ସାନୋ, ୨୩।୯: ଜାପାନ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍ରେ ଭାରତୀୟ ଓପନର୍ ଅଭିଷେକ ଶର୍ମାଙ୍କ ପାଇଁ ନିରାଶାଜନକ ରହିଛି। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିବା ବେଳେ ଅଭିଷେକ ପ୍ରଥମ ବଲ୍ରେ ହିଁ ଶୂନ୍ୟରେ ଆଉଟ ହୋଇଥିଲେ।
ଚାର୍ଲି ହାରା-ହିଞ୍ଜେଙ୍କ ବଲ୍ରେ ଅଭିଷେକ ଶଟ ଖେଳିବାକୁ ଯାଇ ଶୋମା ସୁଗାୟା-ସ୍ଲେଟରଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ। ଏହା ଚଳିତବର୍ଷ ତାଙ୍କର ଅନ୍ତର୍ଜାତୀୟ ଟି-୨୦ରେ ସପ୍ତମ ଶୂନରେ ଆଉଟ ହେବା।
ଜାପାନ ବିପକ୍ଷରେ ଶୂନ୍ୟ ସହ ଅଭିଷେକ ୨୦୨୬ରେ ସମସ୍ତ ଟି-୨୦ ମ୍ୟାଚ୍ରେ ମୋଟ ୧୦ ଥର ହୋଇଛନ୍ତି। ଏହା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଜଣେ ବ୍ୟାଟରଙ୍କ ଦ୍ୱାରା ଟି-୨୦ ରେ ସର୍ବାଧିକଥର ଶୂନରେ ଆଉଟ ହେବା ରେକର୍ଡ। ପୂର୍ବରୁ ରଶିଦ ଖାନ ୨୦୧୯ରେ ଏବଂ ଶାଦବ ଖାନ ୨୦୨୪ରେ ୯-୯ ଥର ଶୂନରେ ଆଉଟ ହୋଇଥିଲେ।
୨୦୨୬ରେ ଅନ୍ତର୍ଜାତୀୟ ଟି-୨୦ରେ ଅଭିଷେକ ଏପର୍ଯ୍ୟନ୍ତି ୭ଥର ଆଉଟ ହୋଇଛନ୍ତି। ରହିଛି। ଏହି ସଂଖ୍ୟା ସହ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ T20I ଶୂନ ଆଉଟ୍ ହେବା ରେକର୍ଡ ସହ ସମକକ୍ଷ କରିଛନ୍ତି।
ଜାପାନ ବିପକ୍ଷରେ ଗୋଲ୍ଡେନ ଡକ(ପ୍ରଥମ ବଲ୍ରେ ଶୂନ) ସହ ଅଭିଷେକ ୨୦୨୬ରେ ଅନ୍ତର୍ଜାତୀୟ ଟି-୨୦ରେ ପଞ୍ଚମ ଥର ପ୍ରଥମ ବଲ୍ରେ ଆଉଟ ହୋଇଛନ୍ତି। ଭାରତୀୟ ଓପନର୍ ଭାବେ T20Iରେ ସର୍ବାଧିକ ଗୋଲ୍ଡେନ ଡକରେ ଆଉଟ୍ ହେବାର ଅଲୋଡ଼ା ରେକର୍ଡ ମଧ୍ୟ ଏବେ ତାଙ୍କ ନାମରେ ରହିଛି।
ତେବେ ଏହାର କିଛି ଦିନ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ସେ ମାତ୍ର ୩୦ ବଲ୍ରେ ଶତକ ହାସଲ କରିଥିଲେ। ମୋଟ ୩୪ ବଲ୍ରେ ୧୦୮ ରନ୍ର ବିସ୍ଫୋରକ ଇନିଂସ ଖେଳି ସେ ଭାରତୀୟ ବ୍ୟାଟରଙ୍କ ଦ୍ରୁତତମ T20I ଶତକର ରେକର୍ଡ ମଧ୍ୟ ଭାଙ୍ଗିଥିଲେ।
Dharitri – Odisha’s No.1 Odia Daily

