ବିଚାରପତି ଚୟନ ପ୍ରକ୍ରିୟା ପ୍ରସଙ୍ଗ: ହାଇକୋର୍ଟ ଖୋଲିବା ଦିନରେ ଆନ୍ଦୋଳନ
କଟକ ଅଫିସ,୧୮।୬: ଦୀର୍ଘ ୧ ମାସର ଗ୍ରୀଷ୍ମ ଅବକାଶ ପରେ ସୋମବାର ହାଇକୋର୍ଟ ଖୋଲିଥିଲା। ହେଲେ ପ୍ରଥମ ଦିନରୁ ହିଁ ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହାଇକୋର୍ଟ ବାର୍ ବାହାରୁ ବିଚାରପତି ଚୟନ ପ୍ର୍ରକ୍ରିୟାକୁ ନେଇ ହାଇକୋର୍ଟ ବାର୍ ପକ୍ଷରୁ ୩ଟି କୋର୍ଟକୁ…
୫୦୦ ଏଏସ୍ଓ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର,୧୮।୬(ବ୍ୟୁରୋ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍ସି) ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୦୦ ସଫଳ ପ୍ରାର୍ଥୀଙ୍କୁ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍ଓ) ପଦବୀରେ ନିଯୁକ୍ତି ପାଇଁ ଅନୁମୋଦନ ମିଳିଛି। ଓପିଏସ୍ସିର ସୁପାରିସ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର…
୨୨ରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ହେଲାଣି। ଆସନ୍ତା ୪/୫ ଦିନ ପରେ ମୌସୁମୀ ରାଜ୍ୟକୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀକୁ ରାଜ୍ୟକୁ ଟାଣି…
ଭାରତକୁ ତେଲ, ଏଲ୍ପିଜି ଯୋଗାଣ ଜାରି ରଖିବ ୟୁଏଇ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ,୧୮।୬: ସଂଯୁକ୍ତ ଆରବ ଏମିରେଟ(ୟୁଏଇ) ହର୍ମୁଜ ଜଳ ସନ୍ଧି କ୍ଷେତ୍ରରେ ଦେଖାଦେଇଥିବା ବାଧା ସତ୍ତ୍ୱେ ଭାରତକୁ ଅଶୋଧିତ ତେଲ ଏବଂ ଏଲ୍ପିଜି ଯୋଗାଣ ଅବ୍ୟାହତ ରଖିବ ବୋଲି ପ୍ରତିଶ୍ରୁତି ଦେଇଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଟୁଇଟ୍ ଜରିଆରେ ଏ…
ଭାଜପାର ନୂତନ ସଦସ୍ୟତା ଅଭିଯାନ ପ୍ରସଙ୍ଗଅନନ୍ତ ପ୍ରଭାରୀ, ଶାରଦା ସହପ୍ରଭାରୀ ନିଯୁକ୍ତ
ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଓଡ଼ିଶାରେ ଭାଜପାର ନୂଆ ସଦ୍ୟସତା ଅଭିଯାନ ଆଗକୁ ନେବା ଏବଂ ନୂଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ଉପସଭାପତି ତଥା ସଦସ୍ୟତା କେନ୍ଦ୍ରୀୟ ପ୍ରଭାରୀ ଶିବରାଜ ସିଂ ଚୌହାନଙ୍କ ଅନୁମୋଦନକ୍ରମେ ପୂର୍ବତନ…
ସ୍କୁଲ ଖୋଲିବା ପରେ ପାଠପଢ଼ାକୁ ନେଇ ଚିନ୍ତାରେ ସରକାର: ବାତ୍ୟାବିପନ୍ନ ଛାତ୍ରୀଛାତ୍ର ପାଖ ବିଦ୍ୟାଳୟକୁ ଯିବେ
ଭୁବନେଶ୍ୱର,୧୮।୬(ବ୍ୟୁରୋ): ଦିନକ ପରେ ସ୍କୁଲ ଖୋଲିବ। କିନ୍ତୁ ‘ଫନୀ’ ପ୍ରଭାବିତ ଅଞ୍ଚଳରେ ପିଲାମାନେ କେଉଁଠି ପାଠ ପଢ଼ିବେ, ତାକୁ ନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଖରାଛୁଟି ପରେ ଜୁନ୍ ୧୯ରେ ବିଦ୍ୟାଳୟଗୁଡ଼ିକ ଖୋଲିବାକୁ ଯାଉଥିବା ବେଳେ ବାତ୍ୟା ବିପନ୍ନ ପିଲାଙ୍କ ପାଠପଢ଼ାକୁ…
ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡା ଅଫିସ,୧୮।୬: କେନ୍ଦ୍ରାପଡା ଜିଲା ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କୁ ସୋମବାର ସ୍ନାନ ମଣ୍ଡପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶନ କରିଛନ୍ତି। ଶ୍ରୀଜୀଉଙ୍କ ଦର୍ଶନ ପରେ ମନ୍ଦିରର ଉନ୍ନତୀକରଣ ପାଇଁ ସେ ୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଥିବା ପ୍ରକାଶ…
ରାଜ୍ୟ ସଭାର ୩ ଆସନରେ ଉପନିର୍ବାଚନ ପ୍ରସଙ୍ଗ: ଆଜିଠୁ ନାମାଙ୍କନ ଦାଖଲ
ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଓଡ଼ିଶାର ୩ ରାଜ୍ୟ ସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମଙ୍ଗଳବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଦାଖଲ ଆରମ୍ଭ ହେବ। ୨୫ତାରିଖ ନାମାଙ୍କନପତ୍ର ଦାଖଲର ଶେଷଦିନ। ଜୁଲାଇ…
ଦୁର୍ଘଟଣାରୁ ପୋଲିସ-ଅଟୋ ଡ୍ରାଇଭର ମୁହାଁମୁହିଁ
ନୂଆଦିଲ୍ଲୀ,୧୮ା୬: ଦିଲ୍ଲୀର ମୁଖାର୍ଜୀ ନଗରରେ ଜଣେ ଅଟୋ ଡ୍ରାଇଭର୍ ଓ ପୋଲିସ ମଧ୍ୟରେ ବଚସାରୁ ଲଙ୍କାକାଣ୍ଡ ସୃଷ୍ଟି ହୋଇଛି। ପୋଲିସ ଗାଡ଼ି ଓ ଅଟୋ ମଧ୍ୟରେ ଦୁର୍ଘଟଣାକୁ ନେଇ ବଚସା ହୋଇଥିଲା। ପରେ ଅଟୋ ଡ୍ରାଇଭର୍ ଜଣକ ଏକ ଖଣ୍ଡା କାଢ଼ି…
ଲୋକ ସଭାରେ ଶପଥ ନେଲେ ଓଡ଼ିଶାର ୧୬ ଏମ୍ପି
ଭୁବନେଶ୍ୱର, ୧୮।୬(ବ୍ୟୁରୋ): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ନବନିର୍ବାଚିତ ସଦସ୍ୟମାନଙ୍କ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହର ନେତାଭାବେ ଶପଥ ନେଇଥିଲେ। ଏହାପରେ ଅନ୍ୟ ସଦସ୍ୟମାନେ ଶପଥ…
ସେନାକୁ ସମାଲୋଚନା ମହଙ୍ଗା ପଡିଲା: ପାକ୍ ଖବରଦାତାଙ୍କୁ ହତ୍ୟା
ଇସ୍ଲାମାବାଦ,୧୮ା୬(ପି.ଟି.): ପାକିସ୍ତାନୀ ସେନାବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇକୁ ସମାଲୋଚନା କରିବା ସେଠାକାର ଜଣେ ବ୍ଲଗର୍ ତଥା ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ମହମ୍ମଦ ବିଲାଲ ଖାନ୍ ନାମକ ଉକ୍ତ ୨୨ ବର୍ଷୀୟ ଖବରଦାତାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା…
ଜିଲାସ୍ତରରେ କୃଷି ଯୋଜନାର କାର୍ଯ୍ୟାନ୍ବୟନ ପରଖିବେ ଅଧିକାରୀ
ଭୁବନେଶ୍ୱର,୧୮।୬(ବ୍ୟୁରୋ): କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ଲାଗି କୃଷକମାନଙ୍କ ଉନ୍ନତି ଆସିବ, ଏଥିରେ ଦ୍ୱିମତ ନାହିଁ। କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସୋମବାର…

