ଚନ୍ଦ୍ରକୁ ଉପକରଣ ପଠାଇବ ନାସା

ଓ୍ବାଶିଂଟନ୍‌: ୧୯୭୦ ପରେ ପ୍ରଥମଥର ପାଇଁ ଆମେରିକା ଚନ୍ଦ୍ରପୃଷ୍ଠକୁ ବୈଜ୍ଞାନିକ ଉପକରଣ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ୨୦୨୦ ଓ ୨୦୨୧ରେ ଏହି ଉପକରଣ ପଠାଯିବା ପରେ ୨୦୨୪ରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଯାଇ ସେଠାରେ ଜୀବସତ୍ତା ତିଷ୍ଠିବ କି ନା ସେ ସମ୍ପର୍କରେ ଗବେଷଣା ଜାରି ରହିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଆଷ୍ଟ୍ରୋବୋଟିକ୍‌, ଇଣ୍ଟୁଟିଭ୍‌ ମେଶିନ୍‌ ଏବଂ ଅର୍‌ବିଟ୍‌ ବିୟଣ୍ଡ୍‌ ଭଳି ଲ୍ୟାଣ୍ଡରଗୁଡିକରେ ବୈଜ୍ଞାନିକ ଯନ୍ତ୍ରାଂଶ ଏବଂ ଅନ୍ୟ ଉପକରଣ ପଠାଯିବ। ଏଥିପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ୨୦୨୪ ସୁଦ୍ଧା ଯେପରି ଚନ୍ଦ୍ରପୃଷ୍ଠକୁ ମାନବ ପଠଇବା ଲକ୍ଷ୍ୟ ପୂରଣ ହୁଏ ସେଥିପାଇଁ ଆମେରିକା ଯତ୍ନଶୀଳ ଅଛି। ପ୍ରତ୍ୟେକ କମ୍ପାନୀ ବିଭିନ୍ନ ଆକୃତିର ଲୁନାର ଲ୍ୟାଣ୍ଡର ବିକଶିତ କରିଛନ୍ତି। ଲ୍ୟାଣ୍ଡରଗୁଡିକ ୨୩ଟି ପେଲୋଡ ବହନକରି ଚନ୍ଦ୍ରପୃଷ୍ଠକୁ ଯିବେ। ଏଥିରେ ଥିବା ଯନ୍ତ୍ରାଂଶ ମହାକାଶଚାରୀଙ୍କୁ ସୂଚନା ସଂଗ୍ରହରେ ସାହାଯ୍ୟ କରିବ।
ଅର୍‌ବିଟ୍‌ ବିୟଣ୍ଡ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଥିବା ଏକ ସମତଳ ଭୂମି ମେୟାର ଇମ୍ବ୍ରିଅମ୍‌ରେ ଅବତରଣ କରିବ। ଇଣ୍ଟୁଟିଭ୍‌ ମେଶିନ୍‌ ୨୦୨୧ ଜୁଲାଇରେ ଚନ୍ଦ୍ରପୃଷ୍ଠର କଳା ଚିହ୍ନିତ ଅଂଶରେ ଅବତରଣ କରିବ। ସ୍ପେସେକ୍ସ କମ୍ପାନୀର ଫାଲକନ୍‌ ରକେଟ୍‌ ଦ୍ୱାରା ଏଗୁଡିକୁ ମହାକାଶକୁ ପଠାଯିବ। ଏଥିପାଇଁ ନାସା ପକ୍ଷରୁ କମ୍ପାନୀଗୁଡିକୁ ୭୭-୯୭ ନିୟୁତ ଆମେରିକୀୟ ଡଲାର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri