ବିଚାରପତି ଚୟନ ପ୍ରକ୍ରିୟା ପ୍ରସଙ୍ଗ: ହାଇକୋର୍ଟ ଖୋଲିବା ଦିନରେ ଆନ୍ଦୋଳନ

କଟକ ଅଫିସ,୧୮।୬: ଦୀର୍ଘ ୧ ମାସର ଗ୍ରୀଷ୍ମ ଅବକାଶ ପରେ ସୋମବାର ହାଇକୋର୍ଟ ଖୋଲିଥିଲା। ହେଲେ ପ୍ରଥମ ଦିନରୁ ହିଁ ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହାଇକୋର୍ଟ ବାର୍‌ ବାହାରୁ ବିଚାରପତି ଚୟନ ପ୍ର୍ରକ୍ରିୟାକୁ ନେଇ ହାଇକୋର୍ଟ ବାର୍‌ ପକ୍ଷରୁ ୩ଟି କୋର୍ଟକୁ ବର୍ଜନ କରାଯାଇଛି। ଏହି ଆନ୍ଦୋଳନ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୨୬ ତାରିଖ ମଧ୍ୟରେ ହାଇକୋର୍ଟ ବାର୍‌ର ଏକ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହାପରେ ପୁନର୍ବାର ବାର୍‌ର ସାଧାରଣ ପରିଷଦ ବୈଠକ ଡକାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସୋମବାର ହାଇକୋର୍ଟ ବାର୍‌ ପରିସରରେ ଆୟୋଜିତ ସାଧାରଣ ପରିଷଦ ବୈଠକରେ ବାର୍‌ ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଇତିମଧ୍ୟରେ ଏକ ସ୍ବୀକୃତିପତ୍ର (ଆକ୍‌ନଲେଜମେଣ୍ଟ) ମିଳିଥିବା ସଭାପତି ମହାନ୍ତି କହିଛନ୍ତି। ସୂଚନାଥାଉ କି, ହାଇକୋର୍ଟ ବାର୍‌ରେ ନିୟମିତ ପ୍ରାକ୍ଟିସ କରୁ ନ ଥିବା କିମ୍ବା ମକଦ୍ଦମା ପରିଚାଳନା କରୁ ନ ଥିବା ବ୍ୟକ୍ତିବିଶେଷଙ୍କୁ ହାଇକୋର୍ଟ କଲେଜିୟମ ବିଚାରପତି ଭାବେ ଚୟନ କରିଛି। ହାଇକୋର୍ଟରେ ଅନେକ ବିଚକ୍ଷଣ ଓ ବରିଷ୍ଠ ଓକିଲମାନେ ଥିବାବେଳେ ବାହାର ବ୍ୟକ୍ତିଙ୍କୁ ବିଚାରପତି ଚୟନ କରାଯିବାକୁ ହାଇକୋର୍ଟ ବାର୍‌ ବିରୋଧ କରିଛି। କଲେଜିୟମର ଏଭଳି ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟ ବାର୍‌ ଆସୋସିଏଶନ ଆନ୍ଦୋଳନକୁ ଓହ୍ଲାଇଛି। ସୂଚନାଥାଉ କି, ଓଡ଼ିଶା ହାଇକୋର୍ଟରେ ୨୭ ଜଣ ବିଚାରପତିଙ୍କ ସ୍ଥାନରେ ୧୪ ଜଣ କାର୍ଯ୍ୟ କରୁଛନ୍ତି। ଯଦ୍ଦ୍ବାରା ୧ ଲକ୍ଷ ୭ହଜାର ମାମଲା ବିଚାର ଅପେକ୍ଷାରେ ରହିଛି। କେବଳ ସେତିକି ନୁହେଁ ବିଚାରପତିଙ୍କ ଅଭାବ ଯୋଗୁ ନ୍ୟାୟିକ ପ୍ରକ୍ରିୟାରେ ସ୍ଥାଣୁତା ଦେଖାଦେଇଛି। ଗତ ୩ ବର୍ଷ ଧରି ବିଚାରପତି ନିଯୁକ୍ତି ପାଇଁ ବାର୍‌ ଆସୋସିଏଶନ ବାରମ୍ବାର ଦାବି ଓ ପ୍ରତିବାଦ ଜଣାଇ ଆସିଛି। ଏଭଳି ସ୍ଥିତିରେ ହାଇକୋର୍ଟ କଲେଜିୟମ୍‌ ପକ୍ଷରୁ କେତେଜଣ ଆଇନଜୀବୀ ଏବଂ ଜିଲାଜଜ୍‌ଙ୍କ ନାମକୁ ହାଇକୋର୍ଟ ବିଚାରପତି ନିମନ୍ତେ ସୁପାରିସ କରାଯାଇଛି। ଜଣେ ଆଇନଜୀବୀ ବିଚାରପତି ହେବା ପୂର୍ବରୁ ଅତି କମ୍‌ରେ ୧୦ ବର୍ଷ ନିୟମିତ ଭାବେ ପ୍ରାକ୍ଟିସ କରିଥିବା ଆବଶ୍ୟକ। କିନ୍ତୁ ଏଭଳି ବ୍ୟକ୍ତିଙ୍କ ନାମ ସୁପାରିସ କରାଯାଇଛି, ଯେଉଁମାନେ ୪ ବର୍ଷ ମଧ୍ୟରେ ମାତ୍ର ୪ଟି ମାମଲା ପରିଚାଳନା କରିଥିବା ହାଇକୋର୍ଟ ବାର୍‌ ପକ୍ଷରୁ କୁହାଯାଇଛି। ଏପରି କି ଯେଉଁମାନଙ୍କ ନାମ ସୁପାରିସ ହୋଇଥିବା ଶୁଣାଯାଉଛି, ସେମାନଙ୍କ ମଧ୍ୟରୁ ଜଣେ ହାଇକୋର୍ଟରେ ପ୍ରାକ୍ଟିସ କରୁ ନ ଥିବା ଅଭିଯୋଗ ହୋଇଛି। ତେଣୁ କଲେଜିୟମର ଏଭଳି ସୁପାରିସକୁ ବାତିଲ କରିବାକୁ ସଭାପତି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?