Home Left

ଟେଷ୍ଟରେ ହ୍ୟାଟ୍ରିକ୍‌: ବୁମ୍‌ରା ତୃତୀୟ ଭାରତୀୟ

କିଙ୍ଗଷ୍ଟନ,୧।୯(ପି.ଟି.)- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଶନିବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ବୁମ୍‌ରା ଏଥି ସହିତ ଟେଷ୍ଟରେ ତୃତୀୟ ଭାରତୀୟ ଭାବେ…

ସରକାର ଯେଉଁ କାର୍ଯ୍ୟରେ ହାତ ଦେଉଛନ୍ତି ତାହାର ହେଉଛି ସତ୍ୟାନାଶ: ନୀତୀନ ଗଡ଼କରୀ

ନୂଆଦିଲ୍ଲୀ,୧।୯: କେନ୍ଦ୍ର ସରକାରଙ୍କୁ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସମାଲୋଚନା କରିଛନ୍ତି। ନୀତୀନ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି। ସେ କହିଛନ୍ତି ସରକାର ଯେଉଁ କାର୍ଯ୍ୟରେ ହାତ ଦେଉଛନ୍ତି ତାହାର ସତ୍ୟାନାଶ ହେଉଛି। ନାଗପୁରରେ ଏକ କାର୍ଯ୍ୟକ୍ରମରେ…

ଏନ୍‌ଆର୍‌ସି ଚୁଡାନ୍ତ ତାଲିକାରେ ନାଁ ନ ଥିବାରୁ ଜୀବନ ହାରିଲେ ମହିଳା

ଗୁଆହାଟି,୧।୯: ଆସାମର ସୋନିତପୁର ଜିଲାରେ ଜଣେ ମହିଳାଙ୍କ ନାଁ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ଚୁଡାନ୍ତ ତାଲିକାରେ ନ ଥିବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ସୋନିତପୁରର ସାୟରା ବେଗମ(୪୨) ନାମକ ଏହି ମହିଳା ଜଣଙ୍କ ଯେତେବେଳେ ଏନ୍‌ଆର୍‌ସି ଚୁଡାନ୍ତ…

୯ ଦୃଷ୍ଟିବାଧିତ ତିଆରି କଲେ ୬୬ ଫୁଟ ଲମ୍ବ ଝୋଟ ବ୍ୟାଗ୍‌

କୋଇମ୍ବାଟୁର,୧।୯: କୌଣସି ଶାରୀରିକ ଅକ୍ଷମତା ଇଛା ଶକ୍ତି ଆଗରେ ହାର୍‌ ମାନିଥାଏ। ଏହା ଉଦାହରଣ ପାଲଟିଛନ୍ତି ତାମିଲ୍‌ନାଡୁ କୋଇମ୍ବାଟୁର ଜିଲାର ୯ ଜଣ ଦୃଷ୍ଟିବାଧିତ। ସେମାନେ ପ୍ଲାଷ୍ଟିକ ବ୍ୟବହାର ନ କରିବା ଲାଗି ସଚେତନତା ସୃଷ୍ଟି ଲାଗି ୬୬ ଫୁଟ ଲମ୍ବ…

କମଲନାଥ, ଜ୍ୟୋତିରାଦିତ୍ୟଙ୍କୁ ପଛରେ ପକାଇ ବାଜି ମାରିବେ ଦିଗ୍‌ବିଜୟ: ଭାଜପା ନେତା

ଭୋପାଳ,୧।୯: ମଧ୍ୟପ୍ରଦେଶରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଅଙ୍କକଷା ଛିଡୁନ ଥିବା ବେଳେ ଏବେ ଏହାକୁ ନେଇ ଭାଜପା ନେତା ଟିପ୍ପଣୀ ଦେବା ଆରମ୍ଭ କଲେଣି। ଦିଲ୍ଲୀରୁ ନେଇ ଭୋପାଳ ପର୍ଯ୍ୟନ୍ତ ଏବେ ଚର୍ଚ୍ଚା ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ କାହାକୁ…

ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ ସଙ୍କଟରେ ପଡ଼ିଛି ଭାରତୀୟ ଅର୍ଥ ବ୍ୟବସ୍ଥା: ମନମୋହନ

ନୂଆଦିଲ୍ଲୀ,୧।୯: ଦେଶର ଆର୍ଥିକ ସ୍ଥିତି ନେଇ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ରବିବାର ଟୁଇଟ୍‌ କରି କହିଛନ୍ତି, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ ମୋଦି ଦେଶର ଅର୍ଥ ବ୍ୟବସ୍ଥାକୁ ସଙ୍କଟରେ…

କରାଚି ନେତା ଗାଇଲେ ‘ସାରେ ଜହାଁସେ ଆଚ୍ଛା, ହିନ୍ଦୁସ୍ତାନ୍‌ ହମାରା’

କରାଚି,୧।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଯେଉଁଠି ପାକିସ୍ତାନ ଭାରତକୁ ନିନ୍ଦା କରିବା ସହ ବହୁ ଭାରତ ବିରୋଧୀ କଥା କହି ଚାଲିଛି। ସେତେବେଳେ ଜଣେ ପାକିସ୍ତାନୀ ନେତା ‘ସାରେ ଜହାଁସେ ଆଚ୍ଛା, ହିନ୍ଦୁସ୍ତାନ୍‌ ହମାରା’ ଗାଇବା ଏବେ ଚର୍ଚ୍ଚାର…

ଷ୍ଟୋଭ୍‌ ଫାଟି ଜଣେ ମୃତ, ଜଣେ ଗୁରୁତର

ମହାକାଳପଡ଼ା,୧।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳର ଖରିନାସୀ ଗାଁରେ ରବିବାର ସକାଳେ ଏକ ଅଘଟଣ ଘଟିଛି। ଏଠାକାର ମେରାଇନ୍‌ ବୋଟ୍‌ର ୨ କର୍ମଚାରୀ ରବିବାର ସକାଳେ ରୋଷେଇ କରୁଥିବାବେଳେ ଷ୍ଟୋଭ୍‌ ଫାଟି ଜଣଙ୍କର ମୃତ୍ୟୁ…

ମେହେବୁବା ମୁଫ୍‌ତି, ଓମାର ଅବଦୁଲ୍ଲାଙ୍କୁ ମିଳିଲା ପରିବାର ସଦସ୍ୟଙ୍କୁ ସାକ୍ଷାତ୍‌ କରିବାକୁ ଅନୁମତି

ନୂଆଦିଲ୍ଲୀ,୧।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ସେଠାରେ ସ୍ଥିତି ସ୍ବାଭାବିକ ରଖିବାକୁ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ ଏଠାରେ ନଜରବନ୍ଦୀଥିବା ନେତା ମେହେବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ…

ଆଇଏସ୍‌ଆଇଠାରୁ ପାଣ୍ଠି ଯୋଗାଡ଼ କରୁଛନ୍ତି ଭାଜପା ଏବଂ ବଜରଙ୍ଗ ଦଳ: ଦିଗ୍‌ବିଜୟ ସିଂ

ନୂଆଦିଲ୍ଲୀ,୧।୯: କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଦିଗ୍‌ବିଜୟ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ମୁସଲମାନ୍‌ଙ୍କ ଅପେକ୍ଷା ଅଣ-ମୁସଲମାନ୍‌ ଅଧିକ ଗୁପ୍ତଚର କାର୍ଯ୍ୟ କରୁଛନ୍ତି। ଭାଜପା ଏବଂ…

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ସ୍ବର୍ଣ୍ଣ ସହ ଯଶସ୍ବିନୀଙ୍କୁ ଅଲିମ୍ପିକ କୋଟା

ରିଓ ଡି ଜେନେରିଓ,୧।୯(ପି.ଟି.)- ଏଠାରେ ଚାଲିଥିବା ଚତୁର୍ଥ ଆଇଏସ୍‌ଏସ୍‌ଏଫ୍‌ ରାଇଫଲ/ ପିସ୍ତଲ ବଶ୍ୱକପ୍‌ରେ ଭାରତର ଯଶସ୍ବିନୀ ସିଂ ଦେସଓ୍ବାଲ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ସେ ପୂରା ଢ଼ଙ୍ଗରେ ଭାରତ ପାଇଁ…

ସ୍ବପ୍ନ ପୂରଣ କଲେ ଶିକ୍ଷକ: ଅବସର ଗ୍ରହଣ ପରେ ହେଲିକପ୍ଟରରେ ଗାଁକୁ ଫେରିଲେ

ଅଲଓ୍ବର,୧।୯: ରାଜସ୍ଥାନ ଅଲଓ୍ବରର ରମେଶ ଚାନ୍ଦ ମିନା ନାମକ ଜଣେ ଶିକ୍ଷକ ତାଙ୍କ ସ୍ବପ୍ନ ପୂରଣ କରିବା ଲାଗି ହେଲିକପ୍ଟରରେ ଯାତ୍ରା କରିଛନ୍ତି। କଥା ହେଲା ଶିକ୍ଷକ ଜଣକ ଅବସର ଗ୍ରହଣ କରିବା ପରେ ନିଜ ଗାଁକୁ ହେଲିକପ୍ଟରରେ ଫେରିଛନ୍ତି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?