯୋଗୁ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି।…

୧୪ରେ ରିଲିଜ ହେବ ‘ଗେମ୍‌ ଓଭର’

ମୁମ୍ବାଇ: ଆଗାମୀ ବହୁଭାଷିକ ଥ୍ରିଲର ‘ଗେମ୍‌ ଓଭର’ ରିଲିଜ ଅପେକ୍ଷାରେ ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ। । ଏଥିରେ ସେ ଜଣେ ଭିନ୍ନକ୍ଷମ ଚରିତ୍ରରେ ଅଭିନୟ କରିଛନ୍ତି। ଏକ ହୁଇଲ୍‌ ଚେୟାରରେ ନିଜର ଜୀବନ ସଂଗ୍ରାମ ଜାରି ରଖିଛନ୍ତି। ଅଶ୍ୱିନ ସର୍ବାନନ୍‌ଙ୍କ…

ରାଜ୍ୟସ୍ତରୀୟ ଆମ୍ବ ମେଳା ଉଦ୍‌ଘାଟିତ: ୧୦ରୁ ଊର୍ଦ୍ଧ୍ୱ କିସମର ଆମ୍ବ ପ୍ରଦର୍ଶନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍‌ମାସ୍‌) ତଥା ଓଡ଼ିଶା ଜୀବିକା ମିଶନର ମିଳିତ ଉଦ୍ୟମରେ ଶନିବାର ରାଜ୍ୟସ୍ତରୀୟ ଆମ୍ବ ମେଳା ଉଦ୍‌ଘାଟିତ ହୋଇଛି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ…

୫ ଜୀବନ ବଞ୍ଚାଇ ଭାସିଗଲେ ଗାଇଡ୍‌

ଶ୍ରୀନଗର,୨ା୬(ପି.ଟି.): ଦୁଇ ବିଦେଶୀଙ୍କ ସମେତ ୫ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବା ପରେ ଜଣେ ଟୁରିଷ୍ଟ ଗାଇଡ୍‌ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଜମ୍ମୁ-କଶ୍ମୀରସ୍ଥିତ ଅନ୍ତନନାଗ ଜିଲା ପହଲ୍‌ଗାମର ଏକ ରିସର୍ଟରେ। ଦକ୍ଷିଣ କଶ୍ମୀରର ମାଓ୍ବୁରା ପହଲଗାମସ୍ଥିତ…

୫ରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୫ ତାରିଖରୁ ଭୁବନେଶ୍ୱର ଓ ଛତିଶଗଡ଼ ରାଜଧାନୀ ରାୟପୁରକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଆଲିଆନ୍ସ ଏୟାର ଏହି ସେବା ପ୍ରଦାନ କରିବ। ସକାଳ ୯ଟା ୫ରୁ ଭୁବନେଶ୍ୱର ବିମାନବନ୍ଦରରୁ…

କୋରାପୁଟ ମେଡିକାଲ : ବିଜୁଳି ଗଲେ ଟର୍ଚ୍ଚ ଲାଇଟରେ ଚିକିତ୍ସା

କୋରାପୁଟ,୨ା୬(ସ୍ବ.ପ୍ର.)କୋରାପୁଟ ମେଡିକାଲ ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଚାଲିଛି। କେତେବେଳେ ମେଡିକାଲରେ ବିଦ୍ୟୁତ କଟିଗଲେ ମେଡିକାଲ ସେବା ଟର୍ଚ୍ଚ ଲାଇଟରେ କରାଯାଉଛି ତ ପୁଣି କେତେବେଳେ ବିଭିନ୍ନ ବିଭାଗ ଥାଇ ମଧ୍ୟ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ଉପଯୁକ୍ତ ସେବା ପାଇପାରୁ…

ମୁଖ୍ୟସ୍ରୋତକୁ ଫେରିଲେ ୫ ଆତଙ୍କବାଦୀ

ଶ୍ରୀନଗର୨ା୬(ପି.ଟି.): ଆତଙ୍କବାଦରେ ଜର୍ଜରିତ ଜମ୍ମୁ-କଶ୍ମୀରରୁ ଶନିବାର ଏକ ଭଲ ଖବର ଆସିଛି। କୁଲଗାମ ଜିଲାର ୫ ଆତଙ୍କବାଦୀ ଅସ୍ତ୍ରତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି। ବିଭିନ୍ନ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିବା ୫ ଯୁବକଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଲାଗି ସେମାନଙ୍କ…

ଶିକ୍ଷକ ସ୍ବାମୀକୁ ଲଣ୍ଡା, ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଲେ; ଲଜ୍ଜାରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଜଣେ ଶିକ୍ଷକଙ୍କୁ ଲୋକେ ଲଣ୍ଡା କରିବା ସହ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଛନ୍ତି। ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରୁକିଟି ବସ୍ତିରେ କିଛିଦିନ ତଳେ ଘଟିଥିବା ଏହି ସ୍ପର୍ଶକାତର ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି।…

୫ ମହିଳାଙ୍କୁ ଚୁମ୍ବନ ଦେଲେ ଡୁଟେର୍ଟେ

ଟୋକିଓ,୨ା୬(ଆଇଏଏନ୍‌ଏସ୍‌ ): ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ବିଚିତ୍ର କାରନାମାକୁ ନେଇ ଏବେ ଚର୍ଚ୍ଚାରେ। ସେ ଜାପାନର ରାଜଧାନୀ ଟୋକିଓରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ମଞ୍ଚ ଉପରେ ଲଗାତର ୫ ମହିଳାଙ୍କୁ ଚୁମ୍ବନ ଦେଇଛନ୍ତି। ସେହି ସୁନ୍ଦରୀ ମହିଳାମାନେ…

ଚନ୍ଦ୍ରକୁ ଉପକରଣ ପଠାଇବ ନାସା

ଓ୍ବାଶିଂଟନ୍‌: ୧୯୭୦ ପରେ ପ୍ରଥମଥର ପାଇଁ ଆମେରିକା ଚନ୍ଦ୍ରପୃଷ୍ଠକୁ ବୈଜ୍ଞାନିକ ଉପକରଣ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ୨୦୨୦ ଓ ୨୦୨୧ରେ ଏହି ଉପକରଣ ପଠାଯିବା ପରେ ୨୦୨୪ରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଯାଇ ସେଠାରେ ଜୀବସତ୍ତା ତିଷ୍ଠିବ କି ନା…

ବିଭିନ୍ନ ସହରରେ ଅଗ୍ନିଶମ ବିଭାଗର ଚଢ଼ାଉ: କୋଚିଂ ସେଣ୍ଟରଗୁଡ଼ିକରେ ବିପଜ୍ଜନକ ସ୍ଥିତି, ଏଷ୍ଟିଂଗୁଇସର ଝୁଲାରେ ସୀମିତ ରହିଛି ଆଇନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)-ଗୁଜରାଟର ସୁରଟରେ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଏବେ ଓଡ଼ିଶା ଅଗ୍ନିଶମ ବିଭାଗ ତତ୍ପର ହୋଇଉଠିଛି। ଗୃହ ବିଭାଗର ନିର୍ଦ୍ଦେଶ ପରେ ରାଜ୍ୟରେ ଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଚଢାଉ ଆରମ୍ଭ ହୋଇଛି। ଶନିବାର ରାଉରକେଲାରେ ୧୩ଟି, ବାଲେଶ୍ୱର, ସମ୍ବଲପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?