Posted inTrending, ଖେଳ

ସଚିନଙ୍କ ରେକର୍ଡ ଚୁର୍‌ମାର୍‌: କ୍ରିକେଟ୍‌ର ନୂଆ ବାଦ୍‌ଶାହା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଷ୍ଟାର୍‌ ବ୍ୟାଟର୍‌ ଜୋ ରୁଟ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ରୁଟ ୨୩ ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଛନ୍ତି। ଏହା ସହିତ ସେ ବିଶ୍ୱର ଅଷ୍ଟମ ବ୍ୟାଟର୍‌ ଭାବେ ଏହି ମାଇଲଷ୍ଟୋନ ଛୁଇଁଛନ୍ତି। ଏହି ଉପଲବ୍ଧି ସହ ରୁଟ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି। ୨୩ ହଜାର ଅନ୍ତର୍ଜାତୀୟ ରନ ପୂରଣ କରିବାରେ ରୁଟ ଏବେ ଦ୍ୱିତୀୟ ଦ୍ରୁତତମ ବ୍ୟାଟର୍‌ ହୋଇଛନ୍ତି।

ଜୋ ରୁଟ ମାତ୍ର ୫୨୧ଟି ପାଳିରେ ୨୩ ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଛନ୍ତି। ଅନ୍ୟପକ୍ଷରେ ସଚିନ ତେନ୍ଦୁଲକର ୫୨୨ଟି ପାଳିରେ ଏହି ସଂଖ୍ୟାରେ ପହଞ୍ଚିଥିଲେ। ଏହି ତାଲିକାର ଶୀର୍ଷରେ ଭାରତର ବିରାଟ କୋହଲି ଅଛନ୍ତି। ସେ ମାତ୍ର ୪୯୦ଟି ପାଳିରେ ୨୩ ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଥିଲେ।

ଇଂଲଣ୍ଡ ପାଇଁ ରୁଟ ପୂର୍ବରୁ ହିଁ ସର୍ବାଧିକ ଅନ୍ତର୍ଜାତୀୟ ରନ ସଂଗ୍ରହ କରିଥିବା ବ୍ୟାଟର। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଲିଷ୍ଟର୍‌ କୁକ ରହିଛନ୍ତି। କୁକଙ୍କ ନାମରେ ୧୫,୭୩୭ ଅନ୍ତର୍ଜାତୀୟ ରନ ରହିଛି।

ଜୋ ରୁଟ ତାଙ୍କ ୩୯୪ତମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୨୩ ହଜାର ରନ୍ର ମାଇଲଷ୍ଟୋନ ହାସଲ କରିଛନ୍ତି। ସର୍ବାଧିକ ଅନ୍ତର୍ଜାତୀୟ ରନ ସଂଗ୍ରହକାରୀଙ୍କ ତାଲିକାରେ ଭାରତର ପୂର୍ବତନ ମହାନ ବ୍ୟାଟର୍‌ ରାହୁଲ ଦ୍ରାବିଡ ୨୪,୨୦୮ ରନ ସହ ସପ୍ତମ ସ୍ଥାନରେ ଅଛନ୍ତି। ରୁଟ ଏବେ ତାଙ୍କଠାରୁ ମାତ୍ର ୧,୨୦୮ ରନ ପଛରେ ଅଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ରନ କରିଥିବା ୮ ବ୍ୟାଟର୍‌

-ସଚିନ ତେନ୍ଦୁଲକର (ଭାରତ): ୬୬୪ ମ୍ୟାଚ, ୩୪,୩୫୭ ରନ
-ବିରାଟ କୋହଲି (ଭାରତ): ୫୬୨ ମ୍ୟାଚ, ୨୮,୩୫୯ ରନ
-କୁମାର ସାଙ୍ଗାକାରା (ଶ୍ରୀଲଙ୍କା): ୫୯୪ ମ୍ୟାଚ, ୨୮,୧୦୬ ରନ
-ରିକି ପଣ୍ଟିଂ (ଅଷ୍ଟ୍ରେଲିଆ): ୫୬୦ ମ୍ୟାଚ, ୨୭,୪୮୩ ରନ
-ମହେଲା ଜୟବର୍ଦ୍ଧନେ (ଶ୍ରୀଲଙ୍କା): ୬୫୨ ମ୍ୟାଚ, ୨୫,୯୫୭ ରନ
-ଜ୍ୟାକ କାଲିସ (ଦକ୍ଷିଣ ଆଫ୍ରିକା): ୫୧୯ ମ୍ୟାଚ, ୨୫,୫୩୪ ରନ
– ରାହୁଲ ଦ୍ରାବିଡ (ଭାରତ): ୫୦୯ ମ୍ୟାଚ, ୨୪,୨୦୮ ରନ
-ଜୋ ରୁଟ (ଇଂଲଣ୍ଡ): ୩୯୪ ମ୍ୟାଚ, ୨୩,୦୦୦+ ରନ

ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ରନ କରିବାର ରେକର୍ଡ ଏବେ ମଧ୍ୟ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସଚିନ ୨୦୦ଟି ଟେଷ୍ଟ ମ୍ୟାଚ୍‌ରେ ୧୫,୯୨୧ ରନ କରିଥିଲେ। ଅନ୍ୟପକ୍ଷରେ ଜୋ ରୁଟ ୧୬୯ଟି ଟେଷ୍ଟ ମ୍ୟାଚ୍‌ରେ ୧୪,୨୭୮ ରନ୍‌ରେ ପହଞ୍ଚିଛନ୍ତି। ଅର୍ଥାତ୍‌ ଟେଷ୍ଟରେ ସଚିନଙ୍କ ସର୍ବକାଳୀନ ରେକର୍ଡଠାରୁ ରୁଟ ଏବେ ୧,୬୪୩ ରନ ପଛରେ ଅଛନ୍ତି।

ରୁଟଙ୍କ ବୟସ ଏବେ ୩୫ ବର୍ଷ। ତେଣୁ ସେ ଟେଷ୍ଟ କ୍ରିକେଟ୍‌ରେ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ କି ନାହିଁ, ତାହା ଆଗାମୀ ସମୟରେ ଦେଖିବାକୁ ରହିଲା। ବର୍ତ୍ତମାନ ସେ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

‘ବୈଭବଙ୍କ ପାଇଁ ମୋ ନିଦ ହଜିଯାଇଥିଲା’, ଏମିତି କାହିଁକି କହିଲେ ଗମ୍ଭୀର? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ବଡ଼ ଖୁଲାସା କରିଛନ୍ତି। ସଞ୍ଜୁ ସାମସନଙ୍କୁ ଟି-୨୦ ଦଳରୁ ବାଦ ଦେବା ତାଙ୍କ ଏପର୍ଯ୍ୟନ୍ତର…

ସମସ୍ୟ ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

ଉଚ୍ଚତା ମାତ୍ର ୪ ଫୁଟ ୭ ଇଞ୍ଚ, ୨୧୫ କିଲୋ ଭାର ଉଠାଇ ଚମତ୍କାର କଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଏସିଆନ ଗେମ୍ସର ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ଭାରତକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଷ୍ଟାର୍‌ ଭାରୋତ୍ତୋଳକ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା…

ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍‌ ଅଏଲ ଦର ଗତ କିଛି…

ରୋହିତଙ୍କ ସହ ସମ୍ପର୍କକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଗମ୍ଭୀର, କହୁ କହୁ କହିଦେଲେ… ଚାରିଆଡ଼େ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିଶେଷକରି ଅଧିନାୟକ ଓ କୋଚ୍‌ଙ୍କ ସମ୍ପର୍କ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?