ସ୍କୁଲ ଖୋଲିବା ପରେ ପାଠପଢ଼ାକୁ ନେଇ ଚିନ୍ତାରେ ସରକାର: ବାତ୍ୟାବିପନ୍ନ ଛାତ୍ରୀଛାତ୍ର ପାଖ ବିଦ୍ୟାଳୟକୁ ଯିବେ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଦିନକ ପରେ ସ୍କୁଲ ଖୋଲିବ। କିନ୍ତୁ ‘ଫନୀ’ ପ୍ରଭାବିତ ଅଞ୍ଚଳରେ ପିଲାମାନେ କେଉଁଠି ପାଠ ପଢ଼ିବେ, ତାକୁ ନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଖରାଛୁଟି ପରେ ଜୁନ୍‌ ୧୯ରେ ବିଦ୍ୟାଳୟଗୁଡ଼ିକ ଖୋଲିବାକୁ ଯାଉଥିବା ବେଳେ ବାତ୍ୟା ବିପନ୍ନ ପିଲାଙ୍କ ପାଠପଢ଼ାକୁ ନେଇ ଗଣଶିକ୍ଷା ବିଭାଗର ନିଦ ହଜିଯାଇଛି। ଏପରି କି, ଶିକ୍ଷକ, ଛାତ୍ରୀଛାତ୍ର ଓ ଅଭିଭାବକମାନେ ମଧ୍ୟ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି। କାରଣ ଏହି ଅଞ୍ଚଳରେ ସଂଖ୍ୟାଧିକ ବିଦ୍ୟାଳୟ ଗୃହ ବାତ୍ୟାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ସେଠାରେ ପାଠପଢ଼ା ସମ୍ଭବ ନୁହେଁ।
ସୂଚନାନୁଯାୟୀ, ବାତ୍ୟାରେ ୧୪ ଜିଲାର ପାଖାପାଖି ୭ହଜାର ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ୫ହଜାରରୁ ଊର୍ଦ୍ଧ୍ୱ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଦେଢ଼ ହଜାରରୁ ଊର୍ଦ୍ଧ୍ୱ ହାଇସ୍କୁଲ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲାରେ ୨ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ଏବଂ କଟକ ଜିଲାରେ ୧ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଖୋର୍ଦ୍ଧା ଜିଲାରେ ମଧ୍ୟ ବିଦ୍ୟାଳୟଗୁଡ଼ିକର ବ୍ୟାପକ କ୍ଷତି ଘଟିଛି। ଏହାଛଡ଼ା ଗଞ୍ଜାମ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଆଦି ଜିଲାରେ ଅନେକ ସ୍କୁଲ ଗୃହ ଭାଙ୍ଗିରୁଜି ଯାଇଛି। ଯେଉଁ ସ୍କୁଲର ଆଜ୍‌ବେଷ୍ଟସ୍‌ ଓ ଟିଣ ଛାତ ଥିଲା, ସେ ସବୁ ଉଡ଼ିଯାଇଛି। ସ୍କୁଲରେ ପାଠପଢ଼ା ତ ଦୂରର କଥା ଶିକ୍ଷକମାନେ ବସିବାକୁ ମଧ୍ୟ ଜାଗା ନାହିଁ। କ୍ଷତିଗ୍ରସ୍ତ ବିଦ୍ୟାଳୟରେ କ୍ଷୟକ୍ଷତିର ପରିମାଣ ୪୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ବିଦ୍ୟାଳୟ ଗୃହ ମରାମତି ସାରି ଏଗୁଡ଼ିକୁ ବ୍ୟବହାର ଉପଯୋଗୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେପଟେ ବର୍ତ୍ତମାନ ରାଜ୍ୟରେ ପ୍ରାୟ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ମୌସୁମୀ ବର୍ଷା ଆରମ୍ଭ ହେବା ପରେ ପରିସ୍ଥିତି ଆହୁରି ସାଂଘାତିକ ହୋଇଯିବ। ତେଣୁ ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଯେଭଳି ସମସ୍ୟାର ସମ୍ମୁଖୀନ ନ ହେବେ, ସେଥିପାଇଁ ଗଣଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି। ବର୍ତ୍ତମାନ ସୁଦ୍ଧା କେତେ ସ୍କୁଲର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଲାଣି, ତା’ର ଠିକ୍‌ ସଂଖ୍ୟା କହିହେବ ନାହିଁ। କୌଣସି ପିଲା ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ। ସବୁ ପିଲା ନିଶ୍ଚିତ ଭାବେ ସ୍କୁଲ ଯିବେ ଏବଂ ପାଠ ପଢ଼ିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଯେଉଁ ସ୍କୁଲଗୁଡ଼ିକ କିଛିଟା କ୍ଷତି ହୋଇଥିଲା ତାକୁ ସଜଡ଼ା ଚାଲିଛି। କିନ୍ତୁ ଯେଉଁଗୁଡ଼ିକ ଅଧିକ କ୍ଷତି ହୋଇଥିଲା, ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସଜଡ଼ା ଯାଇପାରିବ ନାହିଁ। ତେଣୁ ପାଖ ସ୍କୁଲକୁ ପିଲାମାନେ ପାଠ ପଢ଼ିବାକୁ ଯିବେ। ସେମାନଙ୍କୁ ନେବା ପାଇଁ ଗାଡ଼ିର ମଧ୍ୟ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri