ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ

ମୁମ୍ବାଇ ୨୪ା୯:୨୦୨୭ ଓସ୍କାର ଦୌଡ଼ରେ ଦ୍ୱିତୀୟ ଭାରତୀୟ ଚଳଚ୍ଚିତ୍ର ଭାବେ ସ୍ଥାନ ପାଇ ଇତିହାସ ରଚିଛି ନାଗାଲାଣ୍ଡର କୋନ୍ୟାକ ଭାଷାର ଫିଲ୍ମ ‘ଅଙ୍ଘ’। ଭାରତ ପକ୍ଷରୁ ମରାଠୀ ଫିଲ୍ମ ‘ଗୋନ୍ଧଲ’କୁ ଅଫିସିଆଲ ଏଣ୍ଟ୍ରି ମିଳିଥିବା ବେଳେ ‘ଅଙ୍ଘ’ ଏକ ସ୍ବତନ୍ତ୍ର ନିୟମ ବଳରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଟିଆଇଏଫ୍‌ଏଫ୍‌)ରେ ସମ୍ମାନଜନକ ‘ପ୍ଲାଟ୍‌ଫର୍ମ ପ୍ରାଇଜ’ ଜିତି ଏହି ଚଳଚ୍ଚିତ୍ରଟି ସିଧାସଳଖ ଓସ୍କାର ଦୌଡ଼ରେ ସାମିଲ ହୋଇଛି।
ନାଗାଲାଣ୍ଡର ନିର୍ଦ୍ଦେଶକ ଥେଜା ରିଓଙ୍କ ଦ୍ୱାରା ନିର୍ମିତ ଏହି ବହୁଚର୍ଚ୍ଚିତ କ୍ଷୁଦ୍ର ଚଳଚ୍ଚିତ୍ରଟି ୧୯୬୩ ମସିହାର ଗ୍ରାମୀଣ ନାଗାଲାଣ୍ଡର ପୃଷ୍ଠଭୂମି ଉପରେ ଆଧାରିତ। କୋନ୍ୟାକ ନାଗା ସମ୍ପ୍ରଦାୟର ଗୌରବମୟ ସଂସ୍କୃତି, ବିଶ୍ୱାସ ଏବଂ ପରିବର୍ତ୍ତିତ ସମାଜ ମଧ୍ୟରେ ସଂସ୍କୃତି ହରାଇବାର ଗଭୀର ଯନ୍ତ୍ରଣାକୁ ଏହି କାହାଣୀରେ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଚିତ୍ରଣ କରାଯାଇଛି। କାହାଣୀର ମୁଖ୍ୟ ଚରିତ୍ର ହେଉଛନ୍ତି ଜଣେ ବୃଦ୍ଧ ଗ୍ରାମମୁଖିଆ ବା ‘ଅଙ୍ଘ’ଏବଂ ତାଙ୍କର ନାବାଳକ ପୁଅ। କୋନ୍ୟାକ ଜନଜାତିରେ ଗ୍ରାମ ମୁଖିଆଙ୍କୁ ‘ଅଙ୍ଘ’ କୁହାଯାଏ। ସେମାନେ ନିଜ ଗ୍ରାମର ଶେଷ ପରିବାର, ଯେଉଁମାନେ ଆଧୁନିକ ଧର୍ମାନ୍ତରଣ ଓ ସାମାଜିକ
ପରିବର୍ତ୍ତନକୁ ଗ୍ରହଣ ନ କରି ନିଜର ପାରମ୍ପରିକ ଜୀବନଶୈଳୀ, ବିଶ୍ୱାସ ଓ ଆଦିମ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି।

୧୯୬୦ ଦଶକରେ ଆସାମ-ନାଗାଲାଣ୍ଡ ସୀମାନ୍ତ ଗ୍ରାମଗୁଡ଼ିକରେ ବ୍ୟାପକ ସାମାଜିକ ଓ ଧାର୍ମିକ ପରିବର୍ତ୍ତନ ଘଟୁଥାଏ। ଗ୍ରାମର ଅଧିକାଂଶ ଲୋକ ନିଜର ପୁରୁଣା ଆଦିମ ପରମ୍ପରାକୁ ଛାଡ଼ି ନୂତନ ଧର୍ମ ଓ ଜୀବନଶୈଳୀ ଆପଣାଇ ସାରିଥାନ୍ତି। ମାତ୍ର ବୃଦ୍ଧ ଅଙ୍ଘ ନିଜ ପୂର୍ବପୁରୁଷଙ୍କ ଦାୟାଦ ଓ ଆଦିମ ପ୍ରଥାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଗ୍ରାମବାସୀଙ୍କଠାରୁ ଅଲଗାହୋଇ ଏକାକୀ ରହୁଥିବା ସତ୍ତ୍ୱେ ବୃଦ୍ଧ ଅଙ୍ଘ ନିଜ ପୁଅକୁ ନିଜର ପ୍ରାଚୀନ ସଂସ୍କୃତି ଓ ସଂସ୍କାର ବିଷୟରେ ଶିକ୍ଷା ଦିଅନ୍ତି। ନିଜର ପରମ୍ପରା, ଗୌରବ ଓ ଆତ୍ମସମ୍ମାନକୁ ରକ୍ଷା କରିବା ପାଇଁ ବାପପୁଅଙ୍କର ଏହି ନୀରବ ସଂଘର୍ଷ ଏବଂ ମାନସିକ ଦ୍ୱନ୍ଦ୍ୱକୁ ନେଇ କାହାଣୀଟି ଆଗକୁ ବଢ଼ିଥାଏ। ‘ଅଙ୍ଘ’ କେବଳ ଜଣେ ବୃଦ୍ଧଙ୍କ କାହାଣୀ ନୁହେଁ, ବରଂ ସମୟର ସ୍ରୋତରେ ଲୁପ୍ତ ହୋଇଯାଉଥିବା ଆଞ୍ଚଳିକ ପରମ୍ପରା, ନିଜର ସତ୍ତା ବଞ୍ଚାଇବାର ବ୍ୟାକୁଳତା ଏବଂ ଗୋଟିଏ ସମ୍ପ୍ରଦାୟର ଐତିହାସିକ ସଂକଟର ଏକ ନିଖୁଣ ସିନେମାଟିକ ପ୍ରତିଫଳନ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ପ୍ରସିଦ୍ଧ ସ୍କଟିସ୍‌ ଅଭିନେତା ଡଗ୍‌ଲାସ୍‌ ହେନ୍‌ସଲ ଏବଂ ନାଗାଲାଣ୍ଡର ସ୍ଥାନୀୟ କଳାକାର ଅଙ୍ଘଲୋଙ୍ଗ କୋନ୍ୟାକ ଅଭିନୟ କରିଛନ୍ତି। ଏଥିସହ ସୋବିନୋ ରେଙ୍ଗମା ଓ ଗେନପାଇ କୋନ୍ୟାକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସାଗର ଦେଶାଇ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସମ୍ପୂର୍ଣ୍ଣ ଚଳଚ୍ଚିତ୍ରକୁ ବାସ୍ତବ ରୂପ ଦେବା ପାଇଁ ୧୬ଏମ୍‌ଏମ୍‌ ଫିଲ୍ମରେ ଶୁଟିଂ କରାଯାଇଛି, ଯାହା ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ ଆଣିଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସଚିନଙ୍କ ରେକର୍ଡ ଚୁର୍‌ମାର୍‌: କ୍ରିକେଟ୍‌ର ନୂଆ ବାଦ୍‌ଶାହା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଷ୍ଟାର୍‌ ବ୍ୟାଟର୍‌ ଜୋ ରୁଟ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ରୁଟ ୨୩…

ତାୱାରେ ପିଟି ସ୍ତ୍ରୀଙ୍କୁ ହତ୍ୟା: ଦେଢ଼ବର୍ଷ ତଳେ କରିଥିଲେ ପ୍ରେମ ବିବାହ

ଭୁବନେଶ୍ୱର,୨୪।୯ (ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ବୁଧବାର ସାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ନୟାପଲ୍ଲୀ ଗଡ଼ସାହିରେ ତାୱାରେ ପିଟି ଜଣେ ଯୁବକ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତାଙ୍କ…

୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଲେ ଜିନପିଙ୍ଗ: ପ୍ରୋଟୋକଲ ଭାଙ୍ଗି ଏମିତି କାମ କଲେ ଟ୍ରମ୍ପ: ଚାହିଁ ରହିଗଲା ବିଶ୍ୱ

ୱାଶିଂଟନ,୨୪।୯: ଦୀର୍ଘ ୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଛନ୍ତି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରୋଟୋକଲ ଭାଙ୍ଗି ନିଜେ ଜଏଣ୍ଟ ବେସ…

ଚଳନ୍ତା ବସ୍‌ରେ ହଠାତ୍‌ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ

ଗ୍ରେଟର ନୋଏଡା,୨୪।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ଜେୱର ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଏକ ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଚଳନ୍ତା ବସ୍‌ରେ ହଠାତ୍‌ ନିଆଁ…

ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୪।୯: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କଳିଙ୍ଗପଟ୍ଟନମ ନିକଟରେ ରାତି ପ୍ରାୟ ସାଢ଼େ ୧୧ଟାରେ ସ୍ଥଳଭାଗ ଅତିକ୍ରମ କରିଛି। ଏହି…

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?